ପଦା ହେଉଛି ମହୀପୁର ରେଞ୍ଜ : ୧ମାସରେ କଟାଗଲାଣି ୩୫ ଶାଳଗଛ

ନୟାଗଡ଼ ଅଫିସ/ନୂଆଗଁା, ୧୩।୧୦(ଡି.ଏନ୍‌.ଏ.): ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜର ମହିପୁର, ମହିତମା ଓ ଗୁମି ଫରେଷ୍ଟ ସେକ୍ସନରେ ଥିବା ଶାଳ ଜଙ୍ଗଲ ପଦା ହୋଇ ଚାଲିଛି । ଉପରୋକ୍ତ ଜଙ୍ଗଲରୁ କାଠ ଚୋର ଶାଳ ଗଣ୍ଡି କାଟି ନେଉଥିବାବେଳେ ସେମାନେ ଛାଡି ଯାଇଥିବା ଡାଳକୁ ବନବିଭାଗ ଜବତ କରି ବାହାବା ନେଇଛି ।  ଗତ ୧ମାସ ମଧ୍ୟରେ ୩ଟି ଜଙ୍ଗଲରୁ ୩୫ ଶାଳ ଗଛ ଚୋରି ହେବା ବନବିଭାଗର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି । ଯେଉଁଭଳି ଢ଼ଙ୍ଗରେ କାଠଚୋର ଜଙ୍ଗଲକୁ ପଦା କରି ଚାଲିଛନ୍ତି ତାହା ଅନୁଧ୍ୟାନ କଲେ ଜିଲାରେ ବନବିଭାଗ ଥିଲା ପରି ମନେ ହେଉନି । ଅନ୍ୟପକ୍ଷେ ରାତି ପାଟ୍ରୋଲିଂ ଆଳରେ ସରକାରୀ ଅର୍ଥ ଆତ୍ମସାତ୍‌ ଚାଲିଥିବାରୁ ଏହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ମହିପୁର ବନାଞ୍ଚଳ ଅଧୀନରେ ମହିତମା, ମହିପୁର ଓ ଗୁମି ଫରେଷ୍ଟ ସେକ୍ସନ ରହିଛି । ପ୍ରତି ସେକ୍ସନର ଜଙ୍ଗଲରେ ଶାଳ, ପିଆଶାଳ ଓ ଶିଶୁ ଭଳିି ମୂଲ୍ୟବାନ ଗଛ ରହିଛି। ରକ୍ଷଣାବେକ୍ଷଣା ସାଙ୍ଗକୁ ଉଜୁଡି ଯାଇଥିବା ଜଙ୍ଗଲକୁ ସବୁଜିମା କରିବା ପାଇଁ ଜଗୁଆଳିଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀମାନେ କାମ କରୁଛନ୍ତି । ପ୍ରତି ମାସରେ ଦରମା ଓ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିବର୍ଷ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଛି । କିନ୍ତୁ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନେ ପୁରୁଣା ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ କାଠ ଚୋର ହାତକୁ ଟେକି ଦେଇଥିବା ଅଭିଯୋଗ ହେଉଛି । ବନବିଭାଗ କର୍ମଚାରୀ କାଗଜ କଲମରେ ଜଙ୍ଗଲର ସୁରକ୍ଷା କରୁଥିବାରୁ କାଠ ଚୋର ସକ୍ରିୟ ହୋଇଛନ୍ତି । ପ୍ରତିଦିନ ମହିତମା, ମହିପୁର ଓ ଗୁମି ସେକ୍ସନରୁ ଏକାଧିକ ଟ୍ରିପ୍‌ ଶାଳ କାଠ ବାହାରକୁ ଚୋରା ଚାଲଣ ହେଉଛି । ଜଙ୍ଗଲରେ ଗଛ କାଟି ଲଗ୍‌ଗୁଡିକୁ ଚାରି ଚକିଆ ଗାଡ଼ିରେ ସ୍ଥାନୀୟ ଅଞ୍ଚଳକୁ ଆସୁଛି । ପରେ ସେଗୁଡିକୁ ବିଭିନ୍ନ ଉପକରଣ ଓ ସାଇଜ କରି ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ, ଖୋର୍ଦ୍ଧ, କଟକ ପଠାଯାଉଛି । ଦିନବେଳା ଅପେକ୍ଷା ରାତିରେ ଅଧିକ ଗଛ କଟା ଯାଉଛି । ଏନେଇ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୩ ଦିନ ମଧ୍ୟରେ ଜାକେଡା ପଞ୍ଚାୟତର ଲୁଣି ଓ ବାଗିଆମାକୁ ଲାଗି ରହିଥିବା ପାଲଭା ଜଙ୍ଗଲରୁ ୮ ଟି ଶାଳ ଗଛ କଟା ଯାଇଛି ।

ସେହିପରି ୧ମାସ ମଧ୍ୟରେ ପଞ୍ଚୁପାଣ୍ଡବ, ସମ୍ପଡା, ଢ଼ିପିସାହି ପରି ଅଞ୍ଚଳରୁ ୨୭ରୁ ଊର୍ଦ୍ଧ୍ୱ ଶାଳ ଗଛ କଟା ସରିଲାଣି । ଏନେଇ ଜଣେ କାଠ ବ୍ୟବସାୟୀ, ନିଜ ନାମ ଗୋପନ ରଖି କହିଛନ୍ତି, କାଠ ଚୋରି ପାଇଁ କିଛି ଖର୍ଚ୍ଚ କରିବାକୁ ପଡୁଛି । ଯେଉଁମାନେ ମାସିକିଆ ନେଉଛନ୍ତି ସେମାନେ ନିଶ୍ଚିତ ନୀରବ ରହିବୋ ତେବେ ଲୋକ ଦେଖାଣିଆ ଚଢ଼ାଉ କରି କେତେଜଣଙ୍କୁ ଗିରଫ କରାଯାଉଛି। ପୁଣି କାଠଚୋର ଛାଡିଥିବା କାଠ ଓ ଡାଳକୁ ବିଭାଗ ଜବତ କରି ନିଜର ପାରିବାପଣିଆ ଦେଖାଉଛି ।
ଏନେଇ କିଛି ନ କହିବା ଭଲ। ଏବେ କିଛି ମାସ ହେଲା ଭଲ ବେପାର ଚାଲିଛି। ଅପଣମାନଙ୍କ ଯୋଗୁ କିଛି ଦିନ ନୀରବ ରହିବାକୁ ପଡିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁ କୁହନ୍ତି, ବନବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ରାତିରେ ପାଟ୍ରୋଲିଂ ଚାଲିଛି। ଅଭିଯୋଗ ମିଳିଲେ ସଙ୍ଗେ ସଙ୍ଗେ ଚଢ଼ାଉ କରାଯାଉଛି।
ବାଗିଆମା ଗ୍ରାମର କବିରାଜ ପ୍ରଧାନ , ଭ୍ରମର ବେହେରା, ବୃନ୍ଦାବନ ପ୍ରଧାନ ପ୍ରମୁଖ କହିଛନ୍ତି, କାଠଚୋରି ଲାଗି ରହିଛି ।

ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ସହଯୋଗ ମିଳୁ ନ ଥିବାରୁ କାଠ ଚୋରି ବଢ଼ିଛି । ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରେ ଅଭିଯୋଗ ମିଳିବା ପରେ ଏସିଏଫ୍‌ଙ୍କୁ ତଦନ୍ତ ପାଇଁ ପଠାଇଛି। ତେବେ କଟା ଯାଇଥିବା ଶାଳ ଗଛ ବ୍ୟକ୍ତିଗତ ଲୋକଙ୍କର ବୋଲି କୁହାଯାଉଛି । ଜଙ୍ଗଲରୁ ଗଛ କଟାଯିବାର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ କାହାରିକୁ ଛଡାଯିବ ନାହିଁ। ଅନ୍ୟପକ୍ଷେ ପାଟ୍ରୋଲିଂ ଚାଲୁ ରହିଛି। ଧରପଗଡ଼ରେ କାଠଚୋର ଖସି ଯାଉଛନ୍ତି। ଆମେ ପାଟ୍ରୋଲିଂକୁ କଡାକଡି କରି ଚଢ଼ାଉକୁ ତ୍ୱରାନ୍ବିତ କରିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?