ଦୁର୍ବଳ ଶିକ୍ଷାରୁ ୮୮୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୧୨ା୮(ବ୍ୟୁରୋ):ଗୁଣାତ୍ମକ ଶିକ୍ଷା ଅଭାବରୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଅଭିଭାବକମାନେ ସରକାରୀ ସ୍କୁଲରୁ ମୁହଁ ମୋଡୁଛନ୍ତି। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ନ ଥିବା ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟ ନିଜ ପିଲାକୁ ସରକାରୀ ସ୍କୁଲରେ ପଢ଼ାଇବାକୁ ଆଉ ଆଗ୍ରହ ଦେଖାଉନାହାନ୍ତି। ତେଣୁ ଧୀରେ ଧୀରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମି କମି ଯାଉଛି। ଶିକ୍ଷକ ଅଭାବ ଏହି ସ୍ଥିତିକୁ ଆହୁରି ସଙ୍ଗିନ କରି ଦେଇଛି। ଗାଁଠୁ ସହର ସବୁଠି ପବ୍ଲିକ ସ୍କୁଲ ସଂଖ୍ୟା ବଢ଼ିଯାଉଥିବାରୁ ସରକାରୀ ସ୍କୁଲକୁ ପିଲାଙ୍କୁ ପଠାଇବାକୁ ମାତାପିତା ରାଜି ହେଉ ନାହାନ୍ତି। ଫଳରେ ସରକାର ବାଧ୍ୟ ହୋଇ ୧୦ରୁ କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ଥିବା ସ୍କୁଲଗୁଡ଼ିକୁ ବନ୍ଦ କରୁଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୬ ବର୍ଷ (୨୦୧୫-୧୬ରୁ୨୦୨୧-୨୨)ରେ ରାଜ୍ୟରେ ୧୦ରୁ କମ୍‌ ପିଲା ଥିବା ୮୮୯ ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦକରି ଦିଆଯାଇଛି। ସେହିପରି ୧୦ରୁ ୨୦ କିମ୍ବା ଏହାଠାରୁ ସାମାନ୍ୟ ଅଧିକ ଥିବା ୪,୯୧୬ ସ୍କୁଲକୁ ମଧ୍ୟ ନିକଟସ୍ଥ ସ୍କୁଲରେ ମିଶାଇବାକୁ ସରକାର ବାଧ୍ୟ ହୋଇଛନ୍ତି। ରାଜ୍ୟ ସରକାର ଶିକ୍ଷା ପାଇଁ ବଜେଟରେ ବହୁ କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ହେଲେ ପ୍ରାଥମିକ ସ୍କୁଲ ପଢ଼ାରେ କୌଣସି ସୁଧାର ଆସିପାରୁ ନାହିଁ। ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ବଜେଟରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭,୩୨୪ କୋଟି ବ୍ୟୟବରାଦ କରିଛନ୍ତି। ସ୍କୁଲ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ପିଲାମାନେ କିପରି ଗୁଣାତ୍ମକ ଶିକ୍ଷା ପାଇବେ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଉ ନ ଥିବା ଶିକ୍ଷାବିତ୍‌ଙ୍କୁ ବ୍ୟଥିତ କରିଛି। ଶିକ୍ଷକ କିମ୍ବା ଶିକ୍ଷା ବିଭାଗ ଉତ୍ତରଦାୟୀ ହେଉ ନ ଥିବାରୁ ପ୍ରାଥମିକ ଶିକ୍ଷାରେ ଅବନତି ଘଟି ଚାଲିଛି। ଗୋଟେ ଗୋଟେ ସ୍କୁଲରେ ଜଣେ ଶିକ୍ଷକ ୫ଟି ଶ୍ରେଣୀରେ ପଢ଼ାଉଛନ୍ତି। ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପ୍ରଥମ ଶ୍ରେଣୀ ପାଠ ମଧ୍ୟ ଜଣାନାହିଁ। ନିକଟରେ ଗଣଶିକ୍ଷା ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲା ଗସ୍ତ ବେଳେ ଏକଥାକୁ ହୃଦୟଙ୍ଗମ କରିଛନ୍ତି। ମାଗଣା ମଧ୍ୟାହ୍ନଭୋଜନ, ସାଇକେଲ, ପୋଷାକ, ବୃତ୍ତି ଠାରୁ ଆରମ୍ଭ କରି ଭିତ୍ତିଭୂମି, ଶିକ୍ଷକ କର୍ମଚାରୀଙ୍କ ଦରମା ଆଦି ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରାଥମିକ ଶିକ୍ଷା ପ୍ରତି ଲୋକଙ୍କ ଆଗ୍ରହ କମିବା ସରକାରୀ ଶିକ୍ଷା ବ୍ୟବସ୍ଥା ପାଇଁ ସତର୍କଘଣ୍ଟି ବୋଲି ଶିକ୍ଷାବିତ୍‌ ମତ ଦେଉଛନ୍ତି।
ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତଥା ଶିକ୍ଷାବିତ୍‌ ସତ୍ୟକାମ ମିଶ୍ର କହିଛନ୍ତି ଯେ, କମ୍‌ ପିଲା ଥିବାରୁ ଖର୍ଚ୍ଚ କମାଇବାକୁ ସରକାର ସ୍କୁଲ ବନ୍ଦ କରୁଛନ୍ତି। ସବୁ ବିଷୟରେ ପିଲାମାନଙ୍କୁ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ଘରୋଇ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଭଲ ଶିକ୍ଷା ମିଳୁଥିବାରୁ ସେଠାକୁ ଚାଲି ଯାଉଛନ୍ତି। ସ୍କୁଲ ଓ ପିଲାମାନଙ୍କ ପ୍ରତି ଶିକ୍ଷକମାନଙ୍କର ବ୍ୟକ୍ତିଗତ ସମ୍ପୃକ୍ତି ରହୁନାହିଁ। ଯେଉଁମାନଙ୍କୁ ଡ୍ରପ୍‌ଆଉଟ ରୋକିବା ପାଇଁ ନିୟୋଜିତ କରାଯାଇଥିଲା, ସେମାନଙ୍କୁ ଶିକ୍ଷକ ମାନ୍ୟତା ଦେବା ଦ୍ୱାରା ପ୍ରାଥମିକ ଶିକ୍ଷାରେ ଅବନତି ହୋଇଛି। ସହରରୁଠାରୁ ଗାଁ ସବୁଠି ପବ୍ଲିକ ସ୍କୁଲ ଖୋଲିଗଲାଣି। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଅଭିଭାବକମାନେ ଘରୋଇ ସ୍କୁଲକୁ ଅଧିକ ପସନ୍ଦ କରୁଛନ୍ତି। ଯେଉଁ ମାତାପିତା ଓଡ଼ିଆ ସ୍କୁଲରେ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛନ୍ତି ସେମାନେ ସରସ୍ବତୀ ଶିଶୁ ମନ୍ଦିରକୁ ଯାଉଛନ୍ତି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନ ସୁଧାରିଲେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ଆହୁରି କମିବ ବୋଲି ସେ କହିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଶିକ୍ଷା ଅଧିକାର (ଆରଟିଇ) ଆଇନ ଅନୁଯାୟୀ ପ୍ରତି ପଡ଼ା ଓ ଗ୍ରାମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲାଯାଇଥିଲା। ସେହି ସ୍କୁଲଗୁଡ଼ିକରେ ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇଛି। ସେଠାରେ ପଢୁଥିବା ପିଲାମାନଙ୍କୁ ନିକଟସ୍ଥ ସ୍କୁଲକୁ ଯିବା ଲାଗି ମାସିକ ୭୦୦ ଟଙ୍କା ଦିଆଯାଉଛି। ଅଧିକ ସ୍କୁଲ କାରଣରୁ ବନ୍ଦ କରାଯାଇଛି। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ମନ୍ତ୍ରୀ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?