ଭାଟସାହିରେ ଚୋର ଧରିବା ପାଇଁ ବୁଲିଲା ଖଟ: ଗାଁକୁ ୩ ଥର ଯାଇ ଖଟବୁଲାଳିଙ୍କୁ ଧରିପାରିଲାନି ପୋଲିସ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂର ଭାଟସାହି ଗ୍ରାମରେ ଶୁକ୍ରବାର ଗ୍ରାମବାସୀ ଚୋର ଧରିବା ପାଇଁ ଖଟ ବୁଲାଇଥିଲେ। ଖବର ପାଇ ପୋଲିସ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କୁ ମନା କରି ଫେରି ଆସିବା ପରେ ପୁଣି ଗ୍ରାମରେ ଖଟ ବୁଲାଯାଇଥିଲା। ୩ଥର କରି ପୋଲିସ ଉକ୍ତ ଗ୍ରାମକୁ ଯାଇଥିଲେ ମଧ୍ୟ ଚତୁରତାର ସହ ଖଟବୁଲାଳି ଲୁଚି ଯାଉଥିଲେ। ଦିନତମାମ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା।
ବ୍ଲକ ଭାଟସାହି ଗ୍ରାମର ତୋଟାସାହିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୨ ସପ୍ତାହ ତଳେ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଏ ନେଇ ଗ୍ରାମ କମିଟିକୁ ଜଣାଇଥିଲେ। ପରେ ଗ୍ରାମରେ ବୈଠକ ବସି ଚୋର ଧରିବା ପାଇଁ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତିରେ ଗ୍ରାମର କୌଣସି ବ୍ୟକ୍ତି ଖଟବୁଲା ଖବର ବାହାରେ କାହାକୁ ନ କହିବା ପାଇଁ ତାଗିଦ୍‌ କରାଯାଇଥିଲା। ଯିଏ ଏ ବିଷୟରେ ବାହାରେ କହିବ ତାଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଶୁକ୍ରବାର ଗ୍ରାମକୁ ଗୁଣିଆ ଆସି ଖଟ ବୁଲାଇବା ପାଇଁ ପୂଜାପାଠ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ପୋଲିସ ଭ୍ୟାନ୍‌ ଦେଖି ଗୁଣିଆ ଜଣଙ୍କ ପଳାଇ ଯାଇଥିଲେ। ଏହା ପରେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଗ୍ରାମରେ ଲୋକମାନଙ୍କୁ ଖଟ ନ ବୁଲାଇବା ପାଇଁ କହି ଚାଲି ଆସିଥିଲେ। ପୁନର୍ବାର ଗ୍ରାମରେ ଖଟ ବୁଲିଥିଲା। ଖବର ପାଇ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ଟାଉନ ପୋଲିସ ଗ୍ରାମରେ ପହଞ୍ଚତ୍ ଥିଲା। ହେଲେ ସେହି ସମୟରେ ଗ୍ରାମବାସୀ ଖଟ ଛାଡ଼ି ଚାଲି ଯାଇଥିଲେ। ପୋଲିସ ଫେରି ଆସିଥିଲା। ପରେ ଗ୍ରାମବାସୀ ପୁଣି ଖଟ ବୁଲାଇଥିଲେ। ହେଲେ ସୁଫଳ ପାଇ ନ ଥିଲେ। ଖବର ପାଇ ପୋଲିସ ତୃତୀୟ ଥର ଗ୍ରାମରେ ପହଞ୍ଚତ୍ଥିଲେ ମଧ୍ୟ କାହାକୁ ଧରି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri