ଟିଟୋ ଗ୍ୟାଙ୍ଗ୍‌ର ୪ ଗିରଫ

କଟକ ଅଫିସ,୨୮।୭: ଟିଟୋ ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ଥିବା ୪ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଏମାନଙ୍କୁ ଗାନ୍ଧିଛକ ନିକଟସ୍ଥ ପଡ଼ିଆରୁ ଉଠାଇ ଆଣିଥିଲା। ଚଢ଼ାଉ ବେଳେ ସେଠାରୁ ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀବନ୍ଧୁକ ସମେତ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି। କଟକର ଡିସିପି ଭାବେ ପ୍ରତୀକ ସିଂ ଯୋଗଦେବା ପରେ ଏହା ତାଙ୍କର ପ୍ରଥମ ସଫଳତା।
ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ହେଲେ ଚାଉଳିଆଗଞ୍ଜ ମଠସାହିର ସୋମନାଥ ସାହୁ (୨୪), ଜିତେନ୍ଦ୍ର ସାହୁ (୨୮), ଜଗତପୁର ଫକୀରପଡ଼ା ଅଞ୍ଚଳର ରାମଚନ୍ଦ୍ର ନନ୍ଦ (୨୮), କେନ୍ଦ୍ରାପଡ଼ା କୁରୁତୁଙ୍ଗା ଅଞ୍ଚଳର ରଶ୍ମିରଞ୍ଜନ ସ୍ବାଇଁ (୩୧)। ଏମାନେ କେନ୍ଦ୍ରାପଡ଼ା ଟିଟୋ ଗ୍ୟାଙ୍ଗ୍‌ର ସକ୍ରିୟ ସଦସ୍ୟ ଥିଲେ। ହତ୍ୟାକାଣ୍ଡ, ଛିନ୍‌ତାଇ, ଲୁଟ୍‌, ଡକାୟତି ଭଳି ଅନେକ ଆପରାଧିକ କାର୍ଯ୍ୟକଳାପରେ ସେମାନଙ୍କର ସମ୍ପୃକ୍ତି ଥିଲା। ଉପରୋକ୍ତ ୪ ଜଣ ଓ ଅନ୍ୟ ଦୁଇ ଜଣ ଯୁବକ ରବିବାର ସନ୍ଧ୍ୟାରେ ଗାନ୍ଧିଛକସ୍ଥିତ ପେଟ୍ରୋଲ ପମ୍ପ ନିକଟସ୍ଥ ପଡ଼ିଆରେ ଡକାୟତି ଯୋଜନା ଚଳାଇଥିଲେ। ଖବର ପାଇ ଚାଉଳିଆଗଞ୍ଜ ଥାନାଧିକାରୀ ତାପସ ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଚଢ଼ାଉ କରି ଉପରୋକ୍ତ ୪ ଜଣଙ୍କୁ ଧରିଥିଲା। ଚାଉଳିଆଗଞ୍ଜ ଥାନାରେ ସୋମନାଥଙ୍କ ନାଁରେ ୬, ଜିତେନ୍ଦ୍ରଙ୍କ ନାଁରେ ୧୩ ଓ ରାମଚନ୍ଦ୍ରଙ୍କ ନାଁରେ ୩ଟି ମାମଲା ରହିଛି। ରଶ୍ମିରଞ୍ଜନଙ୍କ ନାମରେ କେନ୍ଦ୍ରାପଡ଼ା, ପାରାଦୀପ ଥାନାରେ ଏକାଧିକ ମାମଲା ରହିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି, ୨ଟି ମାରଣାସ୍ତ୍ର, ଦୁଇଟି ବାଇକ୍‌, ୪ଟି ମୋବାଇଲ ଜବତ ହୋଇଛି। ଆଇପିସି ଧାରା ୩୯୯, ୪୦୨ ଓ ଆର୍ମ ଆକ୍ଟ ୨୫ ଅନୁଯାୟୀ ୨୪୮/୨୦ ନଂରେ ମାମଲା ରୁଜୁ କରାଯାଇ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri