ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ୬୨ ଲକ୍ଷ

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨୨ା୧୨: ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ବୁଧବାର ଖୋଲାଯାଇଛି। ଚଳିତ ବର୍ଷ ଚୈତ୍ରଯାତ୍ରା ପୂର୍ବରୁ ମା’ ଙ୍କ ହୁଣ୍ଡି ଖୋଲାଯିବାର ନିୟମ ରହିଥିବା ବେଳେ ସେହି କ୍ରମରେ ଖୋଲି ଗଣତି କରାଯାଇଥିଲା। ହୁଣ୍ଡିରୁ ମୋଟ ୬୨ ଲକ୍ଷ ୨୨ ହଜାର ୫୯ ଟଙ୍କା ବାହାରିଛି। ସେହିପରି ୪୬ ଗ୍ରାମ ସୁନା, ୧୭୭୫ ଗ୍ରାମ ରୁପା ସମେତ ଆମେରିକା, ଅଷ୍ଟ୍ରେଲିଆ, ଆଫ୍ରିକା ଦେଶର ୪୮ଟି ମୁଦ୍ରା ମଧ୍ୟ ହୁଣ୍ଡିରୁ ବାହାରିଛି।
ସକାଳେ ମାଜିଷ୍ଟ୍ରେଟ ଏବଂ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ୮ ଘଣ୍ଟା ଧରି ଗଣତି ହୋଇଥିଲା। ଏଥିପୂର୍ବରୁ ଅଗଷ୍ଟ ୨୪ରେ ଦଶହରା ପୂର୍ବରୁ ମନ୍ଦିର ହୁଣ୍ଡି ଖୋଲାଯାଇଥିଲା। ସେହି ସମୟରେ ହୁଣ୍ଡିରୁ ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା ସମେତ ୧୦୪ ଗ୍ରାମ ସୁନା, ୨୬୭୦ ଗ୍ରାମ ରୁପା ବାହାରିଥିଲା। ବିଭିନ୍ନ ଅଞ୍ଚଳରୁ ଆସୁଥିବା ମା’ ଙ୍କ ଶ୍ରଦ୍ଧାଳୁ ପ୍ରତ୍ୟେକ ଦିନ ମାନସିକ ରଖି ହୁଣ୍ଡିରେ ଦାନ କରିଥାନ୍ତି। ହୁଣ୍ଡିରୁ ବାହାରିଥିବା ଟଙ୍କା ବ୍ୟାଙ୍କରେ ଜମା କରାଯାଇଛି। ସେହିଭଳି ସୁନା ଓ ରୁପା ଜିଲା କୋଷାଗାରରେ ରଖାଯାଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଗଣତିରେ ବ୍ୟାଙ୍କ କର୍ମଚାରୀ ସମେତ ଅନେକ ସ୍ବେଚ୍ଛାସେବୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଏସଆଇଆର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ: ଗୁଡ଼ାରି BDO, ଇଓଙ୍କୁ ପୁରସ୍କୃତ କଲେ ଉପଜିଲାପାଳ

ଗୁଡାରି,୪।୧୦(ପ୍ରମୋଦ କୁମାର ପତି ): ସରକାରଙ୍କ ଏସଆଇଆର କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଗୁଡାରି ବିଡ଼ିଓ ତଥା ଏଇଆର ଓ ଶୁଚିସ୍ମିତା ବେହେରା ଏବଂ ଏନଏସି କାର୍ଯ୍ୟ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳୁଛି ସମୀକରଣ: କଂଗ୍ରେସ ଛାଡି ଭାଜପାରେ ମିଶିଲେ…

​କଲ୍ୟାଣସିଂହପୁର,୪।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖାଣ୍ଡି ପଞ୍ଚାୟତର ଆଲିଜିନିଗୁଡ଼ା ଆମ୍ବତୋଟା ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ବିଶାଳ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?