କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି

ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍‌) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫ ମିଲିୟନ ଟନ୍‌ କୋଇଲା ଆମଦାନୀ କରାଯାଉଛି। ଫଳରେ ଦେଶର ୨ଲକ୍ଷ ୭୧ କୋଟି ଟଙ୍କା କ୍ଷତି ଘଟୁଛି। ଗୁରୁବାର ଦିନିକିଆ ତାଳଚେର ଗସ୍ତରେ ଆସିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଏହା ପ୍ରକାଶ କରିଛନ୍ତି। ଏଥିସହ ଖଣି ଦୁର୍ଘଟଣାରେ ପ୍ରାଣ ହରାଉଥିବା ଶ୍ରମିକଙ୍କ ପରିବାରକୁ ପୂର୍ବରୁ ୫ଲକ୍ଷ ଟଙ୍କାର ଯେଉଁ କ୍ଷତିପୂରଣ ରାଶି ମିଳୁଥିଲା ତାହାକୁ ଆଜିଠାରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଘୋଷଣା କରିଥିଲେ।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରୀ କୋଇଲା ଖଣିକୁ ଆକାଶ ମାର୍ଗରୁ ନିରୀକ୍ଷଣ କରିଥିଲେ। ପରେ ଖଣି ଅଞ୍ଚଳକୁ ଯାଇ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ମନ୍ତ୍ରୀ ଜୋଷୀ କହିଥିଲେ ଯେ, ତାଳଚେରର ଯାହା ସମସ୍ୟା ଅଛି ତାହାର ସମାଧାନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଖାଲି ସ୍ବପ୍ନ ଦେଖିଲେ ଚଳିବ ନାହିଁ, ସବୁ ଦଳ ମିଶି ଦେଶ ପାଇଁ କାମ କରିବା ଦରକାର। ଏଥିସହ ତାଳଚେର ଠାରେ ଏମ୍‌ସିଏଲ୍‌ ପକ୍ଷରୁ ନବନିର୍ମିତ ମେଡିକାଲ କଲେଜ ଖୁବଶୀଘ୍ର ଉଦ୍‌ଘାଟନ ହେବ ଓ ଏକ ଭଲ ସଂସ୍ଥା ଦ୍ୱାରା ପରିଚାଳନା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ୨୦୧୯-୨୦ରେ କୋଲ୍‌ଇଣ୍ଡିଆ ୬୬୦ ମିଲିୟନ ଟନ୍‌ କୋଇଲା ଉପତ୍ାଦନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି। ୨୦୨୩-୨୪ରେ ଏହା ୧ ହଜାର ମିଲିୟନ ଟନ୍‌ରେ ପହଞ୍ଚିବ। ତେବେ ବର୍ତ୍ତମାନ ସୁଦ୍ଧା ଏମ୍‌ସିଏଲ୍‌ରେ ଲକ୍ଷ୍ୟଧାର୍ଯ୍ୟ ଠାରୁ ୧୧ ପ୍ରତିଶତ କମ୍‌ ଉପତ୍ାଦନ ହୋଇଛି। ତେଣୁ ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବାକୁ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, ଏମ୍‌ସିଏଲ୍‌ରେ ଅଦ୍ୟାବଧି ୧୬ ହଜାର ଚାକିରି ଦିଆଯାଇଛି। ୨୦୨୪ ସୁଦ୍ଧା ଆହୁରି ୪ ହଜାର କ୍ଷତିଗ୍ରସ୍ତ ନିଯୁକ୍ତି ପାଇବେ। ଆଗାମୀ ଦିନରେ ଏମ୍‌ସିଏଲ୍‌ କୋଇଲା ଉତ୍ତୋଳନ କ୍ଷେତ୍ରରେ ୧ ନମ୍ବର ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ। ପରେ ଡେରା ହାଇସ୍କୁଲ ଶ୍ରେଣୀଗୃହ ଓ ଲିଙ୍ଗରାଜ ଠାରେ ୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ଡିଏଭି ସ୍କୁଲର ଭୂମି ପୂଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଲ୍‌ ଇଣ୍ଡିଆର ଅଧ୍ୟକ୍ଷ ଏ.କେ. ଝା, ଏମ୍‌ସିଏଲ୍‌ ଅଧ୍ୟକ୍ଷ ଭୋଳାନାଥ ଶୁକ୍ଳା, କୋଇଲା ଯୁଗ୍ମ ସଚିବ ଆର.କେ. ସିହ୍ନା, ଡିଏଭି ଟ୍ରଷ୍ଟର ଡି.ଭି. ସେଠୀ, ଏମ୍‌ସିଏଲ୍‌ର ପଦାଧିକାରୀମାନେ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ବିଧାୟକ, ଜମିହରା କ୍ଷତିଗ୍ରସ୍ତ, ଟ୍ରକ୍‌ ମାଲିକ ସଂଘ, ବିଭିନ୍ନ ଶ୍ରମିକ ସଙ୍ଗଠନ ସହିତ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ। ଏମ୍‌ସିଏଲ୍‌ର ବରିଷ୍ଠ ପଦାଧିକାରୀଙ୍କ ସହ ମଧ୍ୟ ଏକ ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri