ପଥର ଭରସାରେ ୫ବର୍ଷ

ବଇଣ୍ଡା,୧୯ା୮(ଡି.ଏନ.ଏ.): ବର୍ଷା ହେଲେ ବ୍ରିଜ୍‌ ଉପରେ ପ୍ରବାହିତ ହେଉଛି ପାଣି। କ୍ଷତିଗ୍ରସ୍ତ ହେଉଛି ୨୭ ବର୍ଷର ପୁରୁଣା ପୋଲ। ବର୍ତ୍ତମାନ ସ୍ଥିତି ଏପରି ଯେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲିଆସିଛି ଉକ୍ତ ବ୍ରିଜ୍‌। ୫ ବର୍ଷ ହେଲା ଧୋଇଚାଲିଥିବାରୁ ଆଉ ପୂର୍ବପରି ଏହା ଉପରେ ଗଡ଼ିପାରୁନି ୪ ଚକିଆ ଗାଡ଼ି। ହେଲେ କିଛି ବି ଫରକ ପଡ଼ୁନି ପ୍ରଶାସନକୁ। ବାଲିବସ୍ତା ଓ ପଥର ପକାଇ ଚୁପ୍‌ ବସିଯାଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ନୂଆ ବ୍ରିଜ୍‌ ନିର୍ମାଣ ଦାବିକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ବାଧ୍ୟହୋଇ ପଡ଼ିଥିବା ପଥରକୁ ଭରସା କରି ଯାତାୟାତ କରୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଓ ବିଲେଇନାଳୀ ପଞ୍ଚାୟତର ଲୋକେ।
କୁରୁମଟାପ ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୁରୁମଟାପରୁ ମନ୍ଦରବାହାଳ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ବାଟଯୋର ନାଳ। ୧୯୯୫ ମସିହାରେ ଏହି ନାଳ ଉପରେ ୧ ଲକ୍ଷ ଟଙ୍କା ବ୍ୟୟରେ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ କରାଯାଇଥିଲା। ଫଳରେ କୁରୁମଟାପ ପଞ୍ଚାୟତର କୁରୁମଟାପ, ମନ୍ଦରବାହାଳ, ବାଲିପଟା, ଦାମଦରପୁର ଓ ବିଲେଇନାଳୀ ପଞ୍ଚାୟତର ଗରୁଡ, ବଡଗୋବିନ୍ଦପୁର ଗ୍ରାମବାସୀ ଉପକୃତ ହେଉଥିଲେ। ୨୦୧୨ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏହି ରାସ୍ତା ଅନ୍ତର୍ଭୁକ୍ତ ହେବାରୁ ୨୦୧୩ରେ ପିଚୁ ସଡ଼କ ନିର୍ମାଣ କରାଯାଇଥିଲା। ହେଲେ ବାଟଯୋର ନାଳ ଉପରେ ନୂଆ ପୋଲ କରାଯାଇ ନ ଥିଲା। ପ୍ରତିବର୍ଷ ବର୍ଷାଦିନେ ଉକ୍ତ ବ୍ରିଜ୍‌ ଉପରେ ୨ ଫୁଟର ପାଣି ପ୍ରବାହିତ କାରଣରୁ ୨୦୧୭ ମସିହାରେ ପୋଲଟି ୩୦ ପ୍ରତିଶତ ଭାଙ୍ଗି ଯାଇଥିଲା। କିନ୍ତୁ ନୂଆ ନିର୍ମାଣ ନ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଲି ବସ୍ତା ଓ ପଥର ପକାଇ ସମତଳ କରିଦିଆଯାଇଥିଲା। ୨୦୧୮ ପରଠାରୁ ପ୍ରତ୍ୟେକ ବର୍ଷ ଲଗାଣ ବର୍ଷାରେ ବ୍ରିଜ୍‌ କ୍ଷତିଗ୍ରସ୍ତ ହେଉଥିଲା ବେଳେ କେବଳ ବାଲିବସ୍ତା ଓ ପଥର ପକାଇ କାମ ସାରିଦିଆଯାଉଛି। ଧୀରେ ଧରେ ଏହା ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିବାରୁ ଗତ ୧୨ ତାରିଖଠାରୁ ଏହା ଉପରେ ୪ ଚକିଆ ଗାଡି ଚଳାଚଳ ବନ୍ଦ ରଖାଯାଇଛି। ଫଳରେ ୪ ଚକିଆରେ ଯାଉଥିବା ଲୋକମାନଙ୍କୁ ମନ୍ଦରବାହାଳ-ଗରୁଡ ରାସ୍ତାରେ ଅଧିକ ୫ କି.ମି. ବୁଲିକରି ଯିବାକୁ ପଡ଼ୁଛି। ନୂତନ ପୋଲ ନିର୍ମାଣ ପାଇଁ ମନ୍ଦରବାହାଳ ଗ୍ରାମବାସୀ ୧୨ ନଭେମ୍ବର ୨୦୧୭, ୨୫ ସେପ୍ଟେମ୍ବର ୨୦୧୯ ଓ ୨୦ ଅକ୍ଟୋବାର ୨୦୨୦ରେ ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ମନ୍ଦରବାହାଳ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ମଧୁସ୍ମିତା ପଲେଇ କହିଛନ୍ତି, ଉକ୍ତ ନାଳ ଉପରେ ନୂତନ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ ମଞ୍ଜୁର ହେଲେ ନୂତନ ପୋଲ ନିର୍ମାଣ କରାଯିବ।

ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି
ବାଟଯୋର ନାଳ ଉପରେ ଥିବା ପୋଲ ୫ ବର୍ଷ ହେବ ଭାଙ୍ଗିଯାଇଛି। ହେଲେ ପ୍ରଶାସନ ପକ୍ଷରୁ ନୂତନ ପୋଲ ନିର୍ମାଣ କରାଯାଉନାହିଁ। ଏ ନେଇ ଅଞ୍ଚଳବାସୀ ବହୁବାର ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି।
-ବିଷୁଚରଣ ସାହୁ, ବାଲିପଟା
ବାଲିବସ୍ତାରେ ଚଳୁଛି କାମ
ଦୀର୍ଘବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପ୍ରତ୍ୟେକ ବର୍ଷ ଏହାର କିଛି ଅଂଶ ଭାଙ୍ଗୁଥିବା ବେଳେ ବାଲି ବସ୍ତା ଓ ପଥର ପକାଇ ମରାମତି କରିଦିଆଯାଉଛି। ସରକାର ତୁରନ୍ତ ଏଠାରେ ନୂଆ ପୋଲ ନିର୍ମାଣର ବ୍ୟବସ୍ଥା କରନ୍ତୁ।
-ଦିବାକର ସାହୁ, ମନ୍ଦରବାହାଳ
ଦୀର୍ଘବର୍ଷ ହେଲା ପଦକ୍ଷେପ ନିଆଯାଉନି
ବର୍ଷା ହେଲେ ନାଳ ପୂରିଉଠି ପୋଲ ବୁଡ଼ି ଯାଉଛି। ଫଳରେ ଏହି ରାସ୍ତାରେ ଯୋଗାଯୋଗ ବିଚ୍ଛିିନ୍ନ ହୋଇଯାଉଛି। ବହୁବାର ଦାବି କରାଯାଇଥିଲେ ମଧ୍ୟ ନୂଆ ପୋଲଟିଏ ନିର୍ମାଣ ଦିଗରେ ଆଦୌ ପଦକ୍ଷେପ ନିଆଯାଉ ନାହିଁ।
-କଳ୍ପନା ସାହୁ
ପ୍ରଶାସନକୁ ବହୁବାର ଅବଗତ କରାଯାଇଛି
ଏହି ପୋଲ ଦେଇ ୬ ଗ୍ରାମବାସୀ ଯାତାୟାତ କରୁଛନ୍ତି। ହେଲେ ରାସ୍ତାର ମୁଖ୍ୟ ନାଳ ଉପରେ ନୂତନ ବ୍ରିଜ ନିର୍ମାଣ କରାଯାଉ ନ ଥିବା ଯୋଗୁ ବହୁ ଅସୁବିଧା ସୃଷ୍ଟି ହେଉଛି। ପଞ୍ଚାୟତ ପକ୍ଷରୁ ବ୍ଲକ ପ୍ରଶାସନକୁ ଏ ନେଇ ବହୁବାର ଅବଗତ କରାଯାଇଛି।
-ଶାନ୍ତିଲତା ପ୍ରଧାନ, ସରପଞ୍ଚ
ଅର୍ଥ ମଞ୍ଜୁର ହେଲେ ନୂଆ ନିର୍ମାଣ
ବାଟଯୋର ନାଳ ଉପରେ ନୂତନ ବ୍ରିଜ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏ ନେଇ ବିଭାଗକୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ମଞ୍ଜୁର ହେଲେ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ କରାଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri