Posted inଜାତୀୟ

ସ୍ମାର୍ଟଫୋନ ବଜାରରେ ଏଆଇ କ୍ରେଜ୍‌, ସାମ୍ନାକୁ ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୧୪।୭: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଏବେ କେବଳ ସ୍ମାର୍ଟଫୋନର ଏକ ଫିଚର୍‌ ହୋଇ ରହିନାହିଁ ବରଂ ଏହା ଭାରତୀୟ ଗ୍ରାହକଙ୍କ କିଣିବା ନିଷ୍ପତ୍ତିକୁ ମଧ୍ୟ ପ୍ରଭାବିତ କରୁଛି। ଏଆଇର ବ୍ୟବହାର ଯେତିକି ବୃଦ୍ଧି ପାଉଛି, ଗ୍ରାହକମାନେ ସେହି ମାତ୍ରାରେ ଡାଟା(ତଥ୍ୟ) ବ୍ୟବହାର ସମ୍ପର୍କିତ ସ୍ବଚ୍ଛତା ମଧ୍ୟ ଦାବି କରୁଛନ୍ତି। ସ୍ମାର୍ଟଫୋନ୍‌ ବ୍ରାଣ୍ଡଗୁଡ଼ିକ ପାଇଁ ଏହି ‘ବିଶ୍ୱାସ’ ହିଁ ସବୁଠାରୁ ବଡ଼ ପାର୍ଥକ୍ୟ ସୃଷ୍ଟି କରୁଛି ବୋଲି ସାଇବର ମିଡିଆ ରିସର୍ଚ୍ଚ (ସିଏମ୍‌ଆର୍‌)ର ଏକ ଅଧ୍ୟୟନରୁ ଜଣାପଡ଼ିଛି।
ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ, ୬୮% ଗ୍ରାହକ ବର୍ତ୍ତମାନ ଏକ ସ୍ମାର୍ଟଫୋନ୍‌ ବାଛିବା ସମୟରେ ତା’ର ଏଆଇ କ୍ଷମତାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ୮୨% ଲୋକ ଏଆଇ ଚାଳିତ ବ୍ୟବସ୍ଥା ଉପରେ ବିଶ୍ୱାସ କରିବା ପାଇଁ ସ୍ବଚ୍ଛ ଡାଟା ପ୍ରକ୍ରିୟା ନିହାତି ଜରୁରୀ ବୋଲି କହିଛନ୍ତି। ରିପୋର୍ଟରୁ ଜଣାପଡ଼ିଛି, ଗ୍ରାହକମାନେ ଏବେ କେବଳ ହାର୍ଡୱେର୍‌ ସ୍ପେସିଫିକେଶନ୍‌ ଉପରେ ସୀମିତ ନ ରହି ସୁରକ୍ଷିତ, ଦ୍ରୁତ ଏବଂ ପ୍ରିଭେସି ଫୋକସଡ୍‌ ଏଆଇ ଅଭିଜ୍ଞତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।
ସିଏମ୍‌ଆର୍‌ର ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଗ୍ରୁପ୍‌ (ଆଇଆର୍‌ଜି)ର ଭାଇସ୍‌ ପ୍ରେସିଡେଣ୍ଟ ପ୍ରଭୁ ରାମ କହିଛନ୍ତି, ସ୍ମାର୍ଟଫୋନ୍‌ ‘ଏଆଇ ପଲ୍ସ-୨୦୨୬’ ଅଧ୍ୟୟନ ପାଇଁ ଭାରତର ୮ଟି ପ୍ରମୁଖ ସହର ନୂଆଦିଲ୍ଲୀ, ମୁମ୍ବାଇ, କୋଲ୍‌କାତା, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଅହମ୍ମଦାବାଦ୍‌ ଏବଂ ପୁଣେରୁ ୧୮ରୁ ୩୫ ବର୍ଷ ବୟସର ୨ହଜାରରୁ ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ଉପରେ ସର୍ଭେ କରାଯାଇଥିଲା। ଏଆଇକୁ ଏବେ ଆଉ କେବଳ ଏକ ଅତିରିକ୍ତ ଫିଚର୍‌ ଭାବେ ଦେଖାଯାଉ ନାହିଁ, ଏହା ସ୍ମାର୍ଟଫୋନର ସାମଗ୍ରିକ ଅଭିଜ୍ଞତାକୁ ବଦଳାଇବାରେ ଲାଗିଛି। ସବୁବର୍ଗର ଲୋକ ଏବଂ ସବୁ ଦାମ୍‌ର ସ୍ମାର୍ଟଫୋନ୍‌ କ୍ଷେତ୍ରରେ ଗ୍ରାହକମାନେ ସହଜ, ଉପଯୋଗୀ ଏବଂ ଦୈନନ୍ଦିନ ଜୀବନର କାର୍ଯ୍ୟ ସହ ଜଡ଼ିତ ହୋଇପାରୁଥିବା ଏଆଇ ଚାହୁଁଛନ୍ତି। ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି, ୬୧% ଗ୍ରାହକ ଅନ୍‌-ଡିଭାଇସ୍‌ ଏଆଇ ପ୍ରୋସେସିଂ ସ୍ମାର୍ଟଫୋନର କାର୍ଯ୍ୟଦକ୍ଷତା ବଢ଼ାଇବା ସହ ପ୍ରିଭେସିକୁ ସୁରକ୍ଷିତ ରଖିଥାଏ ବୋଲି ବିଶ୍ୱାସ କରନ୍ତି। ଏଥିରୁ ସ୍ପଷ୍ଟ ହେଉଛି ସ୍ମାର୍ଟଫୋନରେ ଏଆଇ କିପରି କାମ କରେ, ସେ ବିଷୟରେ ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ବଢ଼ୁଛି। ସ୍ମାର୍ଟଫୋନ୍‌ କିଣିବା ସମୟରେ ପରଫରମାନ୍ସ ଏବେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି, ଯାହାକୁ ୭୮% ଗ୍ରାହକ ସମର୍ଥନ କରିଛନ୍ତି। ଏହା ପରେ କ୍ୟାମେରା କ୍ୱାଲିଟି ଓ ଏଆଇ ଏନହାନ୍ସମେଣ୍ଟ ପାଇଁ ୭୦% ଏବଂ ଏଆଇ ଫିଚର୍ସ ପାଇଁ ୫୯% ଗ୍ରାହକ ବିଶେଷ ଦୃଷ୍ଟି ଦେଇଥାନ୍ତି। ରିପୋର୍ଟ ଅନୁଯାୟୀ, ଏକ ଭଲ ସ୍ମାର୍ଟଫୋନ୍‌ ବାଛିବା ପାଇଁ ଗ୍ରାହକମାନେ ଏବେ ଫୋନ୍‌ର ଡିଜାଇନ୍‌, ମୂଲ୍ୟ ଏବଂ ବ୍ୟାଟେରି ଲାଇଫ୍‌ଠାରୁ ଏଆଇ ଫିଚର୍ସକୁ ଗୁରୁତ୍ୱ ଦେଉଛନ୍ତି। ସମାନ ମୂଲ୍ୟର ଦୁଇଟି ଫୋନ୍‌ ମଧ୍ୟରୁ ଗୋଟିଏକୁ ବାଛିବା ସମୟରେ ୬୦% ଗ୍ରାହକ ଉତ୍ତମ ଏଆଇ କ୍ଷମତା ସହିତ ଶକ୍ତିଶାଳୀ ହାର୍ଡୱେର୍‌ ଥିବା ସ୍ମାର୍ଟଫୋନକୁ ଅଧିକ ପସନ୍ଦ କରୁଛନ୍ତି। ସେହିପରି ୨୫% ଗ୍ରାହକ ନିଜକୁ ଏଆଇ-ଫାଷ୍ଟ ବାୟର ବୋଲି କହିଛନ୍ତି। କେବଳ ୧୫% ଲୋକ ଏଆଇ ଫିଚର୍ସ ତୁଳନାରେ ହାର୍ଡୱେରକୁ ଅଧିକ ପ୍ରାଥମିକତା ଦେଉଥିବା ଜଣାପଡ଼ିଛି। ବିଶେଷକରି ଯୁବ ଗ୍ରାହକମାନଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ବହୁତ ଅଧିକ ଦେଖିବାକୁ ମିଳୁଛି। ଜେନ୍‌ ଜି ବର୍ଗର ୭୨% ଗ୍ରାହକ ଏଆଇ ସେମାନଙ୍କର ପରବର୍ତ୍ତୀ ସ୍ମାର୍ଟଫୋନ୍‌ କିଣିବା ନିଷ୍ପତ୍ତିକୁ ପ୍ରଭାବିତ କରିବ, ଯାହା ମିଲେନିଆଲ୍ସଙ୍କ କ୍ଷେତ୍ରରେ ୬୫% ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?