ଭିକ୍ଷାବୃତ୍ତି ଛାଡ଼ି ସ୍କୁଲ ଯିବେ ୪ ଭଉଣୀଭାଇ

ଖଇରା, ୮।୧୨: ସମସ୍ତଙ୍କର ବୟସ ଥିଲା ୪ରୁ ୮ବର୍ଷ ମଧ୍ୟରେ। ରାତି ପାହିଲେ ଭିକ୍ଷା ଥାଳ ଧରି ଗାଁ ଗାଁ ବୁଲୁଥିଲେ। ସନ୍ଧ୍ୟା ବେଳକୁ ଯାହା ମିଳୁଥିଲା ସେଥିରେ ଚୁଲି ଜଳୁଥିଲା। ଏହି ଅନୁସୂଚିତ ଜନଜାତି ବର୍ଗର ପିଲାଗୁଡିକ କେବଳ ମାଗି ଚଳିବା ବ୍ୟତୀତ ଅନ୍ୟ କିଛି ବୁଝୁ ନ ଥିଲେ। ଅନ୍ୟ ପିଲାମାନେ ତାଙ୍କ ଆଗଦେଇ ହସିଖୁସିରେ ବହି ବସ୍ତାନୀ ସ୍କୁଲଯିବା ଦୃଶ୍ୟ ଦେଖୁଥିଲେ ହେଁ ତାହା ତାଙ୍କୁ ସ୍ବପ୍ନ ଭଳି ଲାଗୁଥିଲା। ହେଲେ ନିକଟରେ ଖଇରା ବ୍ଲକ ପ୍ରଶାସନର ହସ୍ତକ୍ଷେପ ପରେ ତାଙ୍କର ଏହି ଭିକ୍ଷାବୃତ୍ତିରୁ ନଜର ହଟାଇ ମୁଖ୍ୟସ୍ରୋତରେ ସାମିଲ କରାଯିବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ସହଯୋଗରେ ଅନ୍ୟ ପିଲାମାନଙ୍କ ଭଳି ପାଠ ପଢିବା ଏବଂ ବ୍ୟାଗ ଧରି ସ୍କୁଲ ଯିବା ପାଇଁ ସଜବାଜ ହେଉଥିବା ଏହି ପିଲାମାନେ ହେଲେ କାଜଲ ଶବର(୮) ଓ ତାଙ୍କର ସାନ ଭାଇ ପପୁ ଶବର(୬), ବିଷ୍ଣୁ ଶବର(୫) ଓ ଅଭି ଶବର(୪) । ଏବେ ସ୍କୁଲ ଯିବା ବିଷୟରେ ଆଭାସ ପାଇବା ପରେ ସେମାନଙ୍କ ମଧ୍ୟରେ ଆଶାର ଆଲୋକ ଉଙ୍କି ମାରିଛି । ମା’ ବାପା ମଧ୍ୟ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦୁଝର ହଦଗଡ ନିକଟସ୍ଥ ଦଲଦଲି ଅଞ୍ଚଳର ଚନ୍ଦନ ଶବରଙ୍କ ଘର ପୋଡି ଦିଆଯିବା ପରେ ସେ ନିଜ ମା, ପତ୍ନୀ ଓ ୭ ସନ୍ତାନ(ବୟସ ୮ବର୍ଷରୁ ୬ମାସ ମଧ୍ୟରେ)କୁ ସାଙ୍ଗରେ ଧରି ରାତାରାତି ଖଇରାକୁ ପଳାଇଆସି ଗଗନଧୁଳି ପଞ୍ଚାୟତର ତେନ୍ତୁଳିଆପଡା ଗ୍ରାମ ନିକଟରେ ଏକ ପରିତ୍ୟକ୍ତ ସ୍କୁଲ ଘରେ ରହିଥିଲେ । ଚନ୍ଦନ ନିଜେ କାମଧନ୍ଦା କରି ପେଟ ପୋଷିବା ଆରମ୍ଭ କରିଥିବା ବେଳେ ଝିଅ ଓ ପୁଅମାନଙ୍କୁ ଭିକ୍ଷାମାଗିବା କାର୍ଯ୍ୟରେ ଲଗାଇ ଦେଇଥିଲେ । ସେମାନେ ବ୍ଲକ ପରିସରରେ ଭିକ୍ଷା ମାଗୁଥିବା ଦୃଶ୍ୟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତ୍ରିଦେବ ସୁନ୍ଦର ବରାଳଙ୍କ ଦୃଷ୍ଟିଗୋଚର ହେବା ପରେ ସେ ସେମାନଙ୍କ ଥଇଥାନ ଏବଂ ସରକାରୀ ସହାୟତା ଲାଗି ପ୍ରୟାସ ଆରମ୍ଭ କରିଥିଲେ । ପ୍ରଥମେ ପିଲାମାନଙ୍କର ଆଧାର କାର୍ଡ ବନ୍ଦୋବସ୍ତ କରିବା ପରେ ବିଡିଓ ପର୍ଶୁରାମ ପଣ୍ଡାଙ୍କ ପରାମର୍ଶ କ୍ରମେ ରାଶନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେପଟେ ଝିଅ କାଜଲକୁ କବର ସେବାଶ୍ରମ ହଷ୍ଟେଲରେ ରଖି ଏବଂ ପୁଅ ୩ଜଣଙ୍କୁ ନଟାପଡା ସାଇ ପବ୍ଲିକ ସ୍କୁଲ ହଷ୍ଟେଲରେ ରଖି ପଢାଇବାର ବ୍ୟବସ୍ଥା କରାଯାଇଛି । ଗଗନଧୂଳି ସରପଞ୍ଚ ମଦନ ସାନ୍ତରା ଆଉ ୨ ପାଦ ଆଗକୁ ଆସି ସେମାନଙ୍କ ପାଇଁ ଜୋତା ଓ ବ୍ୟାଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ ପାଇଁ ଆଗେଇ ଆସିବାକୁ ଯୁବନେତା ମହେଶ୍ୱର ନାଥ ଦାବି କରିଛନ୍ତି ।

-ଉତ୍କଳବନ୍ଧୁ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?