ଆଜିର ଅର୍ଥନୀତି/ନୈରାଶ୍ୟଜନକ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପର୍ଯ୍ୟାୟକ୍ରମେ ଗତ ଫେବୃୟାରୀରୁ ଚଳିତ ଅକ୍ଟୋବର ମଧ୍ୟରେ ରେପୋ ରେଟ୍‌ (ଯେଉଁ ସୁଧ ହାରରେ ଆର୍‌ବିଆଇ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ) ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାର ଧାରାକୁ ଏହା ରୋକିବ ବୋଲି ବିଶ୍ୱାସ କରାଯାଉଛି। ଦୁର୍ଗତି ଦେଇ ଗତି କରୁଥିବା ଶିଳ୍ପଜଗତର ପ୍ରାୟ ସବୁ କ୍ଷେତ୍ରରେ ଅଭିବୃଦ୍ଧି ହାର ପ୍ରଭୂତ ହ୍ରାସ ପାଇଛି। ବିଶ୍ୱ ମାନ୍ଦାବସ୍ଥା ପ୍ରଭାବରେ ୨୦୦୮ର ଶେଷ ଭାଗରୁ ଭାରତୀୟ ଅର୍ଥନୀତିରେ ଧିମାଗତି ଆରମ୍ଭ ହୋଇଥିଲେ ମଧ୍ୟ ଏହା କୌଣସି ପ୍ରକାରେ ସେହି ପ୍ରତିକୂଳ ପରିସ୍ଥିତିକୁ ଟାଳି ଆସିଥିଲା। ତେବେ ୨୦୧୬ ନଭେମ୍ବର ମାସର ବିମୁଦ୍ରୀକରଣ ପରଠାରୁ ସେହି ଅବସ୍ଥା ଆହୁରି ଖରାପ ହେବାକୁ ଆରମ୍ଭ କରିଛି। ଅନେକ ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଯିବା ସହ ଲକ୍ଷ ଲକ୍ଷ ଶ୍ରମିକ ଓ କର୍ମଚାରୀ ଚାକିରି ହରାଇଛନ୍ତି। ନିଯୁକ୍ତି ବଢ଼ାଇବା ପାଇଁ ସରକାର କୌଣସି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ଖାଉଟିଙ୍କ ଚାହିଦା ଓ ଜନିଷପତ୍ର କିଣାବିକା ବହୁମାତ୍ରାରେ ହ୍ରାସ ପାଇଛି। ଏହି ଚାହିଦା ହ୍ରାସର ଶିକାର ହୋଇଛନ୍ତି ବିଭିନ୍ନ ଖାଉଟି ସାମଗ୍ରୀର ନିର୍ମାତା କମ୍ପାନୀଗୁଡ଼ିକ। ପୂର୍ବର ସମସ୍ତ ଆର୍‌ବିଆଇ ଗଭର୍ନର ସୁଧହାର ହ୍ରାସ କରି ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ଅରାଜି ହୋଇଥିଲେ। ତେବେ ବର୍ତ୍ତମାନର ଗଭର୍ନର ଶକ୍ତିକାନ୍ତ ଦାସ ସରକାରଙ୍କୁ ନିରାଶ କରିନାହାନ୍ତି। ଖାଉଟିମାନଙ୍କ ଚାହିଦା ବୃଦ୍ଧି କରିବା ପାଇଁ ସେ ପର୍ଯ୍ୟାୟକ୍ରମେ ସୁଧହାର ହ୍ରାସ କରିଚାଲିଛନ୍ତି। ତେବେ ଆର୍‌ବିଆଇ ଦ୍ୱାରା କରାଯାଇଥିବା ଏହି ସୁଧହାର ହ୍ରାସ ଅଭିଳଷିତ ସୁଫଳ ପ୍ରଦାନ କରିବାରେ ବିଫଳ ହୋଇଛି। ଏହି ହ୍ରାସର ସୁଫଳ ଗ୍ରାହକମାନଙ୍କୁ ଦେବା ଲାଗି ବ୍ୟାଙ୍କଗୁଡ଼ିକ କୁଣ୍ଠା ପ୍ରକାଶ କରୁଛନ୍ତି। ବୃହତ୍ତମ ବ୍ୟାଙ୍କ ଏସ୍‌ବିଆଇ ମୋଟ ହ୍ରାସର ମାତ୍ର ଏକଚତୁର୍ଥାଂଶ ସୁଫଳ ଗ୍ରାହକମାନଙ୍କୁ ଦେଇଛି। ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର କଥା ଆଉ କ’ଣ କହିବା?
ଏହି ପରିପ୍ରେକ୍ଷୀରେ ଲୋକେ ଆଶା କରୁଥିଲେ ଏସ୍‌ବିଆଇ ଅନ୍ତତଃ ସଞ୍ଚୟ ଜମାଖାତା (ସେଭିଙ୍ଗ୍‌ସ ବ୍ୟାଙ୍କ)ର ସୁଧହାରକୁ ଅପରିବର୍ତ୍ତିତ ରଖିବ। କିନ୍ତୁ ବ୍ୟାଙ୍କ ଠିକ୍‌ ତା’ର ଓଲଟା କରିଛି। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ଏହା ସୁଧହାର ୩.୫ ପ୍ରତିଶତରୁ ୩.୨୫ ପ୍ରତିଶତକୁ ଅର୍ଥାତ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଏହି ହ୍ରାସପ୍ରାପ୍ତ ସୁଧହାର ୨୦୧୯ ନଭେମ୍ବର ପହିଲାରୁ ଲାଗୁ ହେବ। ଏହି ହ୍ରାସ ସପକ୍ଷରେ ବ୍ୟାଙ୍କର ଯୁକ୍ତି ହେଉଛି ବ୍ୟାଙ୍କ ପାଖରେ ଯଥେଷ୍ଟ ଚଳନିଧି ବା ନଗଦ ଟଙ୍କା ରହିଛି। ଏସ୍‌ବିଆଇ ମଧ୍ୟ ବର୍ଷକରୁ ଦୁଇବର୍ଷ ଭିତରେ ପରିପକ୍ୱ ହେଉଥିବା ଖୁଚୁରା ସ୍ଥାୟୀ ଜମା (ଏଫ୍‌ଡି) ଉପରେ ସୁଧହାର ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି, ଯାହା ଚଳିତ ଅକ୍ଟୋବର ୧୦ ତାରିଖରୁ କାର୍ଯ୍ୟକାରୀ ହେବ। ଏସ୍‌ବିଆଇ ଏହା ପୂର୍ବରୁ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଜମାରାଶି ରହୁଥିବା ସେଭିଙ୍ଗ୍‌ସ ଆକାଉଣ୍ଟ ଉପରେ ସୁଧହାରକୁ ରେପୋ ରେଟ୍‌ ସହ ସଂଲଗ୍ନ କରିସାରିଛି। ବର୍ତ୍ତମାନ ଏହା ୩ ପ୍ରତିଶତ ରହିଛି। ଗତ ଅଗଷ୍ଟ ମାସରେ ଏସ୍‌ବିଆଇ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲା ସେଥିରେ ପୂରାପୂରି ୟୁ ଟର୍ନ (ବିପରୀତ ମୋଡ଼) ନେଇଛି। ଗତ ଅଗଷ୍ଟ ମାସରେ ଏସ୍‌ବିଆଇ କହିଥିଲା ଯେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିବା ସତ୍ତ୍ୱେ ଏହା ସେଭିଙ୍ଗ୍‌ସ୍‌ ବ୍ୟାଙ୍କ ଜମା ଉପରେ ସୁଧହାର ଅପରିବର୍ତ୍ତିତ ରଖିବ। ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଥିଲା ଯେ ସଞ୍ଚୟ ଜମାକାରୀଙ୍କ ସ୍ବାର୍ଥରକ୍ଷା ଲାଗି ଏସ୍‌ବିଆଇ ସ୍ଥିର କରିଛି ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଜମାକାରୀଙ୍କ ସେଭିଙ୍ଗ୍‌ସ ବ୍ୟାଙ୍କ ଜମା ଉପରେ ବର୍ତ୍ତମାନ ରହିଥିବା ୩ ପ୍ରତିଶତ ସୁଧହାରକୁ ଆଉ ହ୍ରାସ କରିବ ନାହିଁ। ଏକ ଲକ୍ଷରୁ କମ୍‌ ଜମାକାରୀଙ୍କ ଲାଗି ରହିଥିବା ୩.୫ ପ୍ରତିଶତ ସୁଧହାର ବି ଅପରିବର୍ତ୍ତିତ ରହିବ। ସଞ୍ଚୟ ଜମା ଉପରେ ସୁଧହାର ହ୍ରାସ ସାଧାରଣ ବ୍ୟାଙ୍କ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ, ବିଶେଷତଃ ନିମ୍ନ ଓ ନିମ୍ନ-ମଧ୍ୟବିତ୍ତ ବର୍ଗ ସବୁଠୁ ବେଶି କ୍ଷତିଗ୍ରସ୍ତ ହେବେ। ସରକାର ଟିକସ ହ୍ରାସ କରିବା ଓ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିବା ବେଳେ ସାଧାରଣ ଜନତା ବ୍ୟାଙ୍କଗୁଡ଼ିକଠାରୁ ଯାହା ଆଶା କରୁଥିଲେ ସଞ୍ଚୟ ଜମା ଉପରେ ସୁଧହାର ହ୍ରାସ କରି ଏସ୍‌ବିଆଇ ତା’ର ଓଲଟା କାମ କରିଛି। ଏହାଫଳରେ ସଞ୍ଚୟ ଜମା ଉପରେ ନିର୍ଭର କରୁଥିବା ଗରିବ, ବରିଷ୍ଠ ନାଗରିକ ଓ ଶ୍ରମିକ ଶ୍ରେଣୀ ବିଶେଷ କ୍ଷତିଗ୍ରସ୍ତ ହେବେ। ପୂଜା ସମୟରେ ବ୍ୟାଙ୍କର ଏହି ମାଡ଼ ଅନ୍ୟାୟ ଓ ନୈରାଶ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri