୮ ମାସ ପରେ ସିଙ୍ଗରାଇଙ୍କୁ ମିଳିଲା ଚିକିତ୍ସା ସେବା

ଆନନ୍ଦପୁର,୧୭। ୧୦(ସ୍ବ.ପ୍ର.)-ଚିକିତ୍ସା ସେବା ଅପହଞ୍ଚ ଥିବା ଇଲାକାରେ ଏବେବି ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରୁଛନ୍ତି। ଲୋକମାନେ ଗୁଣିଗାରେଡି, ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସର ମୋହ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଏହିଭଳି ଏକ ନଜିର ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟଠାରୁ ମାତ୍ର ୧୨ କି.ମି. ଦୂର ଧକୋଠା ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ଆଦିବାସୀ ଯୁବକ କ୍ରିକେଟ ଖେଳୁଥିବା ସମୟରେ ବଲ ତାଙ୍କ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିଲେ। ଝଡାଫୁଙ୍କାର ସହାୟତାରେ ଭଲ ହେବାକୁ ଉଦ୍ୟମ କରି ନିରାଶ ହେବା ପରେ ସ୍ଥାନୀୟ ଜଣେ ସାମାଜିକକର୍ମୀଙ୍କ ସହାୟତାରେ ବୁଧବାର ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ଧକୋଠା ଜଳନଣ୍ଡା ଗ୍ରାମର ଗଙ୍ଗା ମୁଣ୍ଡାଙ୍କ ପୁଅ ସିଙ୍ଗରାଇ ମୁଣ୍ଡା(୩୭) କ୍ରିକେଟ ଖେଳୁଥିବା ସମୟରେ ବଲ ଦ୍ୱାରା ଆହତ ହୋଇଥିଲେ। ଆର୍ଥିକ ଅଭାବ ଅନଟନରେ ରହୁଥିବା ଏହି ପରିବାର ଚିକିତ୍ସା ପାଇଁ ଝଡାଫୁଙ୍କାର ସହାୟତା ନେଇଥିଲେ। ଦୀର୍ଘ ୮ ମାସ ପରେ ବି ଗୋଡ଼ର ଫୁଲା କମିନଥିଲା। ଏହା କ୍ରମଶଃ ସେଫଟିକ୍‌ ହୋଇ ଗୁରୁତର ଅବସ୍ଥାକୁ ଗତି କରିଥିଲା। ନିକଟସ୍ଥ ବନ୍ଧ ଗ୍ରାମର ଜଣେ ସାମାଜିକ କର୍ମୀ ମଙ୍ଗୁଳୁ ପାତ୍ର ଜଳନଣ୍ଡା ବୁଲିଯାଇଥିବା ସମୟରେ ଏହି ଘଟଣା ଦେଖି ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରି ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେ ଏବେ ମେଡିକାଲରେ ଆଡମିଶନ ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ସିଙ୍ଗରାଇଙ୍କ ମା’ ଚମ୍ପା ମୁଣ୍ଡା କହିଛନ୍ତି ଯେ, ଆମେ ଗରିବ ଲୋକ ଆମ ପାଖରେ ପଇସା ନାହିଁ, ଡାକ୍ତରଖାନା ଆଣିପାରିଲୁନି। ଗାଁ ରେ ଝଡାଫୁଙ୍କା କରୁଥିଲୁ ହେଲେ ଫୁଲା କମିଲାନାହିଁ। ତେବେ ସରକାରୀ ସ୍ତରରେ ଆଦିବାସୀମାନଙ୍କୁ ଡାକ୍ତରୀ ଚିକିତ୍ସା ସୁବିଧା ଯୋଗାଇଦେବା ଓ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି। ହେଲେ ଆଦିବାସୀ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ପରିଲକ୍ଷିତ ହେବା ଏକ ପରିତାପର ବିଷୟ ସାଜିଛି। ଗାଁ ଗାଁ ରେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ପାଇଛନ୍ତି। ହେଲେ ଲୋକମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଦିଗରେ ଏମାନେ କେତେ ସଚେତନ ତାହା ସହଜାରେ ଅନୁମାନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri