ମାଲ ବୋଝେଇ ଟ୍ରକ୍‌ରୁ ୭.୮କୁଇଣ୍ଟାଲ ଗଞ୍ଜେଇ ଜବତ

ମୁନିଗୁଡ଼ା/ରାୟଗଡ଼ା ଅଫିସ,୪।୭: ଏକ ମାଲ୍‌ ବୋଝେଇ ଟ୍ରକ୍‌ରୁ ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଶନିବାର ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରାଯିବା ସହ ଏକ ଟ୍ରକ୍‌, ଟ୍ରାକ୍ଟର ଏବଂ ଅଟୋରିକ୍ସା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ଚାଲାଣକାରୀ ତଥା ମାଳି ଢେପାଗୁଡ଼ାର କରୁଣା ହିଆଲ(୫୦) ଏବଂ ତାଙ୍କର ଦୁଇ ପୁଅ ବୀରେନ୍ଦ୍ର ହିଆଲ(୩୦), ଜିତେନ୍ଦ୍ର ହିଆଲ(୨୫), ମୁନିଗୁଡ଼ାର ସହଯୋଗୀ ବାବୁଲା ସେଠୀ, ରାଜସ୍ଥାନର ଟ୍ରକ୍‌ ମାଲିକ ନିମା ରାଓ(୨୧) ଏବଂ ଚାଳକ ହେମା ରାଓ(୪୨)।
ସୂଚନା ଅନୁଯାୟୀ, ରାଜ୍ୟ ବାହାରକୁ ଅଧିକ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ବିଷମକଟକ ଏସ୍‌ଡିପିଓ ଆକାଶ ସାହୁଙ୍କୁ ଖବର ମିଳିଥିଲା। ଏନେଇ ମୁନିଗୁଡ଼ା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଏବଂ ପୋଲିସ ଟିମ୍‌ ଚଢ଼ାଉ କରିଥିଲେ। ମୁନିଗୁଡ଼ା ଥାନା ଅଧୀନ ମାଳିଢେପାଗୁଡ଼ା ରେଳଧାରଣା ନିକଟରେ ଏକ ଟ୍ରାକ୍ଟର ଏବଂ ଅଟୋରିକ୍ସାରୁ ଗଞ୍ଜେଇ ବସ୍ତା ଟ୍ରକ୍‌(ଆର୍‌ଜେ ୧୯ ଜିଡି ୮୮୨୩)ରେ ଲୋଡ୍‌ କରାଯିବା ସମୟରେ ପୋଲିସ ପହଞ୍ଚି ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଏବଂ ୩ ଗାଡ଼ି ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଗଞ୍ଜେଇ ଚନ୍ଦ୍ରପୁର ବ୍ଲକ୍‌ ହନୁମନ୍ତପୁରରୁ ରାଜସ୍ଥାନକୁ ଚାଲାଣ ହେଉଥିଲା ବୋଲି ପୋଲିସ ସୂଚନା ଦେଇଛି। ଏ ନେଇ ମୁନିଗୁଡ଼ା ଥାନାରେ ୮୩/୨୧ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଏସ୍‌ଡିପିଓ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌ଟି ବନ ବିଭାଗର ବୋଲି ଜଣାପଡିଛି। ଏନେଇ ପୋଲିସ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ଗୁରୁବାର ସୁରେଶ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri