୭୦% ଷ୍ଟାର୍ଟଅପ୍‌ ପ୍ରଭାବିତ, ୧୨%ରେ ତାଲା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୬।୭:କରୋନା ମହାମାରୀ ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଗୁରୁତର ପ୍ରଭାବ ପକାଇଛି। ବିଶେଷକରି ଲଘୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଏବଂ ଷ୍ଟାଟ୍‌ଅପ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଲକ୍‌ଡାଉନ ସମୟରେ ଦେଶର ପ୍ରାୟ ୭୦% ଷ୍ଟାର୍ଟଅପ୍‌ ପ୍ରଭାବିତ ହୋଇଥିବାବେଳେ ୧୨% ଷ୍ଟାର୍ଟଅପ୍‌ରେ ତାଲା ଝୁଲୁଛି ବୋଲି ନିକଟରେ ଏଫ୍‌ଆଇସିସିଆଇ ଏବଂ ଇଣ୍ଡିଆନ ଆଞ୍ଜେଲ ନେଟଓ୍ବର୍କ ପକ୍ଷରୁ କରାଯାଇଥିବା ଏକ ମିଳିତ ସର୍ଭେରୁ ଜଣାପଡ଼ିଛି। ଅନୁକୁଳ ବ୍ୟବସାୟିକ ପରିବେଶର ଅନିଶ୍ଚିତତା ଓ ସରକାରୀ ଏବଂ କର୍ପୋରେଟ ସଂସ୍ଥାଗୁଡ଼ିକୁ ଅବାଞ୍ଛତ୍ତ ଗୁରୁତ୍ୱ ଦିଆଯିବା କାରଣରୁ ଅନେକ ଷ୍ଟାର୍ଟଅପ୍‌ ଏବେ ନିଜର ସ୍ଥିତି ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି।
କୋଭିଡ୍‌-୧୯ର ପ୍ରଭାବ ଓଡ଼ିଶା ଷ୍ଟାର୍ଟଅପ୍‌ ମାର୍କେଟରେ ମଧ୍ୟ ବିଶେଷ ଭାବେ ପଡ଼ିଥିବା ଜଣାପଡ଼ିଛି। ଓଡ଼ିଶାରେ ପ୍ରାୟ ୧ ହଜାର ପଞ୍ଜୀକୃତ ଷ୍ଟାର୍ଟଅପ୍‌ ଅଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୬୦୦ଟି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି। ହେଲେ କୋଭିଡ୍‌-୧୯ ଏବଂ ଲକ୍‌ଡାଉନ୍‌ ପାଇଁ ପ୍ରାୟ ୯୦% ଷ୍ଟାର୍ଟଅପ୍‌ ଏବେ ଡିଫଲ୍ଟରେ ଚାଲିଛନ୍ତି। ଫଣ୍ଡିଂ ଏବଂ ସରକାରୀ ସହାୟତା ଅଭାବରୁ ଆଉ କିଛିଦିନ ମଧ୍ୟରେ ସେଗୁଡ଼ିକ ସବୁଦିନ ପାଇଁ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ରାଜ୍ୟରେ ମାତ୍ର ୧୦% ଷ୍ଟାର୍ଟଅପ୍‌ ଲକ୍‌ଡାଉନ୍‌ରେ କଷ୍ଟେମଷ୍ଟେ ଚାଲିବାରେ ସମର୍ଥ ହୋଇଛନ୍ତି।
କେନ୍ଦ୍ର ସରକାର ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍‌ ସେକ୍ଟର ପାଇଁ ଯେଉଁ ପ୍ୟାକେଜ୍‌ ଘୋଷଣା କରିଥିଲେ ତାହା କେବଳ ଓ୍ବାର୍କିଂ କ୍ୟାପିଟାଲ ଲୋନ୍‌ ବା କ୍ୟାଶ୍‌ କ୍ରେଡିଟ୍‌ ଆକାଉଣ୍ଟ ଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ହେଲେ ଓଡ଼ିଶାରେ ଓ୍ବାର୍କିଂ କ୍ୟାପିଟାଲ ଲୋନ୍‌ ଥିବା ଷ୍ଟାର୍ଟଅପ୍‌ ସଂଖ୍ୟା ବହୁତ କମ୍‌। ତେଣୁ ଓଡ଼ିଶାର ଷ୍ଟାର୍ଟଅପ୍‌ କିମ୍ବା ଏମ୍‌ଏସ୍‌ଏମ୍‌ଇ କେନ୍ଦ୍ର ସରକାରଙ୍କ ପ୍ୟାକେଜ୍‌ ଦ୍ୱାରା ଲାଭବାନ୍‌ ହେଉନାହାନ୍ତି। ଲକ୍‌ଡାଉନ୍‌ ପରଠାରୁ ଏହାମଧ୍ୟରେ ବହୁ ଛୋଟ ଛୋଟ ଷ୍ଟାର୍ଟଅପ୍‌ ବନ୍ଦ ହୋଇଗଲାଣି। ବିଶେଷକରି ଟୁରିଜମ୍‌, ଇ-କମର୍ସ, ଇ-ଲର୍ଣ୍ଣିଂ ସେକ୍ଟରରେ କାମ କରୁଥିବା ରାଜ୍ୟର ବହୁ ଷ୍ଟାର୍ଟଅପ୍‌ ଅବସ୍ଥା ଖରାପ ହୋଇପଡ଼ିଛି। ଇ-କମର୍ସ ଷ୍ଟାର୍ଟଅପ୍‌ ସବୁଠାରୁ ଅଧିକ ରହିଥିବା ବେଳେ ସେଗୁଡ଼ିକ ଏବେ ବନ୍ଦ ହେବା ଅବସ୍ଥାରେ ରହିଛି। ଏଭଳିସ୍ଥଳେ ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍‌ ନୀତି ସମ୍ପୂର୍ଣ୍ଣ ମୂଲ୍ୟହୀନ। ‘ଷ୍ଟାର୍ଟଅପ୍‌ ଓଡ଼ିଶା’ ଏକ ଫାର୍ସ ଏବଂ ଷ୍ଟାର୍ଟଅପ୍‌ ସେଲ୍‌ରେ ବସିଥିବା ବଡ଼ ବଡ଼ ଅଫିସରମାନେ କେବଳ ସରକାରଙ୍କଠାରୁ ମୋଟା ଅଙ୍କର ଦରମା ନେବାରେ ବ୍ୟସ୍ତ। ଛୋଟ ଛୋଟ ଷ୍ଟାର୍ଟଅପ୍‌ଗୁଡ଼ିକର କିଭଳି ପୁନରୁଦ୍ଧାର କରିହେବ ସେନେଇ ନା କୌଣସି ଯୋଜନା କରାଯାଉଛି ନା ଆମକୁ କେହି ପଚାରୁଛନ୍ତି ବୋଲି ଓଡ଼ିଶା ଆସେମ୍ବ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌ର ମହାସଚିବ ସାତ୍ତ୍ୱିକ ସ୍ବାଇଁ କହିଛନ୍ତି।
କୋଭିଡ-୧୯ ପ୍ରଭାବରେ ଦେଶର ବ୍ୟବସାୟିକ ଜଗତରେ ଦେଖାଦେଇଥିବା ମାନ୍ଦାବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦେଶବ୍ୟାପୀ ୨୫୦ ଷ୍ଟାର୍ଟଅପ୍‌ ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା। ଏଥିରେ ୭୦% ଅଂଶଗ୍ରହଣକାରୀ ସେମାନଙ୍କ ବ୍ୟବସାୟ ବିଶେଷଭାବେ ପ୍ରଭାବିତ ହୋଇଥିବା କହିଥିବାବେଳେ ୧୨% ଷ୍ଟାର୍ଟଅପ୍‌ ସେମାନଙ୍କ କାର୍ଯ୍ୟ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି। ଏପରି କି କେବଳ ୨୨% ଷ୍ଟାର୍ଟଅପ୍‌ କେବଳ ଆସନ୍ତା ୩ ରୁ ୬ମାସ ପର୍ଯ୍ୟନ୍ତ ସେମାନଙ୍କ କମ୍ପାନୀର ଆର୍ଥିକ ପରିଚାଳନା କରିବା ପାଇଁ ସକ୍ଷମ ଥିବାବେଳେ ୬୮% ସେମାନଙ୍କ କାର୍ଯ୍ୟକ୍ଷମ ଏବଂ ପ୍ରଶାସନିକ ଖର୍ଚ୍ଚ କାଟ କରିଛନ୍ତି। ଲକ୍‌ଡାଉନର ସମୟସୀମା ବୃଦ୍ଧି ପାଉଥିବା କାରଣରୁ ପ୍ରାୟ ୩୦% କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ସେହିପରି ୪୩% ଷ୍ଟାର୍ଟଅପ୍‌ କମ୍ପାନୀ ଏପ୍ରିଲ ଓ ଜୁନ୍‌ ମାସରୁ ସେମାନଙ୍କ କର୍ମଚାରୀଙ୍କ ଦରମା ୨୦ ରୁ ୩୦% କାଟ କରିଛନ୍ତି। ୩୩% ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ କମ୍ପାନୀମତରେ ନିବେଶକମାନେ ପୁଞ୍ଜିନିବେଶ କରିବା ନିମନ୍ତେ ନିଷ୍ପତ୍ତିକୁ ସ୍ଥଗିତ କରିଥିବାବେଳେ ମାତ୍ର ୧୦% ସେମାନଙ୍କ କାରବାରକୁ ବନ୍ଦ କରିଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ ପୂର୍ବରୁ ପୁଞ୍ଜି ବିନିଯୋଗ ଚୁକ୍ତି ହୋଇଥିବା ମାତ୍ର ୮% ଷ୍ଟାର୍ଟଅପ୍‌ ସେମାନଙ୍କ ପାଣ୍ଠି ଏବେ ସୁଦ୍ଧା ପାଉଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ପାଣ୍ଠି ଅନୁଦାନ କମିଯିବା କାରଣରୁ ଅନେକ ଷ୍ଟାର୍ଟଅପ୍‌ ସେମାନଙ୍କ ବ୍ୟବସାୟ ବୃଦ୍ଧି ଏବଂ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଷ୍ଟାର୍ଟଅପ୍‌ ଗୁଡ଼ିକର ପୁନରୁଦ୍ଧାର ପାଇଁ ଖୁବ୍‌ଶୀଘ୍ର ସହାୟତାର ଆବଶ୍ୟକ ରହିଛି। ଏପରି କି ସରକାରଙ୍କ ତରଫରୁ ସାମଗ୍ରୀ କିଣିବା ପାଇଁ କ୍ରୟ ଅର୍ଡର, ଟିକସ ରିହାତି, ଟିକସ ଫେରସ୍ତରେ ସରଳୀକରଣ, ଅନୁଦାନ କିମ୍ବା ଋଣ ପ୍ରଦାନ ଭଳି ଆର୍ଥିକ ସହଯୋଗ ଯୋଗାଇଦେବାର ଆବଶ୍ୟକ ରହିଛି ବୋଲି ସର୍ଭେରେ କୁହାଯାଇଛି।
୨୫୦ ଷ୍ଟାର୍ଟଅପ୍‌ ବ୍ୟତୀତ ଏହି ସର୍ଭେରେ ୬୧ ଇନ୍‌କ୍ୟୁବେଟର ଏବଂ ନିବେଶକାରୀ ମଧ୍ୟ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୯୬% ନିବେଶକାରୀ କୋଭିଡ-୧୯ ଦ୍ୱାରା ଷ୍ଟାର୍ଟଅପ୍‌ଗୁଡ଼ିକରେ ସେମାନଙ୍କ ନିବେଶ ବିଶେଷଭାବେ ପ୍ରଭାବିତ ହୋଇଥିବା ସ୍ବୀକାର କରିଛନ୍ତି। ଏପରି କି ୯୨%ଙ୍କ ମତରେ ଆସନ୍ତା ୬ମାସ ପର୍ଯ୍ୟନ୍ତ ଷ୍ଟାର୍ଟଅପ୍‌ଗୁଡ଼ିକରେ ସେମାନଙ୍କ ନିବେଶ କମ୍‌ ରହିବ ବୋଲି ନିବେଶକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?