ଜାତୀୟ ସେରୋ ସର୍ଭେରେ ରାୟଗଡ଼ାରୁ ୫୦୦ ନମୁନା ସଂଗ୍ରହ

ରାୟଗଡ଼ା ଅଫିସ/ଗୁଣପୁର,୧୯ା୬: ଗଞ୍ଜାମ, କୋରାପୁଟ ସମେତ ରାୟଗଡ଼ା ଜିଲାରେ ୧୭ ତାରିଖରୁ ୪ର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଆରମ୍ଭ ହୋଇଥିଲା। ରାୟଗଡ଼ା ଜିଲାରେ ଶନିବାର ନମୁନା ସଂଗ୍ରହ ଶେଷ ହୋଇଛି। ୩ ଦିନରେ ଜିଲାରୁ ୫୦୦ ରକ୍ତ ନମୁନା ସଂଗ୍ରହ ହୋଇଛି। ଜିଲାର ୧୦ କ୍ଲଷ୍ଟର ସମେତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏହି ରକ୍ତ ନମୁନା ସଂଗ୍ରହ ହୋଇଛି।

ସୂଚନାଯୋଗ୍ୟ, କେତେଜଣଙ୍କ ଶରୀରରେ କରୋନା ଆଣ୍ଟିବଡି ତଥା ଇମୁନୋଗ୍ଲୋବିନ୍‌-ଜି ଓ ଇମୁନୋଗ୍ଲୋବିନ୍‌-ଏମ୍‌ର ପରିମାଣ କେତେ ରହିଛି ତାହା ଜାଣିବା ନିମନ୍ତେ ଶିଶୁ, ବୟସ୍କ ଏବଂ ୨ଟି ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ। ଏଥିନିମନ୍ତେ ଭୁବନେଶ୍ୱରସ୍ଥିତ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ପକ୍ଷରୁ ୩ ଦିନ ନମୁନା ସଂଗ୍ରହ କରାଯାଇଥିଲା। ଏହି ନମୁନା ପୁନେସ୍ଥିତ ଆଇସିଏମ୍‌ଆର୍‌ରେ ପରୀକ୍ଷା କରାଯିବ। ବୈଜ୍ଞାନିକ ଡା. ଅଞ୍ଜନ ବିଶୋୟୀ ୧୧ ଜଣିଆ ଟିମ୍‌ ଶନିବାର ରାୟଗଡ଼ା ଜିଲାର ଶେଷଖାଲର ରାଣାଗୁଡ଼ା, ରାୟଗଡ଼ା ପୌରାଞ୍ଚଳ ୧୦ ନଂ ଓ୍ବାର୍ଡ, ପଦ୍ମପୁର ବ୍ଲକ୍‌ର ଜାତିଲି ଗ୍ରାମ ଏବଂ ଗୁଣପୁର ବ୍ଲକ୍‌ ମରମା ପଞ୍ଚାୟତର ଦୁର୍ଗମ ପାରିଡ଼ି ଗ୍ରାମରୁ ନମୁନା ସଂଗ୍ରହ କରାଯାଇଥିଲା। ଏହି ସର୍ଭେରେ ୬ରୁ ୯ ବର୍ଷର ଶିଶୁ, ୯ ରୁ ୧୭ ବର୍ଷର କିଶୋର ଏବଂ ବୟସ୍କଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ୧୦ କ୍ଲଷ୍ଟରରୁ ୪୦ ଲେଖାଏ ୪୦୦ ନମୁନା ଏବଂ ଅନ୍ୟ ୧୦୦ ନମୁନା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri