Posted inଫୁରସତ

୫ ବର୍ଷର ଦିବ୍ୟାଙ୍ଗ ୧୦ କିମି ଚାଲି କରୋନା ପାଇଁ ଯୋଗାଡ କଲେ ୯ କୋଟି

କରୋନା ସହାୟତା ପାଇଁ ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥନ୍‌ କରୁଛନ୍ତି ତ କିଏ ସାଇକେଲିଂ ଆଉ କିଏ ଅନ୍‌ଲାଇନ୍‌ ମାଧ୍ୟମରେ ଟଙ୍କା ଯୋଗାଡ଼ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର ଦିବ୍ୟାଙ୍ଗ ବାଳକ ଟୋନି ହଡଗେଲ। ଇଂଲଣ୍ଡର କେଣ୍ଟରେ ରହୁଥିବା ଟୋନୀ ୧୦ କିମି ଚାଲି ୯ କୋଟିରୁ ଅଧିକ ଟଙ୍କା ଯୋଗାଡ଼ କରିଛନ୍ତି।
ଟୋନୀ ଜନ୍ମରୁ ଦିବ୍ୟାଙ୍ଗ। ସେ ଠିକ୍‌ ଭାବେ ଚାଲିପାରନ୍ତି ନାହିଁ। ଏହା ସତ୍ତ୍ୱେ ସେ ୧୦ କିମି ଓ୍ବାକ୍‌ରେ ଅଂଶଗ୍ରହଣ କରି ଏହାକୁ ପୁରା ମଧ୍ୟ କରିଛନ୍ତି। ଏଥିପାଇଁ ସେ ୧ ମିଳିୟନ୍‌ ଅର୍ଥାତ୍‌ ୯ କୋଟିରୁ ଅଧିକ ଟଙ୍କା ପାଇଛନ୍ତି।
ଟୋନୀଙ୍କ ମା’ ପାଲା କୁହନ୍ତି, ୨୦୧୬ରେ ସେ ଏବଂ ତାଙ୍କ ସ୍ବାମୀ ଟୋନୀଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ସେହି ସମୟରେ ଟୋନିଙ୍କ ଅବସ୍ଥା ବହୁତ ଖରାପ ଥିଲା। ତାଙ୍କ ଶରୀରର କିଛି ଅଂଶ କାମ କରୁ ନ ଥିଲା। ଓଜନ ମଧ୍ୟ ବହୁତ କମ୍‌ ଥିଲା। ଏହା ସତ୍ତ୍ୱେ ସେମାନେ ଟୋନୀକୁ ନିଜ ଘରକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ପରେ ଟୋନିର କୃତ୍ରିମ ଗୋଡ଼ ଲଗାଗଲା। ଏହା ପୂର୍ବରୁ ଜଣେ ୯୬ ବର୍ଷୀୟ ବୃଦ୍ଧି କ୍ୟାପ୍‌ଟେନ ମୁରେ ନିଜ ବଗିଚାରେ ୧୦୦ ଲାପ୍‌୍‌ସ ଚାଲି ୩୩ ମିଲିୟନ୍‌ ପାଉଣ୍ଡ ଯୋଗାଡ଼ କରିଥିଲେ। ଏହାପରଠାରୁ ଟୋନି ତାଙ୍କପରି କିଛି କରିବାକୁ ଚାହୁଥିବା ପାଲା କୁହନ୍ତି। ଟୋନି ବଡ଼ ହୋଇ ପୋଲିସ ଅଫିସର ହେବାକୁ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ

ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ…

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୯ ଜିଲାକୁ ରେଡ୍‌ ଆଲର୍ଟ, ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ- ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି…

ବଡ଼ ଖବର…ପ୍ରବଳ ବର୍ଷା, ଆଜି ୪ ଜିଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୨୮।୭: ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri