କରୋନା ପଜିଟିଭ୍‌ ଡାକ୍ତରଙ୍କ ସଂସ୍ପର୍ଶରେ ୬ ପରିବାର: ସଙ୍ଗରୋଧରେ ରହିଲେ ୪୦

ରସୁଲପୁର,୨୯ା୬ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଜଣେ ଦାନ୍ତ ଡାକ୍ତର ଗତ ୨୩ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ଡାକ୍ତର କଟକରେ ରହୁଥିଲେ ହେଁ ଗତ ୧୭ ତାରିଖରେ ସେ ପରିବାର ସହ ନିଜ ଗଁା ଗୋପାଳପୁରକୁ ଯାଇଥିଲେ। ଏହାସହ ଘର ପାଖର ୬ ପରିବାର ସହ ମିଳାମିଶା କରିଥିଲେ ବୋଲି ତାଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡ଼ିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ରସୁଲପୁର ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲା। ଏହାପରେ ଗତ ୨୬ ତାରିଖରେ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗୋପାଳପୁର ଗାଁରେ ପହଞ୍ଚତ୍ ସମ୍ପୃକ୍ତ ୬ ପରିବାରର ୪୦ ଜଣଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବା ସହ କେତେଜଣଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଦେହରେ କରୋନା ଲକ୍ଷଣ ଦେଖାଯାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲେରୋରେ ଚାଲାଣ ହେଉଥିଲା ଦେଶୀ ମଦ, ୩ ଗିରଫ

ବାହାନଗା, ୩୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରାସ୍ଥିତ ସଲ୍ଟ ରୋଡରୁ ଗୋପାଳପୁର ଫାଣ୍ଡି ପୋଲିସ୍‌ ୩ଶହ ଲିଟର ଦେଶୀମଦ ସହିତ ଏକ ବୋଲେରୋକୁ ଜବତ କରିଛନ୍ତି।...

ସେଣ୍ଟ୍ରାଲ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା

ବଲାଙ୍ଗୀର ଅଫିସ, ୧୭ା୪- କରୋନା ଭାଇରସ ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । କରୋନା ଲଢ଼େଇକୁ ମଜବୁତ କରିବା ପାଇଁ...

ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର

ଆନନ୍ଦପୁର,୧୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଭାଟସିରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନାବାଳକ ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର ହୋଇ...

ଚୌଦ୍ୱାର ସହରବାସୀଙ୍କୁ ଟ୍ରାଭେରା ଭୟ

ଚୌଦ୍ୱାର,୧୭।୬(ଡି.ଏନ୍‌.ଏ.): ଚୌଦ୍ୱାର ସହରବାସୀଙ୍କୁ ଟ୍ରାଭେରା ଗାଡ଼ି ଛନକା ପଶିଛି। ଯେକୌଣସି ଟ୍ରାଭେରା ଗାଡି ଦେଖିଲେ ପୋଲିସର ଗାଡି ଆସିଲା ଭାବି ଭୟଭୀତ ହୋଇପଡୁଥିବା ଅଞ୍ଚଳରେ ଚର୍ଚ୍ଚାର...

ଚାଷକାର୍ଯ୍ୟରୁ କଟକଣା ଉଠିବା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ: ଦାରିଙ୍ଗବାଡ଼ିରେ ଚାଲିଛି ହଳଦୀ ଚାଷ

ଦାରିଙ୍ଗବାଡ଼ି,୧୮ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା ଅବଧି ବୃଦ୍ଧି ପାଇଛି ା ଆସନ୍ତା ମେ’୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିଥିବା ବେଳେ ସରକାର...

ଧରାପଡ଼ିଲେ ଡକାୟତ, ବନ୍ଧୁକ ଓ ଭୁଜାଲି ଜବତ

ତିହିଡ଼ି,୨୫ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମରୁ ତିହିଡ଼ି ପୋଲିସ ଶୁକ୍ରବାର ରାତିରେ ଜଣେ ଡକାୟତଙ୍କୁ ଧରିଛି। ସେହି ଡକାୟତଙ୍କ ନାଁ ଦୀପକ...

ପାଉଣା ପାଇ ନ ଥିବାରୁ ସେବାୟତ କ୍ଷୁବ୍ଧ:ଶ୍ରୀଜୀଉଙ୍କ ନୀତିକାନ୍ତି ୨ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୦-୯ :ସେବାୟତଙ୍କ ପ୍ରାପ୍ୟ ପାଉଣାକୁ ନେଇ ଗୁରୁବାର ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହୋଇଛି। ଜଣେ ସେବାୟତଙ୍କୁ ୩ମାସର ପାଉଣା ମିଳି ନ ଥିବାରୁ ସେ...

ଆମେରିକାକୁ ଘାରିଛି କରୋନା ଭ୍ୟାକ୍ସିନ ଫର୍ମୁଲା ଚୋରି ହେବାର ଭୟ !

ଓ୍ବାଶିଂଟନ,୧।୫: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏବେ ଏହି ସଂକ୍ରମଣରେ ବିଶ୍ୱରେ ପାଖାପାଖି ୨ ଲକ୍ଷ ୩୩...

Play 250+ Trending Games
Archives

Model This Week

Why Dharitri