ପର୍ଯ୍ୟଟନ ବିକାଶକୁ ପ୍ରଶାସନିକ ଅଣଦେଖା

କେନ୍ଦୁଝର, ୧।୧୧(ସ୍ବ.ପ୍ର.)-କେନ୍ଦୁଝରରେ ପଡ଼ିଲାଣି ଶୀତ। ଏହାହେଉଛି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ରମଣୀୟ । ଏହି ଜିଲାର ପ୍ରାକୃତିକ ପରିବେଶ ଓ ଜଙ୍ଗଲ ପରିବେଷ୍ଟିତ ପ୍ରକୃତିଦତ୍ତ ଜଳପ୍ରପାତ ଗୁଡିକ ପର୍ଯ୍ୟଟକଙ୍କୁ ଜିଲାକୁ ଆକୃଷ୍ଟ କରିଥାଏ। ଏବେଭି ବହୁ ଅନାଲୋଚିତ ଜଳପ୍ରପାତ ଜିଲାରେ ରହିଛି ଯାହାକି ଦୃଷ୍ଟିକୁ ଆସି ପାରିନାହିଁ । ଶୀତ ଦିନ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଏହାର ପ୍ରାକୃତିକ ଜଙ୍ଗଲ, ପାହାଡ ତଥା ଅଙ୍କାବଙ୍କା ରାସ୍ତା, ପାହାଡ଼ରେ ରାଶି/ସୋରିଷ କ୍ଷେତର ସୌନ୍ଦର୍ଯ୍ୟ ସାଙ୍ଗକୁ ଝରଣା ଓ ଜଳପ୍ରପାତ ପର୍ଯ୍ୟଟକଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଥାଏ। କେନ୍ଦୁଝର ଜିଲାରେ ସାନଘାଗରା, ବଡଘାଗରା, ଖଣ୍ଡାଧାର, ଗୁଣ୍ଡିଚା ଘାଗୀ, ହାଣ୍ଡିଭଙ୍ଗା, ଭୀମ କୁଣ୍ଡ, ମୁର୍ଗା, ଗିରିଡିବନ୍ଧ, ଅସୁରଖୋଲ, ପିଶାଚୁଣୀ, ବାରାଗଡ, କାଇଁଝରୀ, ପୁଟୁଘରଘାଗୀ ଭଳି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଜଳପ୍ରପାତ ରହିଛି । ତେବେ ସେଥିରୁ ଅନେକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିବାରୁ ଅବହେଳିତ ହୋଇ ରହିଛି।
ଏପରିକି ଦୀର୍ଘ ବହୁ ବର୍ଷ ହେଲା ଜିଲା ପର୍ଯ୍ୟଟନ ଉନ୍ନୟନ କାଉନସିଲ ବୈଠକ ବସୁ ନ ଥିବାରୁ ସେସବୁ ମାନ୍ୟତା ପାଇପାରୁନାହିଁ କିମ୍ବା ବିକାଶ ହୋଇ ପାରୁନାହିଁ । ତେବେ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପ୍ରଶାସନ ଯେଉଁ ଭଳି ଭାବରେ ଉଦ୍ୟମ କରୁଛି ସେଭଳି ଉଦ୍ୟମ ଅନ୍ୟ ପର୍ଯ୍ୟଟନ କେନ୍ଦ୍ର ଗୁଡିକରେ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ହରିଚନ୍ଦନପୁର ଓ ଘଟଗାଁ ବ୍ଲକ ସୀମାରେ ଥିବା ମୂଷଳ ନାଳ ଉପରେ ଥିବା ଗୁଣ୍ଡିଚାଘାଗୀ ପର୍ଯ୍ୟଟନ କେନ୍ଦ୍ରରେ ଥିବା ଏକାଧିକ ଜଳ ପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାରେ ରହିଛି ଭୀମକୁଣ୍ଡ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର। ଏଠାରେ ରହିଛି ବୈତରଣୀ ନଦୀରେ ଜଳପ୍ରପାତ । ଏଠାକୁ ଲକ୍ଷାଧିକ ପର୍ଯ୍ୟଟକ ଆସୁଥିଲେ ହେଁ ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁ ବିକାଶ ମୂଳକ କାର୍ଯ୍ୟ କରାଯାଉଥିଲେ ହେଁ କେନ୍ଦୁଝର ଜିଲା ପର୍ଯ୍ୟଟନ ମାନଚିତ୍ରରେ ଅଦ୍ୟାବଧି ସ୍ଥାନ ପାଇପାରିନାହିଁ ।
ବାଂଶପାଳ ବ୍ଲକର କାଦକଳା ନିକଟରେ ଥିବା ସୁନ୍ଦରଗଡ ଜିଲା ସୀମାରେ ରହିଛି ସୁଉଚ୍ଚ ସାୈନ୍ଦର୍ଯପୂର୍ଣ୍ଣ ଖଣ୍ଡାଧାର ଜଳପ୍ରପାତ। ଏଠାରେ ଜଳପ୍ରପାତରେ ଗାଧୋଇବା, ବହୁ ଉପରୁ ପାଣି ପଡୁଥିବାରୁ ପଥରରେ ପଡି ଜଳବିନ୍ଦୁ ଚର୍ତୁଦ୍ଦିଗ ବିଛୁରିତ ହୋଇ କୁହୁଡିଆ ପରିବେଶ ଓ ସେଥିରେ ତୀର୍ଯ୍ୟକ ଆଲୋକ ପଡି ଭାସମାନ ଇନ୍ଦ୍ରଧନୁ ଦୃଶ୍ୟ ମନମୁଗ୍ଧ କରିଥାଏ। ଝାଡ଼ଖଣ୍ଡ ରାଜ୍ୟ ସୀମାରେ ଥିବା ଯୋଡାବ୍ଲକର ମୁର୍ଗା ଠାରେ ଥିବା ମୁର୍ଗାନାଳ ଉପରେ ଜଳପ୍ରପାତରେ ଗାଧୋଇବାର ମଜା ନେବା ସହ ଭୋଜିଭାତ, ମୁର୍ଗାମହାଦେବଙ୍କ ଦର୍ଶନ ପାଇଁ ଉଭୟ ରାଜ୍ୟରୁ ଲକ୍ଷାଧିକ ପର୍ଯ୍ୟଟକ ବର୍ଷତମାମ ଆସିଥାନ୍ତି । ଖଣିଖାଦାନ ପ୍ରଭାବରେ ଏହାର ଜଳ ପ୍ରଦୂଷିତ ହୋଇ ନାଲି ହୋଇଯାଉଥିଲେ ହେଁ ପ୍ରତିକାର କରାଯାଉ ନାହିଁ।
ଯୋଡା ବ୍ଲକର ପ୍ରାକୃତିକ ପରିବେଶ ମଧ୍ୟରେ ଅନ୍ୟ ଏକ ପର୍ଯ୍ୟଟନ କେନ୍ଦ୍ର ହାଣ୍ଡିଭଙ୍ଗା ଜଳପ୍ରପାତ ରହିଛି । ଖଣି ଖାଦାନ ପ୍ରଭାବରେ ଏହାର ପରିବେଶ ନଷ୍ଟ ହେବାକୁ ବସିଛି। ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଅସୁରଖୋଲ ଜଳପ୍ରପାତଟିର ବିକାଶ ଓ ପ୍ରଚାରପ୍ରସାର ଅଭାବରୁ ବାହାର ପର୍ଯ୍ୟଟକଙ୍କ ନଜର ପଡୁନାହିଁ। ସେହିପରି ତେଲକୋଇ ବ୍ଲକର ପୁଟୁଘରଘାଗୀ, ଯୋଡା ବ୍ଲକର ପିଶାଚୁଣୀ, ବାଂଶପାଳ ବ୍ଲକର ବାରାଗଡ ପଞ୍ଚାୟତର ଘାଗରା, ସଦର ବ୍ଲକରେ ମହାଦେଇଯୋଡା ବ୍ଲକରେ ଥିବା ଘାଗରା, ସଦର ବ୍ଲକର ଗିରିଡିବନ୍ଧ ଜଳପ୍ରପାତର ବିକାଶ କରାଯାଉନଥିବାରୁ ପର୍ଯ୍ୟଟକଙ୍କ ଆଢୁଆଳରେ ରହିଯାଉଛି। ସରକାର ଆଦିବାସୀ ପର୍ଯ୍ୟଟନର ବିକାଶ କଥା କହୁଥିବା ବେଳେ କେନ୍ଦୁଝର ଜିଲାର ଆଦିବାସୀ ବହୁଳ ଅଞ୍ଚଳରେ ଥିବା ପ୍ରାକୃତିକ ପରିବେଶ ସମୃଦ୍ଧ ଜଳପ୍ରପାତ ଓ ଅନ୍ୟ କେନ୍ଦ୍ର ଗୁଡିକର ବିକାଶ କଲେ ଏହା ପରୋକ୍ଷରେ ସେମାନଙ୍କ ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri