Posted inଫୁରସତ

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ ସଦସ୍ୟ ମିଳିମିଶି କରୁଥିଲେ। ତେବେ ପରେ ଆର୍ଥିକ ବୋଝ କମାଇବା ଉଦ୍ଦେଶ୍ୟରେ ଧୀରେ ଧୀରେ ପରିବାରଗୁଡିକ ଛୋଟ ହେବା ଆରମ୍ଭ ହେଲା। ଲୋକମାନେ କମ୍‌ ସନ୍ତାନ ଜନ୍ମ କରିବା ଆରମ୍ଭ କଲେ, ଯାହାଦ୍ୱାରା ସେମାନଙ୍କ ଖର୍ଚ୍ଚ ହ୍ରାସ ପାଇଥିଲା। ସମ୍ପ୍ରତି ଅଧିକାଂଶ ଲୋକ କେବଳ ଗୋଟିଏ କିମ୍ବା ଅତିବେଶିରେ ୨ଟି ସନ୍ତାନ ହିଁ ଜନ୍ମ କରିବାକୁ ପସନ୍ଦ କରୁଛନ୍ତି। ଏପରି କରିବା ଦ୍ୱାରା ଅଭିଭାବକ ସେମାନଙ୍କ ପିଲାଙ୍କର ଉତ୍କୃଷ୍ଟ ଲାଳନପାଳନ ସହ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଶିକ୍ଷା ଯୋଗାଇବାକୁ ସକ୍ଷମ ହୋଇଥାନ୍ତି। ତେବେ ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏପରି ଏକ ପରିବାର ଅଛି, ଯେଉଁଥିରେ ପ୍ରାୟ ୭୦୦ ଲୋକ ବସବାସ କରନ୍ତି ।
ଭାରତୀୟ ଟ୍ରାଭେଲ ବ୍ଲଗର୍‌ ହର୍ଷ ରାୟ ସମ୍ପ୍ରତି ଉଗାଣ୍ଡାରେ ପହଞ୍ଚିଥିଲେ। ସେଠାରେ ସେ ମୁସା ହାସିୟା କାସେରା(୬୭)ଙ୍କୁ ଭେଟିଥିଲେ। ମୁସାଙ୍କ ପରିବାରରେ ୭୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ତାଙ୍କର ୧୨ ଜଣ ସ୍ତ୍ରୀ, ୧୦୨ ପିଲା ଓ ୫୭୮ ଜଣ ନାତିନାତୁଣୀ ରହିଛନ୍ତି। ହର୍ଷଙ୍କ ଅନୁଯାୟୀ, ମୁସାଙ୍କ ପରିବାର ହେଉଛି ବିଶ୍ବର ସବୁଠାରୁ ବଡ଼ ପରିବାର। ତେବେ ଏହି ବ୍ଲଗରେ ହର୍ଷ ମୁସାଙ୍କ ବାସସ୍ଥାନ ନିକଟକୁ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି। ଉକ୍ତ ସ୍ଥାନରେ କେବଳ ମୁସାଙ୍କର ୩୦ରୁ ଅଧିକ ଘର ଥିବା ହର୍ଷ କହିଛନ୍ତି। ଏହି ସବୁ ଘରେ ମୁସାଙ୍କ ପୁଅ, ବୋହୂ, ନାତି ନାତୁଣୀମାନେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସୃଷ୍ଟି ହେଲା ଲଘୁଚାପ: ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୮: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହୋଇଛି। ଫଳରେ ରାଜ୍ୟରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୨ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍‌ ପାଇଁ ଆସିଲା ବଡ଼ ନିର୍ଦ୍ଦେଶ: ଏଣିକି ହେବ…

ଭୁବନେଶ୍ୱର,୮।୮: ରାଜ୍ୟରେ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଭଳି ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri