୧୪୨ତମ ଗୋପବନ୍ଧୁ ଜୟନ୍ତୀ: ଚଳଚଞ୍ଚଳ ଜନ୍ମପୀଠ ସୁଆଣ୍ଡୋ, ସତ୍ୟବାଦୀ; ଅପରାହ୍ନରେ ପହଞ୍ଚିବେ ରାଜ୍ୟପାଳ

ସାକ୍ଷୀଗୋପାଳ,୯।୧୦(ଡି.ଏନ୍‌.ଏ.)- ନିସ୍ବାର୍ଥପର ଜନସେବୀ, ଓଡ଼ିଆଜାତିର ଦରଦୀ ପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୨ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସମାବେଶକୁ ନେଇ ପୁଣ୍ୟାତ୍ମାଙ୍କ ଜନ୍ମପୀଠ ସୁଆଣ୍ଡୋଠାରୁ କର୍ମପୀଠ ସତ୍ୟବାଦୀ ବକୁଳବନ ଚଳଚଞ୍ଚଳ ହୋଇଉଠିଛି । ଉତ୍କଳମଣିଙ୍କ ସହିତ ପଞ୍ଚସଖାଙ୍କ ପ୍ରତିମୁର୍ତ୍ତି ଓ ସମାଧି ପୀଠରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ, ଧୂପ, ଦୀପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବକୁଳବନ, ପଞ୍ଚସଖା ସ୍ମୃତି ସମାଧିପୀଠ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ, କାଦୁଆ ଆଶ୍ରମ, ଜନଭୂମୀ ସୁଆଣ୍ଡୋ, ସାରଙ୍ଗଯୋଡି ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହାପୁରୁଷଙ୍କ ଜୟନ୍ତୀ ଉତ୍ସବ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୋପବନ୍ଧୁଙ୍କ କୁଳଦେବତା ରାଧା ବିନୋଦ ବିହାରୀଙ୍କ ପୁଜାର୍ଚ୍ଚନା ସହିତ ଭାଗବାତ ପାଠ କରାଯାଇଥିଲା। ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭାରେ ଅତିଥି ଭାବରେ ଡା. ଅଶୋକ କୁମାର ମାହାପାତ୍ର, ଅଭିନେତା ସବ୍ୟସାଚୀ ମହାପାତ୍ର ପ୍ରମୁଖ ଯୋଗଦେଇ ଉତ୍କଳମଣିଙ୍କ ସେବା, ସଂସ୍କାର ଓ ଶିକ୍ଷା କ୍ଷେତ୍ରରେ ରହିଥିବା ପାରଦର୍ଶିତା ସମ୍ପର୍କରେ ଆଲୋକପାତ କରିଥିଲେ। ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରମାନଙ୍କୁ ସ୍ମୃତି ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ କୁମାର ଜେନା, ସତ୍ୟବାଦୀ ଅତିରିକ୍ତ ତହସିଲଦାର ଉଲ୍ଲାସ ଚନ୍ଦ୍ର ସେଠୀ, ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସ୍ମୃତି ସମାଧି ପୀଠରେ ବିଗତ ବର୍ଷ ମାନଙ୍କଭଳି ସର୍ବଧର୍ମ ପ୍ରର୍ଥନା ସଭାରେ ପୁର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ । ଯେଗାଚାର୍ଯ୍ୟ ରମାକାନ୍ତ କର ବେଦପାଠ, ବିରେନ ପ୍ରଧାନ ବାଇବେଲ, ସମିମ ଅହମ୍ମଦ ଖାନ କୋରାନ, ଗୁରୁ କବିର ସିଂ ଗୁରୁଗ୍ରନ୍ଥ, ବୀରବର ଭକ୍ତ ଅଲେଖ ଭଜନ, ସଂଗ୍ରାମ ସ୍ବାଇଁ ଓ ରାକେଶ ରାଉତ ବାହାଇ ଭଜନ, ମନ୍ଦ୍ରେ ଜୈନ ଜୈନଧର୍ମ ବାଣୀ, ଉନନ୍ତେ ଧର୍ମାଲୋକ ବୌଦ୍ଧ ଭଜନ, ଉତ୍କଳମଣିଙ୍କ ରଚିତ ଭଜନ ଗୁରୁ ଅଶୋକ ମୁମାର ସାହୁ ଓ ସ୍ବୟଂଶ୍ରୀ ସତ୍ୟପ୍ରଜ୍ଞା, ଏବଂ ସୋନାଲୀ ରାୟ ଶାନ୍ତିପାଠ ଓ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରିଥିଲେ। ଏଥିରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ସରପଞ୍ଚ ସୁବାଷ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଭାରତ ବିକାଶ ପରିଷଦ, ବକୁଳବନ ସୁରକ୍ଷା ପରିଷଦ, ସାହିଭାଇ, କ୍ଲବ ସତ୍ୟବାଦୀ, ଲୋକସେବକ ମଣ୍ଡଳ, ସୁଆଣ୍ଡୋ ସେତୁ ସଂଗଠନ, ଶୋଭନୀୟ ଆନ୍ଦୋଳନ ସହିତ ସୁଦୁର ଯାଜପୁର ବ୍ୟାସ ନଗରରୁ ସାଇକେଲରେ ଶ୍ରଦ୍ଧାଳୁମାନେ ବକୁଳବନ ଓ ସୁଆଣ୍ଡୋରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖାଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପୌରୋହିତ୍ୟରେ ସୁଆଣ୍ଡୋରେ ଅପରାହ୍ନରେ ଆୟୋଜିତ ସୃତି ସଭାରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ରାଜ୍ୟପାଳ ୫ ହଜାର ଗରିବ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri