Posted inଖେଳ

ପାକିସ୍ତାନ ବିପକ୍ଷରେ ୫ମ ସର୍ବାଧିକ ରନ୍‌ ଚେଜ୍‌

ମାଞ୍ଚେଷ୍ଟର, ୧୦।୮ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀଲାଭ କରିଛି। ୨୭୭ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ୧୧୭ ରନରେ ୫ ଉଇକେଟ ହରାଇଥିଲେ ହେଁ ଜୋସ ବଟଲର ଓ କ୍ରିସ୍‌ ଓ୍ବକ୍ସ ୬ଷ୍ଠ ଉଇକେଟ ଭାଗୀଦାରିରେ ୧୩୯ ରନ ଯୋଗକରି ଦଳର ବିଜୟକୁ ସହଜ କରି ଦେଇଥିଲେ। ୧୨୦ ବଲ୍‌ ଖେଳି ୧୦ ଚୌକା ସହାୟତାରେ ୮୪ ରନରେ ଅପରାଜିତ ରହିଥିବା ଓ୍ବକ୍ସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
* ପୂର୍ବରୁ ୧୯୯୯ରେ ଶେଷଥରପାଇଁ ଅଷ୍ଟ୍ରେଲିଆ ୪ର୍ଥ ଇନିଂସରେ ୨୫୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରି ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଥିଲା। ସେତେବେଳେ ହୋବାର୍ଟରେ ଅଷ୍ଟ୍ରେଲିଆ ୩୬୯ ରନ କରି ଏହି ସଫଳତା ପାଇଥିଲା। ମାଞ୍ଚେଷ୍ଟରଠାରେ ଇଂଲଣ୍ଡ ୨୭୭ ରନକୁ ସଫଳତାର ସହ ଚେକ୍‌ କରିଥିଲା। ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ମ୍ୟାଚର ୪ର୍ଥ ଇନିଂସରେ ଏହା ହେଉଛି ୫ମ ସର୍ବାଧିକ ରନ ଚେଜ୍‌। ୧୯୯୯ରେ ଅଷ୍ଟ୍ରେଲିଆ ସଫଳତାକୁ ଛାଡ଼ିଦେଲେ ୧୯୯୩-୯୪ରେ ଖ୍ରିଷ୍ଟଚର୍ଚ୍ଚଠାରେ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୩୨୪, ୧୯୫୭-୫୮ରେ ଜର୍ଜଟାଉନ୍‌ଠାରେ ଓ୍ବେଷ୍ଟଇଣ୍ଡିଜ ୨ ଉଇକେଟ ହରାଇ ୩୧୭ ଏବଂ ୧୯୮୪-୮୫ରେ ନ୍ୟୁଜିଲାଣ୍ଡ ଡୁନେଡିନ୍‌ଠାରେ ୮ ଉଇକେଟ ହରାଇ ୨୭୮ ରନ ଚେଜ୍‌ କରିଥିଲା।
* ବଟଲର ଓ ଓ୍ବକ୍ସଙ୍କ ୧୩୯ ରନ କୌଣସି ଟେଷ୍ଟର ୪ର୍ଥ ଇନିଂସରେ ଇଂଲଣ୍ଡ ପାଇଁ ୬ଷ୍ଠ ଉଇକେଟରେ ଶ୍ରେଷ୍ଠ ପାର୍ଟନରଶିପ୍‌। ପୂର୍ବରୁ ୧୯୮୬-୮୭ ଆଶେସ ଟେଷ୍ଟରେ ମାଇକ୍‌ ଗ୍ୟାଟିଂ ଓ ଜ୍ୟାକ ରିଚାଡର୍‌ସ ସିଡ୍‌ନୀଠାରେ ୧୩୧ ରନର ଭାଗୀଦାରି ଗଢ଼ିଥିଲେ। ଓଭରଅଲ୍‌ ଦେଖିବାକୁ ଗଲେ ପାକିସ୍ତାନ ବିପକ୍ଷରେ ୪ର୍ଥ ଇନିଂସରେ ୬ଷ୍ଠ ଉଇକେଟ ଯୋଡ଼ିରେ ଏହା ଦ୍ୱିତୀୟ ସର୍ବାଧିକ ପାର୍ଟନରଶିପ୍‌। ୧୯୯୯ରେ ହୋବାର୍ଟଠାରେ ଜଷ୍ଟିନ ଲାଙ୍ଗର ଓ ଆଡାମ ଗିଲକ୍ରିଷ୍ଟ ୨୩୮ ରନର ଭାଗୀଦାରି ଗଢ଼ି ଏହି ତାଲିକାର ଶୀର୍ଷରେ ଅଛନ୍ତି।
