ଏଇ ଭାରତରେ

ପରିବେଶକୁ ଭଲପାଉଥିବା ଲକ୍ଷ୍ମୀକୁଟ୍ଟି ଆମ୍ମା ଏକାଧାରରେ ଜଣେ ଶିକ୍ଷକ, କବି ଓ ଚିକିତ୍ସକ। କେରଳର ପୋନମୁଣ୍ଡି ନିକଟସ୍ଥ କଲ୍ଲାର ଜଙ୍ଗଲ ମଧ୍ୟରେ ରହନ୍ତି ଲକ୍ଷ୍ମୀକୁଟ୍ଟି। ସେ ବିଷଧର ସାପ ଦଂଶନରୁ ଲୋକମାନଙ୍କ ଜୀବନ ରକ୍ଷା କରୁଛନ୍ତି। ଏଯାବତ ସେ ୩୫୦ ଜଣଙ୍କ ଜୀବନ ରକ୍ଷା କରିସାରିଲେଣି। କେବଳ ଏତିକି ନୁହେଁ ଲକ୍ଷ୍ମୀକୁଟ୍ଟି ୧୫୦ ପ୍ରକାର ଔଷଧୀୟ ବୃକ୍ଷର ଯତ୍ନ ନେଉଛନ୍ତି। ୭୦ ବର୍ଷ ବୟସ ପାର କରିଯାଇଥିଲେ ମଧ୍ୟ ସେ ସକାଳ ୫ଟାରେ ଉଠି ଔଷଧୀୟ ବୃକ୍ଷ ଉପରେ ଗବେଷଣା ଜାରିରଖନ୍ତି। ଏହି ସବୁ କାର୍ଯ୍ୟ ଲାଗି ତାଙ୍କୁ ଲୋକେ ‘ବନ ମୁଥାସି’ ବା ‘ଜଙ୍ଗଲର ଆଈମା’ ବୋଲି ସମ୍ବୋଧନ କରନ୍ତି। ୫ ଦଶନ୍ଧି ହେଲା ସେ ସାପକାମୁଡ଼ା ଲାଗି ପାରମ୍ପରିକ ଔଷଧ ଦେବା ସହ ନୂତନ ପିଢିଙ୍କୁ ଚିକିତ୍ସାର ଧାରା ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଏହି ଚିକିତ୍ସା ପଦ୍ଧତି ସେ ତାଙ୍କ ମା’ଙ୍କଠାରୁ ଶିକ୍ଷା କରିଥିଲେ। ସେ ଜଙ୍ଗଲରେ ସାପ ଓ ଅନ୍ୟ ବନ୍ୟଜନ୍ତୁଙ୍କ ସହ ରହୁଥିବାରୁ ତାଙ୍କୁ କେବେ ବି ସାପ କାମୁଡ଼ି ନାହାନ୍ତି ବୋଲି କହନ୍ତି ଲକ୍ଷ୍ମୀକୁଟ୍ଟି। ସେ ବହୁ ଉଚ୍ଚକୋଟୀର କବିତା ରଚନା କରିଛନ୍ତି ଓ କେରଳ ଫକ୍‌ଲୋରେ ଏକାଡେମିରେ ଲୋକ କଳା ଓ ସାହିତ୍ୟ ସମ୍ପର୍କରେ ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?