ପଥର ଭରସାରେ ୫ବର୍ଷ

ବଇଣ୍ଡା,୧୯ା୮(ଡି.ଏନ.ଏ.): ବର୍ଷା ହେଲେ ବ୍ରିଜ୍‌ ଉପରେ ପ୍ରବାହିତ ହେଉଛି ପାଣି। କ୍ଷତିଗ୍ରସ୍ତ ହେଉଛି ୨୭ ବର୍ଷର ପୁରୁଣା ପୋଲ। ବର୍ତ୍ତମାନ ସ୍ଥିତି ଏପରି ଯେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲିଆସିଛି ଉକ୍ତ ବ୍ରିଜ୍‌। ୫ ବର୍ଷ ହେଲା ଧୋଇଚାଲିଥିବାରୁ ଆଉ ପୂର୍ବପରି ଏହା ଉପରେ ଗଡ଼ିପାରୁନି ୪ ଚକିଆ ଗାଡ଼ି। ହେଲେ କିଛି ବି ଫରକ ପଡ଼ୁନି ପ୍ରଶାସନକୁ। ବାଲିବସ୍ତା ଓ ପଥର ପକାଇ ଚୁପ୍‌ ବସିଯାଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ନୂଆ ବ୍ରିଜ୍‌ ନିର୍ମାଣ ଦାବିକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ବାଧ୍ୟହୋଇ ପଡ଼ିଥିବା ପଥରକୁ ଭରସା କରି ଯାତାୟାତ କରୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଓ ବିଲେଇନାଳୀ ପଞ୍ଚାୟତର ଲୋକେ।
କୁରୁମଟାପ ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୁରୁମଟାପରୁ ମନ୍ଦରବାହାଳ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ବାଟଯୋର ନାଳ। ୧୯୯୫ ମସିହାରେ ଏହି ନାଳ ଉପରେ ୧ ଲକ୍ଷ ଟଙ୍କା ବ୍ୟୟରେ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ କରାଯାଇଥିଲା। ଫଳରେ କୁରୁମଟାପ ପଞ୍ଚାୟତର କୁରୁମଟାପ, ମନ୍ଦରବାହାଳ, ବାଲିପଟା, ଦାମଦରପୁର ଓ ବିଲେଇନାଳୀ ପଞ୍ଚାୟତର ଗରୁଡ, ବଡଗୋବିନ୍ଦପୁର ଗ୍ରାମବାସୀ ଉପକୃତ ହେଉଥିଲେ। ୨୦୧୨ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏହି ରାସ୍ତା ଅନ୍ତର୍ଭୁକ୍ତ ହେବାରୁ ୨୦୧୩ରେ ପିଚୁ ସଡ଼କ ନିର୍ମାଣ କରାଯାଇଥିଲା। ହେଲେ ବାଟଯୋର ନାଳ ଉପରେ ନୂଆ ପୋଲ କରାଯାଇ ନ ଥିଲା। ପ୍ରତିବର୍ଷ ବର୍ଷାଦିନେ ଉକ୍ତ ବ୍ରିଜ୍‌ ଉପରେ ୨ ଫୁଟର ପାଣି ପ୍ରବାହିତ କାରଣରୁ ୨୦୧୭ ମସିହାରେ ପୋଲଟି ୩୦ ପ୍ରତିଶତ ଭାଙ୍ଗି ଯାଇଥିଲା। କିନ୍ତୁ ନୂଆ ନିର୍ମାଣ ନ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଲି ବସ୍ତା ଓ ପଥର ପକାଇ ସମତଳ କରିଦିଆଯାଇଥିଲା। ୨୦୧୮ ପରଠାରୁ ପ୍ରତ୍ୟେକ ବର୍ଷ ଲଗାଣ ବର୍ଷାରେ ବ୍ରିଜ୍‌ କ୍ଷତିଗ୍ରସ୍ତ ହେଉଥିଲା ବେଳେ କେବଳ ବାଲିବସ୍ତା ଓ ପଥର ପକାଇ କାମ ସାରିଦିଆଯାଉଛି। ଧୀରେ ଧରେ ଏହା ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିବାରୁ ଗତ ୧୨ ତାରିଖଠାରୁ ଏହା ଉପରେ ୪ ଚକିଆ ଗାଡି ଚଳାଚଳ ବନ୍ଦ ରଖାଯାଇଛି। ଫଳରେ ୪ ଚକିଆରେ ଯାଉଥିବା ଲୋକମାନଙ୍କୁ ମନ୍ଦରବାହାଳ-ଗରୁଡ ରାସ୍ତାରେ ଅଧିକ ୫ କି.ମି. ବୁଲିକରି ଯିବାକୁ ପଡ଼ୁଛି। ନୂତନ ପୋଲ ନିର୍ମାଣ ପାଇଁ ମନ୍ଦରବାହାଳ ଗ୍ରାମବାସୀ ୧୨ ନଭେମ୍ବର ୨୦୧୭, ୨୫ ସେପ୍ଟେମ୍ବର ୨୦୧୯ ଓ ୨୦ ଅକ୍ଟୋବାର ୨୦୨୦ରେ ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ମନ୍ଦରବାହାଳ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ମଧୁସ୍ମିତା ପଲେଇ କହିଛନ୍ତି, ଉକ୍ତ ନାଳ ଉପରେ ନୂତନ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ ମଞ୍ଜୁର ହେଲେ ନୂତନ ପୋଲ ନିର୍ମାଣ କରାଯିବ।

ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି
ବାଟଯୋର ନାଳ ଉପରେ ଥିବା ପୋଲ ୫ ବର୍ଷ ହେବ ଭାଙ୍ଗିଯାଇଛି। ହେଲେ ପ୍ରଶାସନ ପକ୍ଷରୁ ନୂତନ ପୋଲ ନିର୍ମାଣ କରାଯାଉନାହିଁ। ଏ ନେଇ ଅଞ୍ଚଳବାସୀ ବହୁବାର ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି।
-ବିଷୁଚରଣ ସାହୁ, ବାଲିପଟା
ବାଲିବସ୍ତାରେ ଚଳୁଛି କାମ
ଦୀର୍ଘବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପ୍ରତ୍ୟେକ ବର୍ଷ ଏହାର କିଛି ଅଂଶ ଭାଙ୍ଗୁଥିବା ବେଳେ ବାଲି ବସ୍ତା ଓ ପଥର ପକାଇ ମରାମତି କରିଦିଆଯାଉଛି। ସରକାର ତୁରନ୍ତ ଏଠାରେ ନୂଆ ପୋଲ ନିର୍ମାଣର ବ୍ୟବସ୍ଥା କରନ୍ତୁ।
-ଦିବାକର ସାହୁ, ମନ୍ଦରବାହାଳ
ଦୀର୍ଘବର୍ଷ ହେଲା ପଦକ୍ଷେପ ନିଆଯାଉନି
ବର୍ଷା ହେଲେ ନାଳ ପୂରିଉଠି ପୋଲ ବୁଡ଼ି ଯାଉଛି। ଫଳରେ ଏହି ରାସ୍ତାରେ ଯୋଗାଯୋଗ ବିଚ୍ଛିିନ୍ନ ହୋଇଯାଉଛି। ବହୁବାର ଦାବି କରାଯାଇଥିଲେ ମଧ୍ୟ ନୂଆ ପୋଲଟିଏ ନିର୍ମାଣ ଦିଗରେ ଆଦୌ ପଦକ୍ଷେପ ନିଆଯାଉ ନାହିଁ।
-କଳ୍ପନା ସାହୁ
ପ୍ରଶାସନକୁ ବହୁବାର ଅବଗତ କରାଯାଇଛି
ଏହି ପୋଲ ଦେଇ ୬ ଗ୍ରାମବାସୀ ଯାତାୟାତ କରୁଛନ୍ତି। ହେଲେ ରାସ୍ତାର ମୁଖ୍ୟ ନାଳ ଉପରେ ନୂତନ ବ୍ରିଜ ନିର୍ମାଣ କରାଯାଉ ନ ଥିବା ଯୋଗୁ ବହୁ ଅସୁବିଧା ସୃଷ୍ଟି ହେଉଛି। ପଞ୍ଚାୟତ ପକ୍ଷରୁ ବ୍ଲକ ପ୍ରଶାସନକୁ ଏ ନେଇ ବହୁବାର ଅବଗତ କରାଯାଇଛି।
-ଶାନ୍ତିଲତା ପ୍ରଧାନ, ସରପଞ୍ଚ
ଅର୍ଥ ମଞ୍ଜୁର ହେଲେ ନୂଆ ନିର୍ମାଣ
ବାଟଯୋର ନାଳ ଉପରେ ନୂତନ ବ୍ରିଜ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏ ନେଇ ବିଭାଗକୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ମଞ୍ଜୁର ହେଲେ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ କରାଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?