Posted inଫୁରସତ

୭୦୯ କିମି ଲମ୍ବ ବିଜୁଳି: ଚମକିଲା ୧୬ ସେକେଣ୍ଡ ପର୍ଯ୍ୟନ୍ତ

ବ୍ରାସିଲିଆ, ୨୯।୬: ଆକାଶରେ ବିଜୁଳି ଚମକିଥାଏ। ତେବେ ଏହା କିଛି ସମୟ ମଧ୍ୟରେ ବନ୍ଦ ହୋଇଯାଇଥାଏ। ସେହିପରି ଏହାର ଲମ୍ବ ମଧ୍ୟ କିଛି କିମି ମଧ୍ୟରେ ରହିଥାଏ। ତେବେ ବ୍ରାଜିଲ୍‌ରେ ୭୦୯ କିମି ଲମ୍ବର ବିଜୁଳି ରେକର୍ଡ କରାଯାଇଛି। ସେହିପରି ଆର୍ଜେଣ୍ଟିନାରେ ସର୍ବାଧିକ ଅଧିକ ସମୟ ୧୬.୭୩ ସେକେଣ୍ଡ ପର୍ଯ୍ୟନ୍ତ ଚମକିଥିବା ବିଜୁଳି ରେକର୍ଡ ହୋଇଛି। ଏନେଇ ଓ୍ବାଲର୍‌ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେଶନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ଆମେରିକା ଏବଂ ଫ୍ରାନ୍ସ୍‌ରେ ରେକର୍ଡ ହୋଇଥିବା ବିଜୁଳିର ଲମ୍ବ ଏବଂ ଚମକିବା ସମୟଠାରୁ ଏହା ଅଧିକ ବୋଲି କୁହାଯାଉଛି। ସମଗ୍ର ଆକାଶ ଏହି ବିଜୁଳି ଯୋଗୁ କିଛି ସମୟ ପାଇଁ ଉଜ୍ଜଳ ଆଲୋକରେ ଆଲୋକିତ ହୋଇଉଠିଥିଲା। ପ୍ରକୃତିର ଏଭଳି ବିରଳ ଦୃଶ୍ୟର ଭିଡ଼ିଓ ଶୁଟିଂ କରାଯାଇଥିବା ଡବ୍ଲ୍ୟୁଏମ୍‌ଓ କହିଛି। ୨୦୧୮ ଅକ୍ଟୋବର ୩୧ରେ ଦକ୍ଷିଣ ବ୍ରାଜିଲ୍‌ରେ ଏହି ବିଜୁଳ ଦେଖାଯାଇଥିଲା। ସେହିପରି ୨୦୧୯ ମାର୍ଚ୍ଚ ୪ରେ ଉତ୍ତର ଆର୍ଜେଣ୍ଟିନାରେ ସର୍ବାଧିକ ସମୟ ପାଇଁ ଚମକିଥିବା ବିଜୁଳିକୁ ରେକର୍ଡ କରାଯାଇଥିଲା ବୋଲି ଡବ୍ଲ୍ୟୁଏମ୍‌ଓ ଏକ୍ସପର୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୭ରେ ୩୨୧ କିମି ଲମ୍ବ ବିଜୁଳି ଆମେରିକାର ଓକ୍ଲାହୋମ୍‌ରେ ରେକର୍ଡ କରାଯାଇଥିଲା। ସେହିପରି ୨୦୧୨ରେ ଫ୍ରାନ୍ସ୍‌ରେ ୭.୭୪ ସେକେଣ୍ଡ ପାଇଁ ଚମକିଥିବା ବିଜୁଳି ରେକର୍ଡ ହୋଇଥିଲା। ୧୯୭୫ରେ ଜିମ୍ବାଓ୍ବେରେ ବିଜୁଳି ଯୋଗୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ଗୋଟିଏ କୁଡ଼ିଆରେ ରହିଥିଲେ। ୧୯୯୪ରେ ବିଜୁଳି ଯୋଗୁ ମିଶରରେ ୪୬୯ ଲୋକଙ୍କ ମୃତ୍ୟୁ ହୋଇଥିବା ଡବ୍ଲ୍ୟୁଏମ୍‌ଓ ରିପୋର୍ଟ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri