Posted inଜାତୀୟ

ବସ୍‌ଷ୍ଟାଣ୍ଡ୍‌ରେ ଜଳି ଗଲା ୭ ବସ୍‌

ଦାମୋହ,୨୫।୩: ମଧ୍ୟପ୍ରଦେଶ ଦାମୋହରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବସ୍‌ଷ୍ଟାଣ୍ଡ୍‌ରେ ନିଆଁ ଲାଗି ୭ଟି ବସ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗୁରୁବାର ଭୋର୍‌ ସମୟରେ ହଠାତ୍‌ ବସ୍‌ ଜଳୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ଚା’ ଦୋକାନୀ ଇମ୍ରାନ୍‌ ଖାଁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଟିମ୍‌ ସହିତ ଦମକଳ ଗାଡ଼ି ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିଥିଲେ। ତେବେ ସେତେବେଳକୁ ବସ୍‌ଗୁଡ଼ିକ ଜଳି ସାରିଥିଲା। ମାତ୍ର ୧୦ ମିନିଟ୍‌ ମଧ୍ୟରେ ବସ୍‌ ଗୁଡ଼ିକ ଜଳି ଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସିଏସ୍‌ପି ଅଭିଶେକ ତିଓ୍ବାରି ସୂଚନା ଦେଇଛନ୍ତି। ନିଆଁ କିପରି ଲାଗିଲା ତାହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟଳ ଟନେଲ୍‌: ହିମାଚଳପ୍ରଦେଶ ସହିତ ଲଦାଖ୍‌ ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ଯୋଗାଯୋଗ ହେବ ସହଜ

ନୂଆଦିଲ୍ଲୀ,୨୫।୧୨: ମନାଲୀଠାରୁ ଲେହ ପର୍ଯ୍ୟନ୍ତ ନିର୍ମିତ ହେଉଥିବା ରୋହତାଙ୍ଗ ଟନେଲ୍‌କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଟନେଲ୍‌ ଭାବେ ନାମିତ କରିଛନ୍ତି। ୮.୮ କିଲୋମିଟର...

କରୋନା ଭାଇରସ: ନଏଡ଼ାରେ ହୋଇପାରେ ୪ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବୁଧବାର ସୁଦ୍ଧା ଭାରତରେ ୧୬୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ...

ପାଲାନିସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୨୮।୧୨(ପି.ଟି.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏ ଛାଡ଼ୁଥିବାବେଳେ ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମ୍‌କେ ଆଗାମୀ ବିଧାନସଭା...

କୋଭାକ୍ସିନ୍‌ ସମ୍ପର୍କିତ ୯୦ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଡବ୍ଲ୍ୟୁଏଚ୍‌ଓରେ ଦାଖଲ ହୋଇଛି: ଭାରତ ବାୟୋଟେକ୍‌…

ନୂଆଦିଲ୍ଲୀ,୨୫।୫: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଦେଶରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ...

ମଞ୍ଚ ଉପରେ କନ୍ୟାଙ୍କୁ ଲ୍ୟାପ୍‌ଟପ୍‌ରେ କାମ କରୁଥିବା ଦେଖି ଏଭଳି କହିଲେ ଅତିଥି…

ମୁମ୍ବାଇ,୪।୭: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏବେ ସରକାରୀ ହେଉ କି ବେସରକାରୀ ସମସ୍ତ କାର୍ଯ୍ୟାଳୟରେ କମ୍‌ କର୍ମଚାରୀଙ୍କୁ ନେଇ କାମ କରାଯାଉଛି। ବାକି ଅନ୍ୟମାନେ...

ଶତ୍ରୁକୁ ଦେବ କଡ଼ା ଜବାବ: ଜୁଲାଇ ଶେଷ ସୁଦ୍ଧା ପହଞ୍ଚିପାରେ ୬ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୯।୬: ଶତ୍ରୁ ପକ୍ଷକୁ କଡ଼ା ଯବାବ ଦେବାକୁ ହେଲେ ବୃଦ୍ଧି ପାଇବାକୁ ଯାଉଛି ଭାରତୀୟ ବାୟୁସେନାର ଶକ୍ତି। ଫ୍ରାନ୍ସରୁ ୬ ରାଫାଲ ଯୁଦ୍ଧ ବିମାନ ଜୁଲାଇ...

ବିଶ୍ୱକୁ ବିପଦ ଭାରତ ଭାରିଆଣ୍ଟ

ନୂଆଦିଲ୍ଲୀ, ୧୨ା୫: ଭାରତରେ ଗତବର୍ଷ ଅକ୍ଟୋବରରେ ଦେଖାଦେଇଥିବା କରୋନା ଭାରିଆଣ୍ଟ ବି.୧.୬୧୭ ସାରା ବିଶ୍ୱ ପାଇଁ ଚିନ୍ତାଜନକ ବୋଲି କହିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)। ଏହି...

୧.୯ ଲକ୍ଷ ନେଲେ

ନୂଆଦିଲ୍ଲୀ, ୧୭।୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶରେ ବିଶ୍ୱର ସର୍ବବୃହତ୍‌ କୋଭିଡ୍‌ ଟିକାକରଣ ଅଭିଯାନ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ...

Advertisement
Archives

Model This Week