କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ

କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ବିଶେଷଭାବେ ବୟସ୍କ ବ୍ୟକ୍ତି ଏହାର ଶିକାର ହେଲେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ହେଲେ ଏକ ବ୍ୟତିକ୍ରମସ୍ବରୂପ କୋଲକାତାର ଜଣେ ୯୯ବର୍ଷୀୟ ବୃଦ୍ଧ କରୋନାକୁ ହରାଇ ଘରକୁ ଫେରିଛନ୍ତି। ଏହାଦ୍ୱାରା ସେ କରୋନାକୁ ହରାଇ ମୃତ୍ୟୁକୁ ପରାଜିତ କରିଥିବା ଦେଶର ସବୁଠାରୁ ବୟସ୍କ କରୋନା ଯୋଦ୍ଧା ପାଲଟିଛନ୍ତି।

ବୃଦ୍ଧ ଜଣକ ହେଲେ ପଶ୍ଚିମବଙ୍ଗର ଶ୍ରୀପତି ନୟାବନ। ବୁଧବାର ଅପରାହ୍ନରେ ସେ ଡାଇମଣ୍ଡ ହାର୍ବରସ୍ଥିତ ନିଜ ଘରକୁ ଫେରିଛନ୍ତି। କାଗଜପତ୍ରରୁ ତାଙ୍କୁ ୯୯ ବର୍ଷ ବୟସ ବୋଲି ଜଣାପଡ଼ିଛି। ହେଲେ ତାଙ୍କୁ ୧୦୦ ବର୍ଷରୁ ଅଧିକ ହୋଇଥିବା ଶ୍ରୀପତି ଯୁକ୍ତି କରନ୍ତି।

କିଛି ଦିନ ପୂର୍ବେ ଶ୍ରୀପତିଙ୍କୁ ଜ୍ୱର ହୋଇଥିଲା। ପରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଟେଷ୍ଟ ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଜୁନ ୨୫ ତାରିଖରେ ତାଙ୍କୁ କୋଲକାତାର ଏକ ନର୍ସିଂ ହୋମ୍‌କୁ ପଠାଯାଇଥିଲା। ସେଠାରେ ଚିକିତ୍ସା କରାଯିବା ପରେ ସେ ଠିକ୍‌ ହୋଇଯାଇଛନ୍ତି। ଫଳରେ ବୁଧବାର ତାଙ୍କୁ ହସ୍ପିଟାଲରୁ ଘରକୁ ଯିବା ଲାଗି କୁହାଯାଇଥିଲା। ତେବେ ଏଭଳି ଘଟଣା ଡାକ୍ତରମାନଙ୍କ ମନୋବଳ ବଢ଼ାଉଥିବା ଚିକିତ୍ସା କରୁଥିବା ଡାକ୍ତର ନରଗିସ ପରଓ୍ବିନ୍‌ କହିଛନ୍ତି। ଶ୍ରୀପତି କରୋନାକୁ ହରାଇଥିବା ଦେଶର ସବୁଠାରୁ ବୟସ୍କ ବୃଦ୍ଧ। ସେ ଏକ ଉଦାହରଣ। କରୋନାକୁ ଭୟ ନ କରି ଏହା ସହ ଲଢ଼ିବାକୁ ପଡ଼ିବ ବୋଲଇ ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୨୬।୧୨: ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ମୁସଲମାନ ଯୁବତୀଙ୍କର ସୁରକ୍ଷା ଆବେଦନକୁ...

ଆସାମ-ପଶ୍ଚିମବଙ୍ଗରେ ମତଦାନ ଜାରି

କୋଲକାତା/ଗୁଆହାଟି,୨୭।୩: ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଜାରି ରହିଛି। ଆସାମର ୪୭ ଏବଂ ପଶ୍ଚିମବଙ୍ଗର ୫ ଜିଲାର ୩୦...

ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ବେଙ୍ଗାଲୁରୁ ନିଆଗଲା

ଚେନ୍ନେଇ,୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ଓ୍ବେଲିଂଟନ ମିଲିଟାରୀ ହସ୍ପିଟାଲରୁ ଗୁରୁବାର ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ଶରୀରର...

ଦିନକୁ ୮ଘଣ୍ଟା ଡ୍ୟୁଟି କରିବେ ପୋଲିସ କର୍ମଚାରୀ: ସପ୍ତାହରେ ଦିନେ ଛୁଟି

କଟକ ଅଫିସ,୩୦ା୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଓଡ଼ିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌କୁ...

ମୋ କାର୍ଯ୍ୟାଳୟରେ ସିବିଆଇକୁ ସ୍ବାଗତ: ସିସୋଡିଆ…

ନୂଆଦିଲ୍ଲୀ,୧୪।୧ : ଦିଲ୍ଲୀ ସଚିବାଳୟରେ ଅବସ୍ଥିତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ କରିଛି। ଏହି ସମୟରେ ସେ ଦାବି କରିଛନ୍ତି ଯେ ସିବିଆଇ...

ପୁଣି ରାହୁଲଙ୍କୁ ମିଳିଲା ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ଧମକ: ପଞ୍ଜାବର କାନ୍ଥରେ ଲେଖାଗଲା ସ୍ଲୋଗାନ୍‌

ଚଣ୍ଡିଗଡ଼,୩।୧: ପଞ୍ଜାବରେ ଖଲିସ୍ତାନ ସମର୍ଥନରେ ପୁଣି ଥରେ ସ୍ବର ଉଠିଛି। ସହରର କାନ୍ଥରେ ଖଲିସ୍ତାନଙ୍କ ସମର୍ଥନରେ ଏକ ସ୍ଲୋଗାନ୍‌ ଲେଖାହୋଇଛି। ମୁକ୍ତସର ସାହିବର ଏସ୍‌ଏସ୍‌ପି କାର୍ଯ୍ୟାଳୟର...

୩ ଆସନରେ କଂଗ୍ରେସ, ଗୋଟିଏରେ ଭାଜପା

ନୂଆଦିଲ୍ଲୀ, ୨ା୩: ମହାରାଷ୍ଟ୍ରର ୨ ବିଧାନସଭା ଆସନ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ତାମିଲନାଡୁର ଗୋଟିଏ ଲେଖାଏ ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ...

ବିଧାୟକ ଦଳ ବୈଠକ ପରେ ଘୋଷଣା ହେବ କର୍ନାଟକ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ

ବେଙ୍ଗାଲୁରୁ,୨୭ ।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିଷ୍ପତି ହୋଇଯିବ । କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସୋମବାର ବିଏସ୍ ୟେଦୁରପ୍ପା ଇସ୍ତଫା...

Advertisement
Archives

Model This Week