* ୫ମ ଉଇକେଟ ପତନ ପରେ ୧୬୦ ରନ ଯୋଗ କରି ଇଂଲଣ୍ଡ ମାଞ୍ଚେଷ୍ଟରରେ ବିଜୟ ହାସଲ କରିଥିଲା। ପୂର୍ବରୁ ଇଂଲଣ୍ଡ ମାତ୍ର ଥରେ ଏପରି କରି ପାରିଥିଲା। ୧୯୦୨ରେ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୬୩ ରନ ଚେଜ୍‌ କରୁଥିବାବେଳେ ଦଳ ୪୮ ରନରେ ୫ ଉଇକେଟ ହରାଇଥିଲେ ହେଁ ପରେ ୨୧୫ ରନ କରି ମ୍ୟାଚ ଜିତିଥିଲା।
*ବଟଲର ଓ ଓ୍ବକ୍ସଙ୍କ ପାର୍ଟନରଶିପ୍‌ ୩୩ ଓଭର ତିଷ୍ଠିଥିଲା। ଏହି ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ହେଲେ ମେଡେନ ଓଭର ପାଇ ନ ଥିଲା। ୧୩୯ ରନର ପାର୍ଟନରଶିପ୍‌ ମଧ୍ୟରେ ଦୁହେଁ ୧୩ ଚୌକା ଓ ୧ ଛକା ମାରିଥିଲେ।
* ୧୦୦ରୁ ଊର୍ଦ୍ଧ୍ୱ ପ୍ରଥମ ଇନିଂସ ଅଗ୍ରଣୀ ସତ୍ତ୍ୱେ ପାକିସ୍ତାନ ୭ମ ଥରପାଇଁ ଏକ ଟେଷ୍ଟ ମ୍ୟାଚ ହାତଛଡ଼ା କରିଛି। ଏ ପରିସ୍ଥିତିରେ କେବଳ ଇଂଲଣ୍ଡ ୩ ଥର ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ୨୦୦୬ ଓ ୨୦୧୬ରେ ପ୍ରଥମ ଇନିଂସରେ ୧୦୦ରୁ ଊର୍ଦ୍ଧ୍ୱ ରନରେ ପଛୁଆ ରହିଥିଲେ ହେଁ ଇଂଲଣ୍ଡ ବିଜୟ ହାସଲ କରିଥିଲା।
* କ୍ୟାରିୟରରେ ୩୮ଟି ଟେଷ୍ଟ ଖେଳିଥିବା ଓ୍ବକ୍ସଙ୍କ ପାଇଁ ୮୪* ରନ ଦ୍ୱିତୀୟ ସର୍ବାଧିକ ସ୍କୋର। ଭାରତ ବିପକ୍ଷରେ ଲଡର୍‌ସଠାରେ ସେ ସର୍ବାଧିକ ୧୩୭* ରନ ସ୍କୋର କରିଥିଲେ। ଏହି ଦୁଇ ଇନିଂସ ମଧ୍ୟରେ ଓ୍ବକ୍ସ ୧୭ଟି ଇନିଂସ ଖେଳିଥିଲେ ହେଁ ୧୨.୩୧ ହାରରେ ମାତ୍ର ୧୯୭ ରନ କରିବାକୁ ସକ୍ଷମ ହୋଇଥିଲେ।
* ପାକିସ୍ତାନ ଅନେକ ସମୟରେ ୟୁଏଇରେ ଘରୋଇ ଟେଷ୍ଟ ଖେଳିଛି। ତେଣୁ ୟୁଏଇକୁ ଛାଡ଼ିଦେଲେ ବାହାର ପରିବେଶରେ ପାକିସ୍ତାନର ଏହା କ୍ରମାଗତ ୭ମ ଟେଷ୍ଟ ପରାଜୟ। ଶେଷଥରପାଇଁ ଏହି ଦଳ ୨୦୧୮ରେ ଲଡର୍‌ସଠାରେ ଇଂଲଣ୍ଡକୁ ୯ ଉଇକେଟରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri