ଖିଆଲୀ ହିଂସା ପୃଥିବୀକୁ ଦୋହଲାଇଦେବ

ସହଦେବ ସାହୁ

ବାୟୋ, ନାନୋ, ସାଇବର୍‌ ଭଳି ଟେକ୍ନୋଲଜି ଯେଭଳି ବିକଶିତ ହେଉଛି ଏବଂ ସାଧାରଣ ଶିକ୍ଷାପ୍ରାପ୍ତ ଲୋକକୁ ଇଚ୍ଛାମୁତାବକ କାମ କରିବାକୁ ସମର୍ଥ କରୁଛି, ତାହା ଅପରାଧୀମାନଙ୍କୁ ବି ମନଇଚ୍ଛା ଅପରାଧ କରିବାକୁ ସକ୍ଷମ କରୁଛି, ସେମାନେ ଯାହାକୁ ଚାହିଁବେ ଓ ଯେଉଁଠି ଚାହିଁବେ ତାକୁ ସେଇଠି ନିଜର ଶିକାର କରିପାରିବେ। ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଯେଭଳି ଚାଲିଛି ତାହା ଏପ୍ରକାରର ଆପରାଧିକ କାରବାରକୁ ବ୍ୟବସାୟ କରି ଦେଉଛି, ବୃହତ୍‌କାୟ ବି କରିଦେଉଛି । ମାର୍କିନ ଅର୍ଥନୀତିଜ୍ଞ ମାନେ କହିବେ ଏହା କର୍ପୋରେଟ୍‌ ସେକ୍ଟରର ଅଙ୍ଗ ହୋଇଯାଉଛି । ଡରାଇ ପଇସା ବା ଅନୁଗ୍ରହ ଆଦାୟ କରିବା (ଯାହାକୁ ଆମେ ବ୍ଲାକ୍‌ମେଲିଂ କହୁଛୁ) ତ ରାଜନେତାମାନଙ୍କ ପାଣ୍ଠି ପରିଚାଳକମାନଙ୍କ ମୁଖ୍ୟ ଉପାୟ ହୋଇପଡିଲାଣି ।
ଇମେଲ୍‌ ଓ ମେସେଜିଂ ଜରିଆରେ ଆମେ କେମିତି ଠକମାନଙ୍କ ଶିକାର ହେଉଛୁ ଜାଣୁ । କମ୍ପୁଟରବାଲାଏ ଠକ ଇମେଲ୍‌କୁ ତା’ର ସୃଷ୍ଟିକର୍ତ୍ତା ବା ଉଦ୍ଦେଶ୍ୟ ଅନୁଯାୟୀ ସ୍ପାମିଂ, ଫିସିଂ, ଭିସିଂ ଭଳି କେତେ ନାଁ ଦେଇଛନ୍ତି । ଆର୍ଥିକ ଠକାମି ତ କେବଳ ପଇସାବାଲାଙ୍କୁ ବାଧେ ନାହିଁ, ପ୍ରାଇଜ୍‌ ପାଇଛ ବା ଚାକିରି କରିଦେବି କହି ପଇସା ଆଦାୟ କରିବା, ମାଗଣା-କିଛି-ପାଇବା-ଆଶା-କରୁଥିବା ଗରିବକୁ ତ ବେଶି ବାଧେ । ଜୀବନକୁ କଷ୍ଟ ଦେବା ଗୋଟିଏ କଥା, ଜୀବନରେ ମାରିଦେବା ଆଉ ଗୋଟିଏ କଥା । ଦୂରରେ ଲକ୍ଷ୍ୟସ୍ଥଳରେ ବୋମାଟିଏ ରଖି ତାକୁ ମୋବାଇଲ ଫୋନ୍‌ ଜରିଆରେ ସୂଚନା (ମେସେଜ୍‌) ପଠାଇ ଫୁଟାଇ ପାରୁଛନ୍ତି ଆତଙ୍କବାଦୀମାନେ । ନାଇଜେରିଆ ହୋଇପଡିଛି ସ୍ପାମିଂ ଓ ଅନ୍‌ଲାଇନ ଠକାମିର ଦୁନିଆ ବୋଲି ସମସ୍ତେ ଜାଣନ୍ତି । ଦିଲ୍ଲୀ ଓ ନଏଡାରୁ ନାଇଜେରୀୟ ଛାତ୍ରମାନେ ଆମ ଦେଶରେ ଏଭଳି ଠକାମି କରୁଛନ୍ତି।
ବ୍ଲାକ୍‌ମେଲିଂ ସମ୍ପର୍କରେ ନାଟକ ଦର୍ଶକମାନେ ଦେଖିଥିବେ। ଏମିତି ଗୋଟିଏ କାହାଣୀ ଶୁଣନ୍ତୁ । ଗୋଟିଏ ନାଟକର ଜଣେ ଅଭିନେତା କେତେକ କିଶୋରୀ ଓ ମହିଳାଙ୍କୁ ପ୍ରଚୁର ପରିମାଣରେ ‘ମାଲ୍‌ୱେଲାର’ (ମନ୍ଦ କମ୍ପୁଟର ପାଠ) ଡାଉନଲୋଡ୍‌ କରିନେବାକୁ ପ୍ରବର୍ତ୍ତାଉଛି । ସଫ୍ଟୱେର ଜରିଆରେ ସମ୍ପୃକ୍ତ ମହିଳାର ସମସ୍ତ କାର୍ଯ୍ୟକଳାପ ଦେଖିପାରୁଛନ୍ତି, ତହିଁରୁ ବାଛି ବାଛି ଯୌନ ସମ୍ବନ୍ଧୀୟ କାର୍ଯ୍ୟଗୁଡିକୁ ପ୍ରଦର୍ଶନ କରାଇ ଉକ୍ତ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରୁଛନ୍ତି । ନାଟକଟିର ଘଟଣା କାଳ୍ପନିକ ନୁହେଁ, ତାହା ଏକ ଉଦାହରଣ ମାତ୍ର । ଏ ପ୍ରକାରର ସଫ୍ଟୱେର ଯୋଗୁ ଅପରାଧ ଜଣଜଣକିଆ ନ ହୋଇ ବହୁତ ଲୋକଙ୍କୁ ପ୍ରଭାବିତ କରିପାରୁଛି । ଏ ପ୍ରକାରର ଅପରାଧୀମାନେ ଧରାପଡିଗଲେ ଶାସକଦଳର ନେତାଙ୍କ ପଣତ ତଳେ ରହିଯାଉଛନ୍ତି ।
କେତେକ ନେତାଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଯାଉଛି ନିର୍ବାଚନୀ ଖର୍ଚ୍ଚ ଏବଂ ଅନ୍ୟ ଉପୁରି ଖର୍ଚ୍ଚ ତୁଲାଇବା ପାଇଁ। ନେତାମାନେ ଆଇନର ଜାଲରୁ ଅପରାଧୀଙ୍କୁ ରକ୍ଷା କରିଥାନ୍ତି ବୋଲି ଅପରାଧୀମାନେ ନେତାମାନଙ୍କୁ ପାଣ୍ଠି ଯୋଗାନ୍ତି । ଅପରାଧୀମାନେ ଏ ପ୍ରକାର ଦାନକୁ ପ୍ରୋଟେକ୍ସନ୍‌ ମନି କହନ୍ତି । ଅପରାଧୀମାନଙ୍କର ହିଂସାର ଶିକାର ସଂଖ୍ୟା ବଢିଚାଲିଛି । ଟେକ୍ନୋଲଜି ଅପରାଧକୁ ସୁଦୂରପ୍ରସାରୀ କରିପାରୁଛି ଅର୍ଥାତ୍‌ ହିଂସାକୁ ବହୁଜନ-ପ୍ରଭାବୀ କରିପାରୁଛି । ଏ ପ୍ରକାରର ହିଂସ୍ର କାମ ସହଜରେ ଚାରିଆଡେ ବ୍ୟାପିବାର କାରଣ ପ୍ରଚଳିତ ବ୍ୟବସ୍ଥାର ଗଣତନ୍ତ୍ର ବୋଲି ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ ଡାନିଏଲ୍‌ ଡିଉଡ୍ନୀ ଏହି ପରିଣାମକୁ ଓମ୍ନି ଭାଓଲେନ୍ସ ନାମ ଦେଇଛନ୍ତି, କାରଣ ଓମ୍ନି ଖଣ୍ଡ-ଶବ୍ଦଟି ସର୍ବବ୍ୟାପୀ ଅର୍ଥରେ ବ୍ୟବହୃତ ହୁଏ, ଭାଓଲେନ୍ସ ମାନେ ହିଂସା ବୋଲି ଆମେ ଜାଣିଛୁ । ଏବେ ଅଧିକରୁ ଅଧିକ ଲୋକେ ବାୟୋ, ନାନୋ ଓ ସାଇବର ଟେକ୍ନୋଲଜି ବ୍ୟବହାର କରିପାରୁଛନ୍ତି । ତେଣୁ ଶିକାରୀ-ଶିକାର କମିଯାଉଛି । ଡାନିଏଲ୍‌ଙ୍କ ଭାଷାରେ କିଲର୍‌ସ ଟୁ କିଲ୍ଡ (ହତ୍ୟାକାରୀ:ନିହତ) ଅନୁପାତ ବା କେ:କେ ରେସିଓ କମିଯାଉଛି । ଜଣେ ଦି’ ଜଣ ଲୋକ ହଜାରେ ହଜାରେ ଲୋକଙ୍କୁ ଶିକାର କରିପାରୁଛନ୍ତି ।
ଯୁଦ୍ଧ କ୍ଷେତ୍ରରେ ତାହା ଦେଶର ଆଭ୍ୟନ୍ତରୀଣ ହେଉ କି ଦେଶ ଦେଶ ଭିତରେ ଏଭଳି ଓମ୍ନିଭାଓଲେନ୍ସ ବଢିଯାଇପାରେ। ଚାଇନାର ଉହାନ୍‌ ସହରରୁ ଯେଉଁ କରୋନା ଭାଇରସ ମହାମାରୀ ରୂପ ନେଲାଣି ତାହା କୁଆଡେ ଏକ ପ୍ରକାରର ଓମ୍ନିଭାଓଲେନ୍ସ । କମ୍ପୁଟର ସାଇଣ୍ଟିଷ୍ଟ ଷ୍ଟୁଆର୍ଟ ରସେଲ୍‌ ଏଭଳି ଏକ ଓମ୍ନିଭାଓଲେନ୍ସ ଘଟଣା ବର୍ଣ୍ଣନା କରିଛନ୍ତି, ସତେ ଯେପରି ସେ ପ୍ରତ୍ୟକ୍ଷ ଦେଖିଛନ୍ତି । ତାଙ୍କ କାହାଣୀରେ ଚାରିପାଞ୍ଚ ଜଣ ମନ୍ଦବୁଦ୍ଧିର ଲୋକ ଓମ୍ନିଭାଓଲେନ୍ସରେ ଲାଗିଛନ୍ତି ।
କାହାଣୀରେ ବ୍ୟବହାର ହୋଇଛି ଗୋଟିଏ ଖୁବ୍‌ ଛୋଟିଆ କ୍ୱାଡ୍‌କପ୍ଟର (quadcopter), ଯାହା ଏକ ଇଞ୍ଚ ବ୍ୟାସର, ତହିଁରେ ଗୋଟିଏ କି ଦୁଇ ଗ୍ରାମ୍‌ ବଟକରା ଆକାରର ଚାର୍ଜ (ଗୁଳି ବା ବାରୁଦ) ଅଛି । ହେଲିକପ୍ଟର ଭଳି କାମ କରେ ବୋଲି କ୍ୱାଡ୍‌କପ୍ଟର କୁହାଯାଉଛି, ପ୍ରକୃତରେ ତାହା ଏକ ଡ୍ରୋନ୍‌ । ଚାଇନାର ଡ୍ରୋନ୍‌ ତିଆରି କରୁଥିବା କମ୍ପାନୀଗୁଡ଼ିକଠାରୁ କ୍ୱାଡ୍‌କପ୍ଟର କିଣିହେବ। ଗୋଟିଏ ଗ୍ରାମ୍‌ ଆକାରର ଚାର୍ଜ ଏକ ୯ ମିଲିମିଟର ମୋଟା ଇସ୍ପାତ୍‌ ଚାଦରରେ କଣା କରିଦେଇପାରେ ।
କାହାର ମୁଣ୍ଡରେ ବି କଣା କରିଦେଇପାରେ। ଗୋଟିଏ ଅର୍ଦ୍ଧାକାର ଟ୍ରାକ୍ଟର-ଟ୍ରେଲର୍‌ରେ ପ୍ରାୟ ୩୦ ଲକ୍ଷ ଏମିତିକା ଅସ୍ତ୍ର ଯୋଖିହେବ । ନ୍ୟୁୟର୍କ ପାଇଁ ତିନୋଟି ଟ୍ରାକ୍ଟର ବୋଝ ବା କୋଟିଏ ଡ୍ରୋନ୍‌ ଅର୍ଥାତ୍‌ କୋଟିଏ ଗୁଳି ଦରକାର । ଭୁବନେଶ୍ୱର ନଗର (ପ୍ରାୟ ୧୧ଲକ୍ଷ ଲୋକ) ପାଇଁ ଗୋଟିଏ ଜିପ୍‌ ଯଥେଷ୍ଟ । ସବୁଗୁଡାକ ଫୁଟିବା ଦରକାର ନାହିଁ । ୫ କି ୧୦ପ୍ରତିଶତ ଲକ୍ଷ୍ୟ ଭେଦ କଲେ ବି ଯଥେଷ୍ଟ ।
ଉପତ୍।ଦନକାରୀମାନେ ତ କୋଟି କୋଟି ତିଆରି କରିବେ ।
ବନ୍ଧୁକ କିଣିଲା ଭଳି ଏଗୁଡିକ କିଣିବାକୁ ମିଳିବ । ବନ୍ଧୁକ ଚଳାଇବା ପାଇଁ ଯେମିତି ମଣିଷଟିଏ ଦରକାର, ଲକ୍ଷ ଲକ୍ଷ ବନ୍ଧୁକ ପାଇଁ ଯେପରି ଲକ୍ଷ ଲକ୍ଷ ସୈନିକ ଦରକାର, କିନ୍ତୁ ଯେପରି ରସେଲ୍‌ କହନ୍ତି, ପ୍ରୋଗ୍ରାମ ଲେଖିବା ପାଇଁ ମାତ୍ର ତିନି ଜଣ ଦରକାର । ଏ କ୍ଷେତ୍ରରେ ଘାତକ-ନିହତ ଅନୁପାତ ସମ୍ଭବତଃ ୧୦ଲକ୍ଷରେ ୩ ହେବ, ଯଦି ଆମେ ୧୦ପ୍ରତିଶତ ସଫଳତା ବା ଆକୁରେସି ଏବଂ ପ୍ରତି ଡ୍ରୋନରେ ୧-ଗ୍ରାମ୍‌ ବଟକରା ଆକାରର ଅଛି ବୋଲି ଧରୁ, ତେବେ ନ୍ୟୁୟର୍କ ସହର ତିନିଟା ଟ୍ରାକ୍ଟର ଓ ଭୁବନେଶ୍ୱର ଅଧ-ଟ୍ରାକ୍ଟର ଦରକାର କରିବ । ନ୍ୟୁୟକର୍ର୍ ବା ଭୁବନେଶ୍ୱରର ତିନି ଭାଗରୁ ଭାଗେ ଲୋକ ନଷ୍ଟ ହୋଇଯିବେ । ତା’ ମାନେ ଦୁଇ ତିନି ଜଣ ମାଓଇଷ୍ଟ ବା ଅଲକାଏଦା ଓଡିଶା ରାଜ୍ୟଟାକୁ ହତବାକ୍‌ କରିଦେବେ ।
କରୋନା ଭୂତାଣୁ ଭଳି ନୂଆ ଭୂତାଣୁ ତିଆରି କରି ବାୟୁମଣ୍ଡଳରେ ଛାଡିବା ଲାଗି କୃତ୍ରିମ ଜୈବବିଜ୍ଞାନ, ନାନୋଟେକ୍ନୋଲଜି ଓ ଉନ୍ନତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବ୍ୟବହାର କରିପାରିଲେ ଏମିତିକା କଳାକୌଶଳ କୌଣସି ସୀମା ମାନିବ ନାହିଁ । ଉପସ୍ଥିତ ରାଷ୍ଟ୍ର-ବ୍ୟବସ୍ଥାରେ ନାଗରିକ ନାଗରିକ ଭିତରେ ରାଷ୍ଟ୍ର ହେଉଛି ରେଫରୀ, ନିରପେକ୍ଷ ବିଚାରକର୍ତ୍ତା । ବିଲାତୀ ଦାର୍ଶନିକ ରୁଷୋଙ୍କ କଳ୍ପିତ ସୋସିଆଲ୍‌ କଣ୍ଟ୍ରାକ୍ଟ ଥିଓରି ଅନୁଯାୟୀ ଲୋକେ ସେମାନଙ୍କ ଫ୍ରିଡମ୍‌ ଭିତରୁ କେତେକ ଫ୍ରିଡମ୍‌ ରାଷ୍ଟ୍ରକୁ ଦେଇ ତା’ ବିନିମୟରେ ରାଷ୍ଟ୍ରର ନିରାପତ୍ତା ପାଇଛନ୍ତି । ଗଣ୍ଡଗୋଳ ହେଲେ ରାଷ୍ଟ୍ର ହସ୍ତକ୍ଷେପ କରିବ, ଚୋରି ହତ୍ୟା ଆଦି କରୁଥିବା ଲୋକଙ୍କୁ ଦଣ୍ଡ ଦେବ, ସ୍ବାର୍ଥଦ୍ୱନ୍ଦ୍ୱ ଥିବା ପକ୍ଷମାନଙ୍କ ଭିତରେ ହୋଇଥିବା ରାଜିନାମାକୁ କାର୍ଯ୍ୟକାରୀ କରିବ ।
ଏବେ ତ ଏମିତି କେତେକ କ୍ଷେତ୍ରରେ ରାଷ୍ଟ୍ର ଅକ୍ଷମ ହୋଇପଡୁଛି ଯଥା ଭିଡ଼ହିଂସା, ସମ୍ମାନ ପାଇଁ ହତ୍ୟା (ଅନର୍‌ କିଲିଂ), କଙ୍ଗାରୁ କୋର୍ଟ, ଗଡ୍‌ମାନ୍‌ମାନଙ୍କ ଅତ୍ୟାଚାର।
ଯଦି ଯେ କୌଣସି ଜାଗାରେ ଯେ କୌଣସି ଲୋକ ଅନ୍ୟ ଯେ କୌଣସି ଜାଗାର ଯେ କୌଣସି ଲୋକକୁ ଆକ୍ରମଣ କରିବାର କ୍ଷମତା ହାସଲ କରେ, ରାଷ୍ଟ୍ର ତା’ର ପ୍ରାଥମିକ ଭୂମିକା ରେଫରୀ କାମ ତୁଲାଇପାରିବ ନାହିଁ । ଆମେ କ’ଣ ଅରାଜକତା ଆଡକୁ ଇଙ୍ଗିତ କରୁଛୁ? ସମସ୍ତଙ୍କ ସାଙ୍ଗରେ ସମସ୍ତଙ୍କ ଲଢେଇ ଚାହୁଁଛୁ? ତାହା ହେଲେ ପଡୋଶୀମାନଙ୍କ ଦ୍ୱାରା ଆହତ ହେବାର ଭୟ ସବୁବେଳେ ରହିବ । ଏ କଥା ଲକ୍ଷ୍ୟ କରି ଅକ୍ସଫୋର୍ଡର ଜଣେ ଦାର୍ଶନିକ ନିକ୍‌ ବୋଷ୍ଟ୍ରମ୍‌ ‘ବିପଦସଂକୁଳ ବିଶ୍ୱ କଳ୍ପନା’ (The Vulnerable World Hypothesis) ନାମକ ପ୍ରବନ୍ଧଟିଏ ଲେଖିଛନ୍ତି ଏବଂ ଜାଗତିକ ଧ୍ୱଂସଲୀଳାରୁ ପୃଥିବୀକୁ ରକ୍ଷା କରିବା ପାଇଁ ଗୋଟିଏ ଜାଗତିକ ନିରୀକ୍ଷକ ବ୍ୟବସ୍ଥା ତିଆରି ହେଉ ବୋଲି ପ୍ରସ୍ତାବ ଦେଇଛନ୍ତି, ଯେମିତି ପୃଥିବୀ-ଧ୍ୱଂସ କ୍ଷମତା ରଖିଥିବା ଗ୍ରହାଣୁମାନଙ୍କ ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ନାସା ଏକ ଗବେଷଣା ସଂସ୍ଥା ଗଢିଛି ।
ଏପରି ଚୌକିଦାରୀ ବ୍ୟବସ୍ଥାର ନାଁ ସେ ଦେଇଛନ୍ତି ‘ହାଇଟେକ୍‌ ପାନୋପ୍ଟିକନ୍‌’, ପାନୋପ୍ଟିକନ୍‌ ଶବ୍ଦର ମାନେ ହେଉଛି ଏକ ବୃତ୍ତାକାର ପର୍ଯ୍ୟବେକ୍ଷଣ ପ୍ରକୋଷ୍ଠ, ଯାହାର କୂଅ ଭଳି କେନ୍ଦ୍ରରେ ସବୁ କଏଦୀଙ୍କ ଉପରେ ଲକ୍ଷ୍ୟ ରଖିବାର ସ୍ବଚ୍ଛ ପ୍ରକୋଷ୍ଠଟିଏ ଥିବ । କ୍ୟାମେରା, ଡାଟା ପ୍ରେରଣ, ଡାଟା ସଂରକ୍ଷଣ ଭଣ୍ଡାର ଓ କମ୍ପୁଟର ବ୍ୟବସ୍ଥା ଆଦିର ଖର୍ଚ୍ଚ ହ୍ରାସ ପାଉଥିବାରୁ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ସମର୍ଥିତ ବିଶ୍ଲେଷଣ କ୍ଷମତା ଦ୍ରୁତବେଗରେ ଉନ୍ନତ ହେଉଥିବାରୁ ଅଳ୍ପଦିନ ଭିତରେ ହାଇଟେକ୍‌ ପାନୋପ୍ଟିକାନ୍‌ ଖର୍ଚ୍ଚ ବହନୀୟ ହୋଇପାରେ । କିନ୍ତୁ ଆମ ଗଣତନ୍ତ୍ରର ତ ଦୋଷ ଅଛି – ରାଜନୈତିକ ଦଳମାନଙ୍କରେ ଖଳଲୋକେ ଏହି ନୂଆ ଗୋଇନ୍ଦା କାମର ଫାଇଦା ଉଠାଇବାକୁ ଚାହିଁବେ, ସ୍ବେଚ୍ଛାଚାରୀ ବା ଏକଚ୍ଛତ୍ରବାଦୀ ମନୋଭାବ ଥିବା ନେତାମାନେ ବିରୋଧୀମାନଙ୍କ ଉପରେ ଦରକାର ଥାଉ ବା ନ ଥାଉ ଗୋଇନ୍ଦା ଲଗାଇଦେବେ, ସେମାନଙ୍କୁ ହଇରାଣ କରିବାର ମୌକା ଉଠାଇବେ, ବିରୋଧୀକୁ ବ୍ଲାକ୍‌ମେଲ କରିପାରିବେ, ତେଣୁ ନିଜର ବଶ କରିରଖିବେ । ତଥାପି ପୃଥିବୀକୁ ଗୋଟିଏ ପରେ ଗୋଟିଏ ଧ୍ୱଂସରୁ ରକ୍ଷା କରିବା ପାଇଁ ଏକ ହାଇଟେକ୍‌ ପାନୋପ୍ଟିକାନ୍‌ର ପ୍ରୟୋଜନ ରହିଛି ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?