ଶତାଧିକ ବର୍ଷ ଧରି ଟଣା ହୋଇନି ରଥ

କେନ୍ଦ୍ରାପଡ଼ା,୧୩ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଇନ୍ଦୁପୁର। ଏଠାରୁ ଦେଢ଼ କିଲୋମିଟର ହାବେଳି (ପତି ସାହି)ଠାରେ ଥିବା ପ୍ରାୟ ୩୦୦ବର୍ଷର ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରୁଛନ୍ତି। ୩ ଚକାସନରେ ଉପବିଷ୍ଟ ଏହି ଦେବ ପ୍ରତିମା ଦାରୁରେ ନିର୍ମିତ ହୋଇଥିଲେ ମଧ୍ୟ କେବେ ନବ କଳେବର ହୁଅନ୍ତି ନାହିଁ। ମାତ୍ର ଶ୍ରୀଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ରୀତିନୀତିକୁ ଅନୁକରଣ କରାଯାଏ। ସ୍ନାନ ପୂର୍ଣ୍ଣିମା ଅବସରରେ ଦିଅଁମାନେ ନିକଟସ୍ଥ ସ୍ନାନମଣ୍ଡପକୁ ଯାଆନ୍ତି। ସେଠାରୁ ଫେରି ଅନବସର ଗୃହରେ ରୁହନ୍ତି। ଏହି ସମୟରେ ବନକ ଲାଗି ହୁଏ। ନେତ୍ରୋତ୍ସବରେ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦେଖା ଦିଅନ୍ତି। ଏହି ଦିନ ରଥ ବଦଳରେ ମନ୍ଦିର ଚୂଳରେ ନେତ ବନ୍ଧାହୁଏ। ତେବେ ରଥଯାତ୍ରା ଦିନ ରଥ ବଦଳରେ ଶ୍ରୀଜୀଉମାନେ ମନ୍ଦିର ଚକାସନରେ ବିଜେ ହୁଅନ୍ତି।
ବନ୍ଦ ହୋଇଥିବା ରଥଟଣା ଓ ଏହି ମନ୍ଦିର ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ତଥା ସେବାୟତ ନୀଳମାଧବ ପତି କହିଛନ୍ତି, ପ୍ରାୟ ୩ ଶହ ବର୍ଷରୁ ଅଧିକ ସମୟ ହେବ ଏଠାରେ ରଥଟଣା ବନ୍ଦ ରହିଛି। ସମ୍ଭବତଃ ଗ୍ରାମରେ ରଥ ଉପଯୋଗୀ ଦାଣ୍ଡ ଓ ମାଉସୀ ମା’ ମନ୍ଦିର ନ ଥିବାରୁ ଏପରି ବ୍ୟବସ୍ଥା ହୋଇଛି। ସେ କହିଛନ୍ତି ଯେ, ଏବକାର ଦେଉଳଟି ପ୍ରାୟ ୩୦୦ ବର୍ଷ ପୂର୍ବର। ମାତ୍ର ମୂଳ ମନ୍ଦିର ଏଠାରେ ନ ଥିଲା। ବିରୂପା ନଦୀ କୂଳରେ ଦ୍ୱାଦଶ ଶତାବ୍ଦୀର ମନ୍ଦିର ରହିଥିବା ବିଭିନ୍ନ ସମୟରେ ପ୍ରମାଣ ମିଳିଛି। ନଦୀବନ୍ଧ ନିକଟରେ ଜଣେ ବ୍ୟକ୍ତି ଘର ନିଅଁ ଖୋଳିବାକୁ ଯାଇ ଏକ ପ୍ରସ୍ତର ଚଟାଣ ଉଦ୍ଧାର କରିଛନ୍ତି। ସେହିପରି ନଦୀ ଗର୍ଭକୁ ଚାଲି ଯାଇଥିବା ୩ ବାମ୍ଫି ସମ୍ପର୍କରେ ଲୋକକଥା ଏଯାଏ ଅଞ୍ଚଳବାସୀଙ୍କ ମୁହଁରେ ରହିଛି। ଆଉରଙ୍ଗଜେବଙ୍କ ସେନା ଆକ୍ରମଣ ସମୟରେ ମନ୍ଦିରର ବହୁ ସୁନା ଓ ରୁପା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ସେହି ବାମ୍ଫିରେ ପଡିଛି ବୋଲି ସମସ୍ତେ ବିଶ୍ୱାସ କରନ୍ତି। ଏହାବ୍ୟତୀତ ଶ୍ରୀଜୀଉଙ୍କ ଚକାସନ ବହୁ ଗବେଷକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସେବାୟତ ପତି କହିଛନ୍ତି, ମନ୍ଦିରର ବିରାଜିତ ଶ୍ରୀଜୀଉଙ୍କ ଉଚ୍ଚତା ପ୍ରାୟ ୪ ଫୁଟ୍‌। ଦିଅଁମାନେ ଯେଉଁ ଚକାସନରେ ବସିଛନ୍ତି, ସେଠାରେ ପ୍ରାକ୍‌ ସମୟର ଭାଷାରେ କିଛି ଲେଖାଯାଇଛି। ଯାହା ଐତିହାସିକଙ୍କ ଗବେଷଣାକୁ ଅପେକ୍ଷା କରିଛି। ଏ ସମ୍ପର୍କରେ ଶିକ୍ଷାବିତ୍‌ ପ୍ରଣବ ପ୍ରକାଶ ଜେନା କହିଛନ୍ତି, ଶ୍ରୀକ୍ଷେତ୍ରଧାମରୁ କେତେଜଣ ଅନ୍ବେଷଣକାରୀ ସୁଭଦ୍ରାଙ୍କ ଚକାସନକୁ ଶ୍ରୀକ୍ଷେତ୍ରର ବୋଲି ଦାବି କରିଥିଲେ। ତେବେ ଏଥିପାଇଁ ଆହୁରି ଗବେଷଣା ଓ ତର୍ଜମାର ଆବଶ୍ୟକତା ଅଛି। ଇନ୍ଦୁପୁରର ଶ୍ରଦ୍ଧାଳୁ ଚନ୍ଦନ କୁମାର ସାହୁ କହିଛନ୍ତି, କେନ୍ଦ୍ରାପଡ଼ା ସହରର ଇଚ୍ଛାପୁରରେ ଥିବା ଶ୍ରୀବଳଦେବଜୀଉଙ୍କ ମନ୍ଦିରଠାରୁ ଏହା ପୁରୁଣା। ଏବେ ପଥର ଦେଉଳର କ୍ଷୟକୁ ରୋକିବା ପାଇଁ ସିମେଣ୍ଟ ପ୍ଲାଷ୍ଟର ଓ ମାର୍ବଲ ଯୋଡେଇ ହୋଇଛି। ତେବେ ଏହି ମନ୍ଦିରର କିଛି ଅଂଶରେ ଥିବା ପୁରୁଣା ଦେବଦେବୀ ଓ ଅନ୍ୟ ପାର୍ଶ୍ୱ ଦେବତା ମୂର୍ତ୍ତିକୁ ଦେଖିବା ପାଇଁ ଛଡାଯାଇଛି। ଏହି ପୁରାତନ ମନ୍ଦିରର ପ୍ରଚାର ପ୍ରସାର ନ ଥିବାରୁ ଅବହେଳିତ ହୋଇ ପଡ଼ି ରହିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?