୬ ମାସ ପରେ ଖୋଲିଲା ବାଲୁଖଣ୍ଡ ପ୍ରକୃତି ନିବାସ: ଫୁଲ, ଚନ୍ଦନ ଦେଇ ପର୍ଯ୍ୟଟକଙ୍କୁ ସ୍ବାଗତ

ପୁରୀ ଅଫିସ, ୩।୧୧: ବାତ୍ୟା ଫନୀ ପରଠାରୁ ବନ୍ଦ ରହିଥିବା ପୁରୀର ବାଲୁଖଣ୍ଡ ପ୍ରକୃତି ନିବାସ ଠିକ୍‌ ୬ ମାସ ପରେ ଶନିବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏହା ଏବେ ପର୍ଯ୍ୟଟକଙ୍କ ରହଣି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିଛନ୍ତି। ପର୍ଯ୍ୟଟନ ଋତୁ ଆସୁଥିବାରୁ ପ୍ରକୃତି ନିବାସ ପୂର୍ବପରି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିବ। ଜଙ୍ଗଲ ଭିତରେ ପର୍ଯ୍ୟଟକମାନେ ରାତି ବିତାଇବା ସହ ପ୍ରକୃତିର ଭରପୂର ମଜା ନେଇପାରିବେ। ଏଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଡିଏଫ୍‌ଓ କହିଛନ୍ତି।
ଗତ ମେ’ ୩ ତାରିଖ ଫନୀରେ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ଅଭୟାରଣ୍ୟ ମଧ୍ୟରେ ରହିଥିବା ପ୍ରକୃତି ନିବାସ ମଧ୍ୟ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। କଟେଜ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବାବେଳେ ଏହା ପରିସରରେ ଥିବା ଗଛଗୁଡ଼ିକ ଧରାଶାୟୀ ହୋଇପଡିଥିଲା। ବନ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ସଜାଡ଼ି ଦିଆଯାଇଛି। କଲିକତାର ଡ. ବୈଦ୍ୟନାଥ ବିଶ୍ୱାସ ଓ ତାଙ୍କ ସ୍ତ୍ରୀ ପ୍ରକୃତି ନିବାସର ଚଳିତବର୍ଷର ପ୍ରଥମ ପର୍ଯ୍ୟଟକ ଭାବେ ଏଠାରେ ରହିଛନ୍ତି। ସେମାନଙ୍କ ସହ ଆହୁରି କେତେଜଣ ପର୍ଯ୍ୟଟକ ମଧ୍ୟ ରହିବା ପାଇଁ ବୁକିଂ କରିଛନ୍ତି। ପ୍ରଥମ ଦିନରେ ସମସ୍ତ ପର୍ଯ୍ୟଟକଙ୍କୁ ଫୁଲ ଓ ଚନ୍ଦନ ଦିଆଯାଇ ସ୍ବାଗତ କରାଯାଇଛି। ଏ ସମ୍ପର୍କରେ ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି, ପର୍ଯ୍ୟଟନ ଋତୁ ପୂର୍ବରୁ ଏହାର ପୁନରୁଦ୍ଧାର ଲକ୍ଷ୍ୟରେ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଇଥିଲା। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ପର୍ଯ୍ୟଟକଙ୍କ ରହଣି ପାଇଁ ପ୍ରସ୍ତୁତ ହୋଇଯାଇଛି। ପ୍ରାୟ ଅଢ଼େଇ ଏକର ଜମିରେ ଏହି ପ୍ରକୃତି ନିବାସ କରାଯାଇଛି। ଏଠାରେ ୧୦ଟି ଶୀତତାପ ନିୟନ୍ତ୍ରିତ କଟେଜ୍‌ ରହିଛି। ପର୍ଯ୍ୟଟକମାନେ ବୁକିଂ କରି ଏଠାରେ ରାତ୍ରିଯାପନ କରିପାରିବେ। ଗୋଟିଏ କଟେଜ୍‌ରେ ଡବଲ ବେଡ୍‌ ସହିତ ଆନୁଷଙ୍ଗିକ ସୁବିଧା ମଧ୍ୟ ରହିଛି। ଯେଉଁମାନେ ଏଠାରେ ରହିବେ, ସେମାନଙ୍କୁ ଅଭୟାରଣ୍ୟରେ ବୁଲାଇବା ସହିତ ବୋଟିଂ ସୁବିଧା ଏବଂ ଖାଦ୍ୟପେୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଅଭୟାରଣ୍ୟ ବୁଲାଇବା ଲାଗି ୩ଟି ଇ-ଅଟୋ ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ସୁବିଧା ଅଛି। ଏପରି କି ରାତିରେ ହରିଣଙ୍କୁ ମଧ୍ୟ ଖୁବ୍‌ ନିକଟରୁ ପର୍ଯ୍ୟଟକମାନେ ଦେଖିପାରିବେ। ମୋଟାମୋଟି ପ୍ରକୃତି ଭିତରେ ରାତି କଟାଇବାକୁ ପ୍ରକୃତି ନିବାସ ହିଁ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଡିଏଫ୍‌ଓ କହିଛନ୍ତି। ସୂଚନାଥାଉ କି, ଶ୍ରୀମନ୍ଦିର ଏବଂ ସ୍ବର୍ଣ୍ଣାଭ ବେଳାଭୂମି ପ୍ରତି ଆକୃଷ୍ଟ ହୋଇ ପୁରୀ ସହରକୁ ପର୍ଯ୍ୟଟକମାନେ ଛୁଟି ଆସୁଛନ୍ତି। ସହର ଉପକଣ୍ଠରେ ବାଲୁଖଣ୍ଡ ଅଭୟାରଣ୍ୟ, ନୂଆନଈ ଆଦି ପ୍ରାକୃତିକ ବିଭବ ରହିଥିଲେ ହେଁ ତାହାର ମଜା ଉଠାଇପାରୁ ନ ଥିଲେ ପର୍ଯ୍ୟଟକ। ତେଣୁ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ରାଜ୍ୟ ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତି ନିବାସର ପରିକଳ୍ପନା କରାଯାଇଥିଲା। ପୁରୀ-କୋଣାର୍କ ରାସ୍ତାର ସୈକତ ନିବାସ ନିକଟ ନୂଆନଈ କୂଳରେ ୨୦୧୬ରେ ଏହା ତିଆରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri