ଝୁଲିରହିଛି ୮ ରେଳ ପ୍ରକଳ୍ପ

ଯାଜପୁର ଅଫିସ,୨।୮: ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଲାଖିରହିଛି ଓଡ଼ିଶାରେ ୮ଟି ନୂତନ, ଦୋହରୀକରଣ ଓ ସମ୍ପ୍ରସାରଣ ରେଳ ପ୍ରକଳ୍ପ। ଏହି ପ୍ରକଳ୍ପଗୁଡିକ ପାଇଁ ୪୬୨୬.୩୦ ହେକ୍ଟର ଘରୋଇ, ସରକାରୀ ଏବଂ ଜଙ୍ଗଲ ଜମି ଚିହ୍ନଟ ହୋଇଥିଲାବେଳେ ସେଥିରୁ ୨୫୩୮.୨୮ ହେକ୍ଟର ଜମି ଅକ୍ତିଆର ହୋଇଛି। ବାକି ୨୦୮୮.୦୨ ହେକ୍ଟର ଜମିରୁ ମାତ୍ର ୪୧୦.୬୫ ହେକ୍ଟର ଜମି (୨୦ ପ୍ରତିଶତ) ନିମନ୍ତେ ୫୦୭ କୋଟି ଟଙ୍କା ମହଜୁଦ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଯଥା ସମୟରେ ନିର୍ଦ୍ଧାରିତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇପାରୁ ନ ଥିବାରୁ ଅଧିକ ପାଣ୍ଠି ମିଳୁପାରୁନାହିଁ। ଫଳରେ ବାଂଶପାଣି-ଟମକା-ଯଖପୁରା ଦୋହରୀକରଣ ପ୍ରକଳ୍ପ, ସମ୍ବଲପୁର-ତାଳଚେର, ଜରପଡ଼ା-ବୁଢ଼ାପଙ୍କ, ବୁଢ଼ାପଙ୍କ-ସାଲେଗାଓଁ, ଭଦ୍ରକ-ନିର୍ଗୁଣ୍ଡି, ସମ୍ବଲପୁର-ଟିଟିଲାଗଡ଼, ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର, ତାଳଚେର-ବିମଳାଗଡ଼ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ରହିଛି। ଏଥିରୁ ଦୀର୍ଘ ୨୫ ବର୍ଷ ହେଲା ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ଲୋକଙ୍କ ଅପେକ୍ଷାରେ ରହିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ଗତ ଜୁନ୍‌ ୪ରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ଆବଣ୍ଟିତ ପାଣ୍ଠିର ବିନିଯୋଗ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଏହି କ୍ରମରେ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଳୱେର ଜେନେରାଲ ମ୍ୟାନେଜରଙ୍କୁ ୨୬ା୭ା୨୦୨୧ରେ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ପ୍ରକଳ୍ପୱାରି ବାକି ପଡ଼ିଥିବା ପାଣ୍ଠି ଏବଂ ଜମି ଅଧିଗ୍ରହଣର ସ୍ଥିତି ରିପୋର୍ଟ ଦାଖଲ କରିବାକୁ ଚିଠି କରିଛନ୍ତି। ବିଭିନ୍ନ ସମୟରେ ପ୍ରକଳ୍ପଗୁଡିକର ସମୀକ୍ଷା କରାଯାଉଥିଲେ ହେଁ ଜଙ୍ଗଲ ଜମି ବିବାଦର ସ୍ଥାୟୀ ସମାଧାନ ଏବଂ ଆବଶ୍ୟକ ପାଣ୍ଠିର ଅଭାବ ଯୋଗୁ ଲୋକଙ୍କ ରେଳ ପ୍ରକଳ୍ପ ସ୍ବପ୍ନ ଅଧୁରା ରହିଥିବା ମତପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ୬୦ ବର୍ଷର ବିଦ୍ୟାଳୟ

କୋଦଳା,୪ା୮(ଅମିତ କୁମାର ପଟ୍ଟନାୟକ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ଜରିଆରେ ବହୁ କାର୍ଯ୍ୟ କରୁଥିବା ବେଳେ ୬୦ ବର୍ଷ ପୁରୁଣା କୋଦଳା ନୋଡାଲ...

ମହାରାଷ୍ଟ୍ର, ଆନ୍ଧ୍ରରୁ ପହଞ୍ଚିଲା ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌

ବଲାଙ୍ଗୀର ଅଫିସ, ୨୦ା୫: ବଲାଙ୍ଗୀର ରେଲୱେ ଷ୍ଟେସନ୍‌ରେ ବୁଧବାର ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସି ପହଞ୍ଚିଛି। ମହାରାଷ୍ଟ୍ରର ମୁମ୍ବାଇ ଉପନଗର ଲୋକମାନ୍ୟ ତିଲକ ଟର୍ମିନସଠାରୁ...

ଆଜି ଆଉ ୧୦ ଜୀବନ ନେଲା କରୋନା, ୫୫୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୭ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୦ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ

ଅନୁଗୋଳ ସହର,୨।୩ (ଡି.ଏନ.ଏ.)  ଅନୁଗୋଳ ସହର ସଭାଘର ସମ୍ମୁଖ ତଥା ଷ୍ଟାଡିୟମ ନିକଟରେ ଥିବା ଗୋପବନ୍ଧୁ ପାର୍କକୁ ନେଇ ଏବେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ପାର୍କରେ...

ବ୍ୟବସ୍ଥା ସତ୍ତ୍ୱେ ରୋକି ହେଉନି ଚୋରି: ଯୋଡ଼ା ଖଣି ଅଞ୍ଚଳରେ ବଢ଼ିଚାଲିଛି ବେଆଇନ ଖଣିଜ ପରିବହନ

ଯୋଡା, ୨୭।୬(ଡି.ଏନ୍‌.ଏ.): ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍‌ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ...

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ, ଅମର, ସସ୍ମିତ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ରାଜ୍ୟସଭା ଉପନିର୍ବାଚନ ପାଇଁ ସୋମବାର ଓଡ଼ିଶାରୁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ବିଜେଡ଼ି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ...

ଗଙ୍ଗାଧର ମେହେର ପ୍ରତିଷ୍ଠାନର ନୂଅଁ।ଖାଇ ଭେଟ୍‌ଘାଟ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଗଙ୍ଗାଧର ମେହେର ପ୍ରତିଷ୍ଠାନ ଓ ଇନ୍‌ଟାକର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନୂଅଁାଖାଇ ଭେଟ୍‌ଘାଟ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇନ୍‌ଟାକର...

୩୦୦ ନର୍ସିଂହୋମ୍‌ରେ ମିଳିବନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ଝଟକା ଲାଗିଛି। ୩୦୦ ନର୍ସିଂହୋମ୍‌ ଆଉ ରୋଗୀଙ୍କୁ ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା...

Advertisement
Archives

Model This Week