ଅଭିବୃଦ୍ଧି ଆକଳନ ୬%କୁ ହ୍ରାସ କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୪-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୬%କୁ ହ୍ରାସ କରିଛି। ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଦେଶର ଅଭିବୃଦ୍ଧି ଆକଳନକୁ କମ୍‌ କରିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୫% ରହିବ ବୋଲି ଏପ୍ରିଲରେ ବିଶ୍ୱ ବ୍ୟାଙ୍କ ପୂର୍ବରୁ କରିଥିବା ଆକଳନରେ କହିଥିଲା। ଏପଟେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହାର ଦକ୍ଷିଣ ଏସିଆ ଇକୋନୋମିକ ଫୋକସର ସଦ୍ୟତମ ସଂସ୍କରଣ ରିପୋର୍ଟରେ କହିଛି ଯେ, ୨୦୨୧ରେ ଭାରତ ଏହାର ଅଭିବୃଦ୍ଧି ଧାରାକୁ ୬.୯%କୁ ନେବାରେ ସକ୍ଷମ ହେବ। ସେହିଭଳି ୨୦୨୨ରେ ଅଭିବୃଦ୍ଧି ହାର ୭.୨% ରହିବ ବୋଲି ଆକଳନ କରାଯାଇଛି। ଲଗାତର ଭାବେ ଦ୍ୱିତୀୟ ବର୍ଷ ଲାଗି ଭାରତର ଅଭିବୃଦ୍ଧି ହାର ହ୍ରାସ ହେଉଛି। ଏହା ୨୦୧୮-୧୯ରେ ୬.୮% ଏବଂ ୨୦୧୭-୧୮ରେ ୭.୨% ରହିଥିଲା। ମାନ୍ଦାବସ୍ଥା ଦେଶର ଆର୍ଥତ୍କ କ୍ଷେତ୍ରକୁ ଆହୁରି କ୍ଷତିଗ୍ରସ୍ତ କରିବ ବୋଲି ରିପୋର୍ଟରେ କୁହାଯାଇଛି।
ଏସିଆର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ଭାବେ ପରିଗଣିତ ଭାରତର ଜିଡ଼ିପି ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଏହା ୫%କୁ ଖସି ଆସିଛି। ସରକାରଙ୍କ ଖର୍ଚ୍ଚ ଏବଂ ଖାଉଟି ଚାହିଦା କମିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଅପରପକ୍ଷରେ ଅଗଷ୍ଟରେ ଶିଳ୍ପକ୍ଷେତ୍ର ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ସରକାର ମାନ୍ଦାବସ୍ଥାକୁ ରୋକିବା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ବେଳେ ସ୍ଥିତି ଅଧିକ ଜଟିଳ ରହିଥିବାରୁ ଏହା ପର୍ଯ୍ୟାପ୍ତ ହେଉନାହିଁ। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଚଳିତ ବର୍ଷ ୫ଥର ରେପୋ ହ୍ରାସ କରିଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଏହାର ଅଭିବୃଦ୍ଧି ଆକଳନକୁ ୬.୯%ରୁ ୬.୨% କରିଛି।
ଗତ ସପ୍ତାହରେ ରେଟିଂ ଏଜେନ୍ସି ମୁଡିସ ଇନଭେଷ୍ଟର୍ସ ସର୍ଭିସ ଭାରତର ଅଭିବୃଦ୍ଧି ଅନୁମାନକୁ କମ୍‌ କରିବା ସହ ୬.୨%କୁ ୫.୮%କୁ ଆଣିଛି। ଦୀର୍ଘ ସମୟ ଧରି ଅଭିବୃଦ୍ଧିରେ ମାନ୍ଦାବସ୍ଥା ସରକାରଙ୍କ ବିତ୍ତିୟ ଯୋଜନାକୁ ପ୍ରଭାବିତ କରିବ ବୋଲି ଏହା ପ୍ରକାଶ କରିଛି। ଅପରପକ୍ଷରେ ବିଶ୍ୱବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ମନ୍ଥରତା ଏବଂ ସରକାରଙ୍କ କର୍ପୋରେଟ ଟିକସ ହ୍ରାସକୁ ନେଇ ଆଶଙ୍କା ପ୍ରକଟ କରିଛି। ସରକାରଙ୍କ କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର ବୋଝ ପଡିବ। ଏପଟେ ବ୍ୟାଙ୍କ କହିଛି ଯେ, ଅଭିବୃଦ୍ଧି ହ୍ରାସ, ଟିକସ ସଂଗ୍ରହ କମିଲେ ଏହା ବିତ୍ତୀୟ ଧାରା ଉପରେ ଗଭୀର ପ୍ରକାଇବା ସ୍ବାଭାବିକ। ମାତ୍ର ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ସରକାରଙ୍କ ଯୁକ୍ତିକୁ ଏହା ବିରୋଧାଭାସ କରୁଛି।

ଆର୍ଥତ୍କ ସଂସ୍କାରରୁ ଅସୁବିଧା
ଭାରତରେ ଲାଗୁ ହୋଇଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଏବଂ ବିମୁଦ୍ରୀକରଣର ଅସୁବିଧା ବଜାର ଉପରେ ଏବେ ମଧ୍ୟ ରହିଥିବା ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି। ଏହା ଦ୍ୱାରା ଗ୍ରାମାଞ୍ଚଳ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ସେହିଭଳି ସହରାଞ୍ଚଳ ନିଯୁକ୍ତି କ୍ଷେତ୍ରରେ ଏହାର ନକରାତ୍ମକ ପ୍ରଭାବ ଦେଖାଯାଇଛି। ଏଭଳି ବିଭିନ୍ନ ପ୍ରସଙ୍ଗ ଗରିବ ପରିବାରଗୁଡିକର ଅଡୁଆକୁ ଆହୁରି ବଢାଇବାର ସମ୍ଭାବନା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଗ୍ରାମାଞ୍ଚଳ ଆୟରେ ମନ୍ଥର ଅଭିବୃଦ୍ଧି, ବଜାରରେ ଚାହିଦା ହ୍ରାସ ଯୋଗୁ ଅଟୋମୋବାଇଲ ସମେତ ଏଫ୍‌ଏମ୍‌ସିଜି କ୍ଷେତ୍ର ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ଅପରପକ୍ଷରେ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକ କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବାରୁ ଚାହିଦା ଏତେ ଶୀଘ୍ର ଫେରୁ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଭାରତ ତୁଳନାରେ ବାଂଲାଦେଶ,ନେପାଳର ତ୍ୱରିତ ଅଭିବୃଦ୍ଧି
ଭାରତ ତୁଳନାରେ ବାଂଲାଦେଶ ଏବଂ ନେପାଳ ଉନ୍ନତ ଅଭିବୃଦ୍ଧି ହାସଲ କରିବେ। ସମଗ୍ର ଦକ୍ଷିଣ ଏସିଆର ଅଭିବୃଦ୍ଧି ମଧ୍ୟ ଏତେଟା ଉନ୍ନତ ହେବ ନାହିଁ ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଏହି ସମୟରେ ପାକିସ୍ତାନର ଅଭିବୃଦ୍ଧି ୨.୪%କୁ ଖସିବ। ଦକ୍ଷିଣ ଏସିଆର ଅଭିବୃଦ୍ଧି ୧.୧% ହ୍ରାସ ଘଟି ୫.୯%କୁ ଖସିଯିବ ବୋଲି ଆକଳନ କରାଯାଇଛି। ଗତ ତ୍ରୈମାସରେ ଭାରତର ଘରୋଇ ଚାହିଦା ୩.୧%କୁ ଖସିଛି। ଏହା ଗତ ବର୍ଷ ସମାନ ସମୟରେ ୭.୩% ଥିଲା। ସେହିଭଳି ମାନୁଫାକଚରିଂ ଅଭିବୃଦ୍ଧି ୧% ତଳକୁ ଖସି ଆସିଛି। ଏହା ଗୋଟିଏ ବର୍ଷ ତଳେ ୧୦%ରୁ ଉର୍ଦ୍ଧ୍ୱ ରହିଥିଲା। ବାଂଲାଦେଶର ଅଭିବୃଦ୍ଧି ୮.୧% ରହିବ ବୋଲି ଆକଳନ କରାଯାଇଛି। ଏହି ଆକଳନ ୨୦୧୮ରେ ୭.୯% ରହିଥିଲା। ସେହିଭଳି ନେପାଳ ୨୦୨୦ରେ ୭.୨% ଏବଂ ୨୦୨୧ରେ ୭.୨% ଅଭିବୃଦ୍ଧି ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ସମୟରେ ନେପାଳର ଜିଡିପି ଅଭିବୃଦ୍ଧି ୬.୫% ରହିବ। ସେହିଭଳି ଆଫଗାନିସ୍ତାନ ୩%, ଭୁଟାନ ୭.୪% ଏବଂ ଶ୍ରୀଲଙ୍କାର ଅଭିବୃଦ୍ଧି
୨.୭% ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri