Posted inଜାତୀୟ

ମାର୍ଚ୍ଚ ସୁଦ୍ଧା ଆସିବ ବନ୍ଦେ ଭାରତ ଟ୍ରେନ୍‌ର ତୃତୀୟ ଭର୍ସନ: ରେଳମନ୍ତ୍ରୀ

ଡେରାଡୁନ୍‌, ୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପତାକା ଦେଖାଇ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚ ସୁଦ୍ଧା ଏହି ସେମି ସ୍ପିଡ୍‌ ଟ୍ରେନ୍‌ର ୩ ଭର୍ସନ ଆସିବ ବୋଲି ଗୁରୁବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଚେନ୍ନାଇର କୋଚ୍‌ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଶତାବ୍ଦୀ, ରାଜଧାନୀ ଓ ଅନ୍ୟ ଟ୍ରେନ୍‌ର ସ୍ଥାନ ନେବାକୁ ଯାଉଛି। ଏହାର ୩ଟି ଭର୍ସନ ବନ୍ଦେ ଚେୟାର କାର୍‌, ବନ୍ଦେ ମେଟ୍ରୋ ଏବଂ ବନ୍ଦେ ସ୍ଲିପର ଉପଲବ୍ଧ ହେବାକୁ ଯାଉଛି। ୧୬୦ କିଲୋମିଟର ବେଗରେ ଗତି କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ପାଇଁ ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ରେଳ ଟ୍ରାକ୍‌ଗୁଡ଼ିକୁ ବିକଶିତ କରାଯିବ। ବନ୍ଦେ ମେଟ୍ରୋ ୧୦୦ କିଲୋମିଟରରୁ କମ୍‌ ବେଗରେ ଯାତ୍ରା କରିବାକୁ ଥିବାବେଳେ ବନ୍ଦେ ଚେୟାର କାରର ବେଗ ୧୦୦ରୁ ୫୫୦ କିଲୋମିଟର ଏବଂ ବନ୍ଦେ ସ୍ଲିପରର ବେଗ ୫୫୦ କିଲୋମିଟରରୁ ଅଧିକ ରହିବ ବୋଲି ରେଳମନ୍ତ୍ରୀ  ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ

ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ...

ଯୁବକ ଦେଖୁଛନ୍ତି ପରିଣତ ବୟସର ମୁହଁ

ନୂଆଦିଲ୍ଲୀ, ୨୦ା୭: ବର୍ତ୍ତମାନ ଫେସ୍‌ଆପ୍‌ ଭଳି ଏକ ସବୁଠୁ ଲୋକପ୍ରିୟ ଅପ୍ସନ୍‌ ବ୍ୟବହାର କରି ଲୋକେ ଖୁସି ମନାଉଛନ୍ତି। ରୁଷିଆରେ ବିକଶିତ ଏହି ଆପ୍ଲିକେଶନ ଚଳିତ...

ପୁଣି ଫେରିଲା କରୋନା: ମହାରାଷ୍ଟ୍ର ପରେ କର୍ନାଟକରେ ରାତ୍ରକାଳୀନ କର୍ଫ୍ୟୁ ଜାରି

ବେଙ୍ଗାଲୁରୁ,୨୩।୧୨: ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ...

କଂଗ୍ରେସକୁ ଟାର୍ଗେଟ କଲେ ଜ୍ୟୋତିରାଦିତ୍ୟ: କ୍ଷମା ମାଗନ୍ତୁ, ନଚେତ୍‌…

ନୂଆଦିଲ୍ଲୀ,୨୮।୪: ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ମୋଦିଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି।...

ଉତ୍ତରପ୍ରଦେଶରେ ପୁଣି ମଦମୃତ୍ୟୁ:୩ ଜଣଙ୍କ ମୁଣ୍ଡ ଗଡ଼ିଲା, ୪ ଗୁରୁତର

ଲକ୍ଷ୍ନୌ, ୩୧।୫:ଉତ୍ତର ପ୍ରଦେଶର ସୀତାପୁରରେ ବିଷାକ୍ତ ମଦ ପିଇ ୩ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୪ ଗୁୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମହମୁଦାବାଦରେ...

ନୀରବତା ଭାଙ୍ଗିଲେ ମନମୋହନ, କମ୍‌ କହିଛି ଅଧିକ କାମ କରିଛି କହିଲେ…

ନୂଆଦିଲ୍ଲୀ, ୧୭।୨ : ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ଜାରି ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ମତଦାନ ଦିନ ବି ‘ହନୁମାନ’ଙ୍କୁ ନେଇ ରାଜନୀତି

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ନେତାଙ୍କ ମଧ୍ୟରେ ଟଣା ଭିଡା ଶେଷ ହୋଇନାହିଁ। ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ...

ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା

ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍‌ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ...

Advertisement
Archives

Model This Week