୧ ମିନିଟ୍‌ରେ ୩୪୮ ମୁଷ୍ଟିଘାତ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ପଞ୍ଚ୍‌ମ୍ୟାନ ଭାବେ ପରିଚିତ ସତ୍ୟପୀର ପ୍ରଧାନ ଆଉଏକ ବିଶ୍ୱ ରେକର୍ଡ ଅପେକ୍ଷାରେ। ସ୍ଲୋଭାକିଆର ମୁଷ୍ଟିଯୋଦ୍ଧା ପାଭେଲ୍‌ ରୁଷୋଭ୍‌ଙ୍କ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡକୁ ଭାଙ୍ଗି ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଦାବି କରିଛନ୍ତି। ପୂର୍ବରୁ ପାଭେଲ୍‌ ୧ ମିନିଟ୍‌ରେ ସର୍ବାଧିକ ୩୩୪ଥର ମୁଷ୍ଟି ଘାତ କରି ଗିଜିନ୍‌ ବୁକ୍‌ରେ ସ୍ଥାନ ପାଇଥିଲେ। ଏବେ ସତ୍ୟପୀର ୩୪୮ଥର ମୁଷ୍ଟି ପ୍ରଘାତ କରି ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ଶୁକ୍ରବାର ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ସର୍ବାଧିକ ମୁଷ୍ଟିଘାତ କରି ଦେଖାଇଛନ୍ତି। ସତ୍ୟପୀର ଏଥିପାଇଁ ମାସକ ତଳେ ଆବେଦନ କରିଥିବାବେଳେ ଗତ ୭ ତାରିଖରେ ଅନୁମତି ପାଇଥିଲେ। ରେକର୍ଡର ସମସ୍ତ ତଥ୍ୟ ଓ ଆବଶ୍ୟକ ସୂଚନା ଗିନିଜ୍‌ ବିଶ୍ୱ ରେକର୍ଡକୁ ପଠାଯିବ। କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟ୍‌ନେଶ ଭାବରେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ୍‌ ପ୍ୟାଡ୍‌ କିପର୍‌ ଭାବେ ସୁଜ୍ଞାନ କେଶରୀ ପ୍ରଧାନ, ଟାଇମ କିପର ଭାବରେ କ୍ରୀଡାବିତ୍‌ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସତ୍ୟପୀର ପୂର୍ବରୁ ୨୦୧୭ ଓ ୨୦୧୮ରେ ଗୋଟିଏ ହାତରେ ମୁଷ୍ଟି ପ୍ରଘାତ କରି ଦୁଇଟି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି। ବିଭିନ୍ନ କୀର୍ତ୍ତି ପାଇଁ ମିଳିତ ଜାତସଂଘ (ୟୁଏନ୍‌) ତରଫରୁ ଦିଲ୍ଲୀ ଆଇଆଇଟିରେ ତାଙ୍କୁ ‘କର୍ମବୀର ପୁରସ୍କାର’ ମିଳିଛି। ଏଥିସହ ଦେଶ ତଥା ଦେଶ ବାହାରେ ମଧ୍ୟ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀ ୧୦ରୁ ପିଜି କ୍ଲାସ ଆରମ୍ଭ

ଭୁବନେଶ୍ୱର,୨।୨(ବ୍ୟୁରୋ): ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହେବ ପିଜି ପାର୍ଟ- କ୍ଲାସ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରି-ଫାଇନାଲ...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଉଦ୍ୟମ ଚାଲିଛି। ସ୍ବଚ୍ଛ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି।...

ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ହତ୍ୟା: ଶେଷରେ ପଡ଼ିଲେ ଧରା

ବାଲେଶ୍ୱର ଅଫିସ,୮ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରୋଡ୍‌ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ହତ୍ୟାକାରୀ ଧରା ପଡ଼ିଛନ୍ତି। ବ୍ୟବସାୟିକ ଟଙ୍କା କାରବାର...

୧୪ ବର୍ଷ ଜେଲଦଣ୍ଡ ଭୋଗି ଘରକୁ ଫେରିଥିଲେ, ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ କଲେ ହତ୍ୟା

ବେତନଟୀ,୧।୧୧(ସ୍ବ.ପ୍ର.): ସମ୍ପର୍କୀୟକୁ ହତ୍ୟା କରି ଭୋଗିଥିଲେ ୧୪ ବର୍ଷ ଜେଲଦଣ୍ଡ । ଚାରି ମାସ ତଳେ ଘରକୁ ଫେରି ପୁଣି ସ୍ତ୍ରୀଙ୍କୁ ନିର୍ମମ ଭାବେ କରିଛନ୍ତି...

ନିର୍ମାଣ ବିଳମ୍ବ ହେଲେ ଚଢ଼ା ଦର: ଜାଣିଶୁଣି ଦିନ ଘୁଞ୍ଚାଇ ଚାଲିଛନ୍ତି…

ଯାଜପୁର ଅଫିସ,୧୨ା୫: ବିଳମ୍ବ ହେଲେ ଚଢ଼ା ଦର ମିଳିବ, ଏହି ନୀତିରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ଡିଭିଜନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଛି। ଦାୟିତ୍ୱରେ...

ବ୍ୟାପୁଛି ଚର୍ମବିଣ୍ଡି, ୧୦ହଜାରରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କେତେକ ସ୍ଥାନରେ ଗୋରୁଙ୍କଠାରେ ଭୂତାଣୁଜନିତ ଚର୍ମବିଣ୍ଡି ରୋଗ ଦେଖାଯାଇଛି। ଏହା ବ୍ୟାପୁଥିବାରୁ ଚିନ୍ତା ବଢ଼ିଛି। ଏହି ରୋଗର ନିରାକରଣ ପାଇଁ ସରକାରଙ୍କ...

‘ଇଣ୍ଡିଆନ୍‌ ସ୍ମାର୍ଟ ସିଟିଜ୍‌ ଆଓ୍ବାର୍ଡ’ ପ୍ରତିଯୋଗିତାରେ ଭୁବନେଶ୍ୱର ଦ୍ୱିତୀୟ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା। ସୁରଟଠାରେ ଅନୁଷ୍ଠିତ ‘ଇଣ୍ଡିଆନ୍‌ ସ୍ମାର୍ଟ ସିଟିଜ୍‌ ଆଓ୍ବାର୍ଡ କଣ୍ଟେଷ୍ଟ’ (ଆଇଏସ୍‌ଏସି)ର ସାମାଜିକ ଦୃଷ୍ଟିକୋଣ ବର୍ଗରେ ସୋସିଆଲି...

୭ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍‌ ଗତ ୧ରୁ ୨୩ତାରିଖ...

Advertisement
Archives

Model This Week