ମିଳିଲା ଗୁପ୍ତଧନ: ୩୦୦ ବର୍ଷ ପୁରୁଣା ୨୧୬ ସ୍ବର୍ଣ୍ଣମୁଦ୍ରା

ପୁଣେ,୧୦।୩: ମହାରାଷ୍ଟ୍ରର ପୁଣେ ଅଞ୍ଚଳରୁ ଗୁପ୍ତଧନର ସନ୍ଧାନ ମିଳିଛି। ଜଣେ ଲୋକ ଏସବୁ ଲୁଚାଇ ରଖିଥଲେ। ସୂଚନା ଆଧାରରେ ପିମ୍ପିରି ଚିନଚ୍ବାଡ୍‌ର କ୍ରାଇମ୍‌ ବ୍ରାଞ୍ଚ୍‌ ୟୁନିଟ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ୩୦୦ ବର୍ଷ ପୁରୁଣା ୨୧୬ ସ୍ବର୍ଣ୍ଣମୁଦ୍ରା ଜବତ କରିଛନ୍ତି। ଏହା ସହିତ ୫୨୫ ଗ୍ରାମ୍‌ ଓଜନର ଏକ ଲୋଟା ମଧ୍ୟ ଜବତ ହୋଇଛି। ସ୍ଥାନୀୟ ନେହେରୁ ନଗର ଅଞ୍ଚଳର ବାସିନ୍ଦା ସଦ୍ଦାମ ଓଳାର ଖାଁ ପଠାଣଙ୍କ ପାଖରେ ପୁରାତନ ସ୍ବର୍ଣ୍ଣମୁଦ୍ରା ଥିବା ସୂଚନା ମିଳିଥିଲା। ସେମାନେ ଘର ପାଖ ଜମି ଖୋଳିବା ସମୟରେ ସ୍ବର୍ଣ୍ଣମୁଦ୍ରା ଭର୍ତ୍ତି ଲୋଟା ପାଇଥିଲେ। ସ୍ବର୍ଣ୍ଣମୁଦ୍ରାରେ ଉର୍ଦ୍ଦୁ ଏବଂ ଆରବିକ୍‌ ଭାଷାରେ ରାଜା ମହମ୍ମଦ ଶାହା ଖୋଦିତ ହୋଇଛି। ଏଗୁଡ଼ିକ ୧୭୨୦ରୁ ୧୭୫୦ ମସିହାର ବୋଲି ଅନୁମାନ କରାଯାଉଛି। ପ୍ରତି ସ୍ବର୍ଣ୍ଣମୁଦ୍ରାର ଓଜନ ୧୦.୮ ଗ୍ରାମ୍‌ ରହିଛି। ଏହାର ଦାମ୍‌ ବର୍ତ୍ତମାନ ପ୍ରାୟ ୭୦ ହଜାର ଟଙ୍କା ହେବ। ସମସ୍ତ ସ୍ବର୍ଣ୍ଣମୁଦ୍ରା ଦାମ୍‌ ୧୫ କୋଟି ଲକ୍ଷେ ୨୦ ହଜାର ହେବ ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ କୁହାଯାଇଛି। ଏଗୁଡ଼ିକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହିମାମଲାରେ ୨ ଜଣଙ୍କୁ ପୋଲିସ ହେପାଜତରେ ରଖାଯାଇ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬୭୮ ତ୍ରୁଟିକୁ ମାନିଲେ ମନ୍ତ୍ରୀ, ଅଷ୍ଟମ ବହିରେ ସର୍ବାଧିକ ୭୦୫ ଭୁଲ୍‌ ଚିହ୍ନଟ

ଭୁବନେଶ୍ୱର,୧୭।୬(ସୁଚିସ୍ମିତା ସାହୁ): ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri