ଭିକ୍ଷାବୃତ୍ତି ଛାଡ଼ି ସ୍କୁଲ ଯିବେ ୪ ଭଉଣୀଭାଇ

ଖଇରା, ୮।୧୨: ସମସ୍ତଙ୍କର ବୟସ ଥିଲା ୪ରୁ ୮ବର୍ଷ ମଧ୍ୟରେ। ରାତି ପାହିଲେ ଭିକ୍ଷା ଥାଳ ଧରି ଗାଁ ଗାଁ ବୁଲୁଥିଲେ। ସନ୍ଧ୍ୟା ବେଳକୁ ଯାହା ମିଳୁଥିଲା ସେଥିରେ ଚୁଲି ଜଳୁଥିଲା। ଏହି ଅନୁସୂଚିତ ଜନଜାତି ବର୍ଗର ପିଲାଗୁଡିକ କେବଳ ମାଗି ଚଳିବା ବ୍ୟତୀତ ଅନ୍ୟ କିଛି ବୁଝୁ ନ ଥିଲେ। ଅନ୍ୟ ପିଲାମାନେ ତାଙ୍କ ଆଗଦେଇ ହସିଖୁସିରେ ବହି ବସ୍ତାନୀ ସ୍କୁଲଯିବା ଦୃଶ୍ୟ ଦେଖୁଥିଲେ ହେଁ ତାହା ତାଙ୍କୁ ସ୍ବପ୍ନ ଭଳି ଲାଗୁଥିଲା। ହେଲେ ନିକଟରେ ଖଇରା ବ୍ଲକ ପ୍ରଶାସନର ହସ୍ତକ୍ଷେପ ପରେ ତାଙ୍କର ଏହି ଭିକ୍ଷାବୃତ୍ତିରୁ ନଜର ହଟାଇ ମୁଖ୍ୟସ୍ରୋତରେ ସାମିଲ କରାଯିବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ସହଯୋଗରେ ଅନ୍ୟ ପିଲାମାନଙ୍କ ଭଳି ପାଠ ପଢିବା ଏବଂ ବ୍ୟାଗ ଧରି ସ୍କୁଲ ଯିବା ପାଇଁ ସଜବାଜ ହେଉଥିବା ଏହି ପିଲାମାନେ ହେଲେ କାଜଲ ଶବର(୮) ଓ ତାଙ୍କର ସାନ ଭାଇ ପପୁ ଶବର(୬), ବିଷ୍ଣୁ ଶବର(୫) ଓ ଅଭି ଶବର(୪) । ଏବେ ସ୍କୁଲ ଯିବା ବିଷୟରେ ଆଭାସ ପାଇବା ପରେ ସେମାନଙ୍କ ମଧ୍ୟରେ ଆଶାର ଆଲୋକ ଉଙ୍କି ମାରିଛି । ମା’ ବାପା ମଧ୍ୟ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦୁଝର ହଦଗଡ ନିକଟସ୍ଥ ଦଲଦଲି ଅଞ୍ଚଳର ଚନ୍ଦନ ଶବରଙ୍କ ଘର ପୋଡି ଦିଆଯିବା ପରେ ସେ ନିଜ ମା, ପତ୍ନୀ ଓ ୭ ସନ୍ତାନ(ବୟସ ୮ବର୍ଷରୁ ୬ମାସ ମଧ୍ୟରେ)କୁ ସାଙ୍ଗରେ ଧରି ରାତାରାତି ଖଇରାକୁ ପଳାଇଆସି ଗଗନଧୁଳି ପଞ୍ଚାୟତର ତେନ୍ତୁଳିଆପଡା ଗ୍ରାମ ନିକଟରେ ଏକ ପରିତ୍ୟକ୍ତ ସ୍କୁଲ ଘରେ ରହିଥିଲେ । ଚନ୍ଦନ ନିଜେ କାମଧନ୍ଦା କରି ପେଟ ପୋଷିବା ଆରମ୍ଭ କରିଥିବା ବେଳେ ଝିଅ ଓ ପୁଅମାନଙ୍କୁ ଭିକ୍ଷାମାଗିବା କାର୍ଯ୍ୟରେ ଲଗାଇ ଦେଇଥିଲେ । ସେମାନେ ବ୍ଲକ ପରିସରରେ ଭିକ୍ଷା ମାଗୁଥିବା ଦୃଶ୍ୟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତ୍ରିଦେବ ସୁନ୍ଦର ବରାଳଙ୍କ ଦୃଷ୍ଟିଗୋଚର ହେବା ପରେ ସେ ସେମାନଙ୍କ ଥଇଥାନ ଏବଂ ସରକାରୀ ସହାୟତା ଲାଗି ପ୍ରୟାସ ଆରମ୍ଭ କରିଥିଲେ । ପ୍ରଥମେ ପିଲାମାନଙ୍କର ଆଧାର କାର୍ଡ ବନ୍ଦୋବସ୍ତ କରିବା ପରେ ବିଡିଓ ପର୍ଶୁରାମ ପଣ୍ଡାଙ୍କ ପରାମର୍ଶ କ୍ରମେ ରାଶନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେପଟେ ଝିଅ କାଜଲକୁ କବର ସେବାଶ୍ରମ ହଷ୍ଟେଲରେ ରଖି ଏବଂ ପୁଅ ୩ଜଣଙ୍କୁ ନଟାପଡା ସାଇ ପବ୍ଲିକ ସ୍କୁଲ ହଷ୍ଟେଲରେ ରଖି ପଢାଇବାର ବ୍ୟବସ୍ଥା କରାଯାଇଛି । ଗଗନଧୂଳି ସରପଞ୍ଚ ମଦନ ସାନ୍ତରା ଆଉ ୨ ପାଦ ଆଗକୁ ଆସି ସେମାନଙ୍କ ପାଇଁ ଜୋତା ଓ ବ୍ୟାଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ ପାଇଁ ଆଗେଇ ଆସିବାକୁ ଯୁବନେତା ମହେଶ୍ୱର ନାଥ ଦାବି କରିଛନ୍ତି ।

-ଉତ୍କଳବନ୍ଧୁ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri