ପଦା ହେଉଛି ମହୀପୁର ରେଞ୍ଜ : ୧ମାସରେ କଟାଗଲାଣି ୩୫ ଶାଳଗଛ

ନୟାଗଡ଼ ଅଫିସ/ନୂଆଗଁା, ୧୩।୧୦(ଡି.ଏନ୍‌.ଏ.): ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜର ମହିପୁର, ମହିତମା ଓ ଗୁମି ଫରେଷ୍ଟ ସେକ୍ସନରେ ଥିବା ଶାଳ ଜଙ୍ଗଲ ପଦା ହୋଇ ଚାଲିଛି । ଉପରୋକ୍ତ ଜଙ୍ଗଲରୁ କାଠ ଚୋର ଶାଳ ଗଣ୍ଡି କାଟି ନେଉଥିବାବେଳେ ସେମାନେ ଛାଡି ଯାଇଥିବା ଡାଳକୁ ବନବିଭାଗ ଜବତ କରି ବାହାବା ନେଇଛି ।  ଗତ ୧ମାସ ମଧ୍ୟରେ ୩ଟି ଜଙ୍ଗଲରୁ ୩୫ ଶାଳ ଗଛ ଚୋରି ହେବା ବନବିଭାଗର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି । ଯେଉଁଭଳି ଢ଼ଙ୍ଗରେ କାଠଚୋର ଜଙ୍ଗଲକୁ ପଦା କରି ଚାଲିଛନ୍ତି ତାହା ଅନୁଧ୍ୟାନ କଲେ ଜିଲାରେ ବନବିଭାଗ ଥିଲା ପରି ମନେ ହେଉନି । ଅନ୍ୟପକ୍ଷେ ରାତି ପାଟ୍ରୋଲିଂ ଆଳରେ ସରକାରୀ ଅର୍ଥ ଆତ୍ମସାତ୍‌ ଚାଲିଥିବାରୁ ଏହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ମହିପୁର ବନାଞ୍ଚଳ ଅଧୀନରେ ମହିତମା, ମହିପୁର ଓ ଗୁମି ଫରେଷ୍ଟ ସେକ୍ସନ ରହିଛି । ପ୍ରତି ସେକ୍ସନର ଜଙ୍ଗଲରେ ଶାଳ, ପିଆଶାଳ ଓ ଶିଶୁ ଭଳିି ମୂଲ୍ୟବାନ ଗଛ ରହିଛି। ରକ୍ଷଣାବେକ୍ଷଣା ସାଙ୍ଗକୁ ଉଜୁଡି ଯାଇଥିବା ଜଙ୍ଗଲକୁ ସବୁଜିମା କରିବା ପାଇଁ ଜଗୁଆଳିଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀମାନେ କାମ କରୁଛନ୍ତି । ପ୍ରତି ମାସରେ ଦରମା ଓ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରତିବର୍ଷ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଛି । କିନ୍ତୁ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନେ ପୁରୁଣା ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ କାଠ ଚୋର ହାତକୁ ଟେକି ଦେଇଥିବା ଅଭିଯୋଗ ହେଉଛି । ବନବିଭାଗ କର୍ମଚାରୀ କାଗଜ କଲମରେ ଜଙ୍ଗଲର ସୁରକ୍ଷା କରୁଥିବାରୁ କାଠ ଚୋର ସକ୍ରିୟ ହୋଇଛନ୍ତି । ପ୍ରତିଦିନ ମହିତମା, ମହିପୁର ଓ ଗୁମି ସେକ୍ସନରୁ ଏକାଧିକ ଟ୍ରିପ୍‌ ଶାଳ କାଠ ବାହାରକୁ ଚୋରା ଚାଲଣ ହେଉଛି । ଜଙ୍ଗଲରେ ଗଛ କାଟି ଲଗ୍‌ଗୁଡିକୁ ଚାରି ଚକିଆ ଗାଡ଼ିରେ ସ୍ଥାନୀୟ ଅଞ୍ଚଳକୁ ଆସୁଛି । ପରେ ସେଗୁଡିକୁ ବିଭିନ୍ନ ଉପକରଣ ଓ ସାଇଜ କରି ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ, ଖୋର୍ଦ୍ଧ, କଟକ ପଠାଯାଉଛି । ଦିନବେଳା ଅପେକ୍ଷା ରାତିରେ ଅଧିକ ଗଛ କଟା ଯାଉଛି । ଏନେଇ ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୩ ଦିନ ମଧ୍ୟରେ ଜାକେଡା ପଞ୍ଚାୟତର ଲୁଣି ଓ ବାଗିଆମାକୁ ଲାଗି ରହିଥିବା ପାଲଭା ଜଙ୍ଗଲରୁ ୮ ଟି ଶାଳ ଗଛ କଟା ଯାଇଛି ।

ସେହିପରି ୧ମାସ ମଧ୍ୟରେ ପଞ୍ଚୁପାଣ୍ଡବ, ସମ୍ପଡା, ଢ଼ିପିସାହି ପରି ଅଞ୍ଚଳରୁ ୨୭ରୁ ଊର୍ଦ୍ଧ୍ୱ ଶାଳ ଗଛ କଟା ସରିଲାଣି । ଏନେଇ ଜଣେ କାଠ ବ୍ୟବସାୟୀ, ନିଜ ନାମ ଗୋପନ ରଖି କହିଛନ୍ତି, କାଠ ଚୋରି ପାଇଁ କିଛି ଖର୍ଚ୍ଚ କରିବାକୁ ପଡୁଛି । ଯେଉଁମାନେ ମାସିକିଆ ନେଉଛନ୍ତି ସେମାନେ ନିଶ୍ଚିତ ନୀରବ ରହିବୋ ତେବେ ଲୋକ ଦେଖାଣିଆ ଚଢ଼ାଉ କରି କେତେଜଣଙ୍କୁ ଗିରଫ କରାଯାଉଛି। ପୁଣି କାଠଚୋର ଛାଡିଥିବା କାଠ ଓ ଡାଳକୁ ବିଭାଗ ଜବତ କରି ନିଜର ପାରିବାପଣିଆ ଦେଖାଉଛି ।
ଏନେଇ କିଛି ନ କହିବା ଭଲ। ଏବେ କିଛି ମାସ ହେଲା ଭଲ ବେପାର ଚାଲିଛି। ଅପଣମାନଙ୍କ ଯୋଗୁ କିଛି ଦିନ ନୀରବ ରହିବାକୁ ପଡିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁ କୁହନ୍ତି, ବନବିଭାଗ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ରାତିରେ ପାଟ୍ରୋଲିଂ ଚାଲିଛି। ଅଭିଯୋଗ ମିଳିଲେ ସଙ୍ଗେ ସଙ୍ଗେ ଚଢ଼ାଉ କରାଯାଉଛି।
ବାଗିଆମା ଗ୍ରାମର କବିରାଜ ପ୍ରଧାନ , ଭ୍ରମର ବେହେରା, ବୃନ୍ଦାବନ ପ୍ରଧାନ ପ୍ରମୁଖ କହିଛନ୍ତି, କାଠଚୋରି ଲାଗି ରହିଛି ।

ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ସହଯୋଗ ମିଳୁ ନ ଥିବାରୁ କାଠ ଚୋରି ବଢ଼ିଛି । ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରେ ଅଭିଯୋଗ ମିଳିବା ପରେ ଏସିଏଫ୍‌ଙ୍କୁ ତଦନ୍ତ ପାଇଁ ପଠାଇଛି। ତେବେ କଟା ଯାଇଥିବା ଶାଳ ଗଛ ବ୍ୟକ୍ତିଗତ ଲୋକଙ୍କର ବୋଲି କୁହାଯାଉଛି । ଜଙ୍ଗଲରୁ ଗଛ କଟାଯିବାର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ କାହାରିକୁ ଛଡାଯିବ ନାହିଁ। ଅନ୍ୟପକ୍ଷେ ପାଟ୍ରୋଲିଂ ଚାଲୁ ରହିଛି। ଧରପଗଡ଼ରେ କାଠଚୋର ଖସି ଯାଉଛନ୍ତି। ଆମେ ପାଟ୍ରୋଲିଂକୁ କଡାକଡି କରି ଚଢ଼ାଉକୁ ତ୍ୱରାନ୍ବିତ କରିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri