Posted inଜାତୀୟ

ସିନିୟର ସିଟିଜେନଙ୍କ ପାଇଁ ଖୁସି ଖବର; ଏତିକି ବୟସରେ ମିଳିବ ୧୦୦% ପେନଶନ!

ନୂଆଦିଲ୍‌ଲୀ,୪।୬: ଫିଟମେଣ୍ଟ ଫ୍ୟାକ୍ଟର ଏବଂ ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ, ଏଥର ୮ମ ବେତନ କମିଶନ (8th Pay Commission) ଆଲୋଚନାରେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ନୂତନ ପେନସନ ବ୍ୟବସ୍ଥା ମଧ୍ୟ ଏକ ବଡ଼ ପ୍ରସଙ୍ଗ ସାଜିଛି। ଅବସର ପରେ ଆର୍ଥିକ ସୁରକ୍ଷାକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଉଛି।

ନ୍ୟାସନାଲ କାଉନସିଲ-ଜଏଣ୍ଟ କନସଲ୍ଟେଟିଭ ମେସିନାରୀ (NC-JCM) ୮ମ ବେତନ କମିଶନଙ୍କୁ ଦେଇଥିବା ନିଜ ସ୍ମାରକପତ୍ରରେ କହିଛି ଯେ, ଅବସର ପରେ ସମ୍ମାନଜନକ ଜୀବନ ବିତାଇବା ଏବଂ ଅତିକମରେ ଦୁଇ ଜଣିଆ ପରିବାରର ଖର୍ଚ୍ଚ ଚଳାଇବା ପାଇଁ ପୂର୍ଣ୍ଣ ପେନସନ ଶେଷ ମାସର ଦରମା କିମ୍ୱା ଶେଷ ୧୦ ମାସର ହାରାହାରି ଦରମାର ୬୭% ହେବା ଉଚିତ। ବର୍ତ୍ତମାନ ଏହା ୫୦% ରହିଛି।

ସଂଗଠନ ପକ୍ଷରୁ ସଂସଦର ଏକ ସ୍ଥାୟୀ କମିଟିର ସୁପାରିଶକୁ ମଧ୍ୟ ଦର୍ଶାଯାଇଛି, ଯେଉଁଥିରେ ପ୍ରତି ପାଞ୍ଚ ବର୍ଷରେ ପେନସନରେ ୫% ଅତିରିକ୍ତ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ଅନୁଯାୟୀ ପ୍ରସ୍ତାବିତ ଢାଞ୍ଚା କିଛି ଏହିଭଳି ହୋଇପାରେ:

୬୫ ବର୍ଷ ବୟସରେ: ଶେଷ ଦରମାର ୭୦%
୭୦ ବର୍ଷ ବୟସରେ: ୭୫%
୭ ବର୍ଷ ବୟସରେ: ୮୦%
୮୦ ବର୍ଷ ବୟସରେ: ୮୫%
୮୫ ବର୍ଷ ବୟସରେ:୯୦%
୯୦ ବର୍ଷ ବୟସରେ: ୧୦୦% ପେନସନ

ପୁରୁଣା ପେନସନ ଯୋଜନା (OPS): OPS ରେ ଅବସର ପରେ ଶେଷ ଦରମା ଏବଂ ମହଙ୍ଗା ଭତ୍ତା ଆଧାରରେ ଏକ ନିଶ୍ଚିତ ପେନସନ ମିଳିଥାଏ। ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରନ୍ତି ଏବଂ କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ କୌଣସି ଅଂଶଦାନ ଦେବାକୁ ପଡ଼ିନଥାଏ।

ଜାତୀୟ ପେନସନ ପ୍ରଣାଳୀ (NPS): NPS ଏକ ଅଂଶଦାନ ଭିତ୍ତିକ ଯୋଜନା। ଏଥିରେ କର୍ମଚାରୀ ଏବଂ ସରକାର ଉଭୟ ନିବେଶ କରନ୍ତି। ଅବସର ସମୟରେ ମିଳୁଥିବା ପେନସନ ଜମା ପାଣ୍ଠି ଏବଂ ବଜାରରୁ ମିଳୁଥିବା ରିଟର୍ଣ୍ଣ ଉପରେ ର୍ନିଭର କରେ।

ୟୁନିଫାଇଡ ପେନସନ ସ୍କିମ (UPS): OPS ଏବଂ NPS ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ UPS ଅଣାଯାଇଛି। ଏଥିରେ NPS ଭଳି ଅଂଶଦାନ ତ ରହିଥାଏ, କିନ୍ତୁ ଏହାସହ ନିଶ୍ଚିତ ପେନସନର ମଧ୍ୟ ପ୍ରାବଧାନ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri