Posted inଜାତୀୟ

ଜଗନମୋହନଙ୍କ ନୂଆ ଯୋଜନା: ବୁଣାକାର-ଆଇନଜୀବୀ ଓ ଧୀବରଙ୍କୁ ମିଳିବ ଆର୍ଥିକ ସହାୟତା

ଅମରାବତୀ,୧୭।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀ ରାଜ୍ୟର ବୁଣାକାର-ଆଇନଜୀବୀ ଓ ଧୀବରଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓ୍ବାଇଏସ୍‌ଆର୍‌ ନେତନ୍ନା ନେସ୍ତାମ୍‌ ଯୋଜନା ଅନ୍ତର୍ଗତ ବୁଣାକାରଙ୍କୁ ବର୍ଷକୁ ୨୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିପରି ମାଛ ଧରିବା ଉପରେ ରୋକ ସମୟର କ୍ଷତି ପୂରଣ ପାଇଁ ଧୀବରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦିଆଯିବ। ଅପରପକ୍ଷରେ ରାଜ୍ୟର ଜୁନିଅର ଆଇନଜୀବୀଙ୍କୁ ମାସକୁ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ। ଏହି ସହାୟତା ଡିସେମ୍ବର ୨୧ଠାରୁ ଦିଆଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଜଗନମୋହନ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ପାଇଁ ୧୦ ହଜାର, ଚାଷୀଙ୍କ ପାଇଁ ଲକ୍ଷେ ୩୫ ହଜାର ଏବଂ ପିଲାଙ୍କୁ ସ୍କୁଲ ପଠାଉଥିବା ମା’ମାନଙ୍କ ପାଇଁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ସହିତ ରାଜ୍ୟର ଗରିବଙ୍କ ପାଇଁ ୨୫ ଲକ୍ଷ ବାସଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri