Posted inଜାତୀୟ

୧୦୫ ଘଣ୍ଟାରେ ୭୫ କି.ମି. ରାଜପଥ

ନୂଆଦିଲ୍ଲୀ, ୯ା୬: ମହାରାଷ୍ଟ୍ରର ଅମରାବତୀରୁ ଅକୋଲା ପର୍ଯ୍ୟନ୍ତ ୭୫ କିଲୋମିଟର ରାସ୍ତା ଖୁବ୍‌ କମ୍‌ ସମୟରେ ଶେଷ ହୋଇଥିବା ଦୀର୍ଘତମ ରାଜପଥ ଭାବେ ବିଶ୍ୱ ରେକର୍ଡ କରିଛି। ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଦ୍ୱାରା ମାତ୍ର ୧୦୫ ଘଣ୍ଟା ୩୩ ମିନିଟ୍‌ରେ ନିର୍ମିତ ଏହି ରାଜପଥ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସାମିଲ ହୋଇଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର କହିଛନ୍ତି। ଏହି ସିଙ୍ଗଲ ଲେନ୍‌ ପିଚୁରାସ୍ତା ୩୭.୫ କିଲୋମିଟରର ଦୁଇ ଲେନ୍‌ ବିଶିଷ୍ଟ ପେଭ୍‌ଡ ସୋଲ୍‌ଡର ରୋଡ୍‌ ସହ ସମାନ ବୋଲି ଗଡ଼କରୀ ଟୁଇଟ୍‌ କରିଛନ୍ତି। ଏଥିସହ ଓ୍ବାଲର୍‌ଡ ରେକର୍ଡ ପାଇଁ ରାଜପଥ ନିର୍ମାଣରେ ଲାଗିଥିବା ସମସ୍ତ ଇଞ୍ଜିନିୟର୍‌, କଣ୍ଟ୍ରାକ୍ଟର ସମେତ ଭିତ୍ତିଭୂମି ନିର୍ମାଣକାରୀ ଘରୋଇ କମ୍ପାନୀକୁ ଗଡ଼କରୀ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଅନୁସାରେ, ଜୁନ୍‌ ୩ ପୂର୍ବାହ୍ନ ୭ଟା ୨୭ରେ ରାସ୍ତା ନିର୍ମାଣ ଆରମ୍ଭ ହୋଇ ଜୁନ୍‌ ୭ ଅପରାହ୍ନ ୫ଟାରେ ଶେଷ ହୋଇଥିଲା। ଏଥିରେ ୭୨୦ ଶ୍ରମିକ ନିୟୋଜିତ ହୋଇଥିଲେ। ୨୦୧୯ ଫେବୃୟାରୀରେ କାତାର ରାଜଧାନୀ ଦୋହାରେ ୨୫.୨୭୫ କିଲୋମିଟର ରାସ୍ତା ବିଶ୍ୱ ରେକର୍ଡ କରିଥିଲା। ଏଥିପାଇଁ ୧୦ ଦିନ ଲାଗିଥିଲା ବୋଲି ଗଡ଼କରୀ କହିଛନ୍ତି। ଏବେ ଭାରତ ଏହି ରେକର୍ଡ ଭାଙ୍ଗିଛି। ଅମରାବତୀ-ଅକୋଲା ରାଜପଥ ଏନ୍‌ଏଚ୍‌-୫୩ର ଅଂଶ। ଏହି ଗୁରୁତ୍ୱପୂର୍ଣ ପୂର୍ବ କରିଡର କୋଲକାତା, ରାୟପୁର, ନାଗପୁର, ସୁରଟ ଭଳି ପ୍ରମୁଖ ସହରକୁ ଯୋଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?