ମାମଲା ରଫାଦଫା ପାଇଁ ଲାଞ୍ଚ: ଫରେଷ୍ଟର ଗିରଫ

ଦେବଗଡ, ୬ା୧୧(ଡି.ଏନ.ଏ.) : କାଠ ଜବତ ମାଲଲାର ରଫାଦଫା କରିବା ପାଇଁ ଜଣେ ଯୁବକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନଖଣ୍ଡ ଅଧୀନ କଂସର ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ଖବର ମୁତାବକ ଗତ ଅକ୍ଟୋବର ୨୧ ତାରିଖରେ କଂସର ଭୁକ୍ତାପଡା ଗ୍ରାମର ଅରୁଣ ସାମାଧିଆ ନାମକ ଜଣେ ଯୁବକ କଂସର ଜଙ୍ଗଲରୁ ଏକ ଶାଳଗଛ କାଟୁଥିଲେ। ଏହାଦେଖି ଜଙ୍ଗଲ ଜଗୁଆଳିମାନେ କଟାଯାଇଥିବା ଗଛସହ ତାଙ୍କୁ କଂସର ସେକ୍ସନ କାର୍ଯ୍ୟାଳୟକୁ ଆଣିଥିଲେ। ୨୨ ତାରିଖ ସକାଳେ ଫରେଷ୍ଟର ମିଶ୍ର ଅରୁଣଙ୍କ ଘରକୁ ଯାଇ ତଲାସୀ କରିବା ସମୟରେ ୨ଟି ଲଙ୍ଗଳ ଓ ୪ଗୋଟି ଖଟପୁଆ ଜବତ କରିଥିଲେ। ହେଲେ ଏହି ମାମଲା ରଫାଦଫା କରିବା ପାଇଁ ସେ ୮ ହଜାର ଟଙ୍କା ଦେବାକୁ କହିଥିଲେ। ଦାବି ମୁତାବକ ଟଙ୍କା ନଦେଲେ ଜେଲ ହାଜତକୁ ପଠାଇ ଦେବାକୁ ଅରୁଣଙ୍କୁ ଧମକ ଦେଇଥିଲେ। ଅରୁଣ ଏକକାଳୀନ ଏତେ ଟଙ୍କା ଦେଇପାରିବ ନାହିଁ କରିବାରୁ ଶେଷରେ ୨ଟି ପର୍ଯ୍ୟାୟରେ ୮ ହଜାର ଟଙ୍କା ପ୍ରଦାନ ପାଇଁ କହିଥିଲେ। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ପୂର୍ବରୁ ଅରୁଣ ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ଫରେଷ୍ଟର ମିଶ୍ରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ଅନୁଯାୟୀ ଭିଲିଲାନ୍ସ ଡିଏସ୍‌ପି ପରମେଶ୍ୱର କିସାନ ଫରେଷ୍ଟରଙ୍କୁ ଧରିବା ନିମନ୍ତେ ଜାଲ ବିଛାଇବା ସହ ଅରୁଣ ହାତରେ ୬ଟି ୫ଶହ ଟଙ୍କିଆ ରଙ୍ଗବୋଳା ନୋଟ ଦେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅରୁଣ ଏହି ଟଙ୍କା ଫରେଷ୍ଟର ମିଶ୍ରଙ୍କୁ ଦେବାରୁ ସେ ଏହାକୁ ଟେବୁଲ ଉପରେ ରଖି ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଟଙ୍କା ଜବତ କରିବା ସହ ଫରେଷ୍ଟର ମିଶ୍ରଙ୍କୁ ଗିରଫ କରି ଦେବଗଡ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିଲେ। ଚଢାଉରେ ଦେବଗଡ ଭିଜିଲାନ୍ସ ଇନ୍ସପେକ୍ଟର ସୁଧିର କୁମାର ସାହୁ, ସମ୍ବଲପୁର ଭିଜିଲାନ୍ସ ଇନ୍ସପେକ୍ଟର କର୍ଣ୍ଣେଲିୟସ ବିଲୁଙ୍ଗ, ଏଏସ୍‌ଆଇ ବିଜୟ କୁମାର ପ୍ରଧାନ ସାମିଲ ହୋଇଥିଲେ। ବୁଧବାର ତାଙ୍କୁ କୋର୍ଟ
ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଯିବ ଓଡ଼ିଶାର ଉଦନ୍ତୀ: ଛତିଶଗଡ଼ କରିବ ବ୍ୟାରେଜ

ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ...

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ...

ଫ୍ୟାନ୍ସଙ୍କ ଭିଡ଼ ଯୋଗୁ ବିମାନବନ୍ଦରରେ ପଡ଼ିଗଲେ ସୁପରଷ୍ଟାର ବିଜୟ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୧୨: ସୁପରଷ୍ଟାର ବିଜୟ ଯେଉଁଠାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କୁ ଘେରି ଯାଆନ୍ତି । ଏହି ଅଭିନେତା ହଜାର ହଜାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବା ପାଇଁ...

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri