ମିଶନ ଶକ୍ତି ଗ୍ରୁପ୍‌କୁ ବିନା ସୁଧରେ ୩ଲକ୍ଷ ଋଣ

ଭଞ୍ଜନଗର,୨୦।୧୧(ଡି.ଏନ.ଏ): ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଯୋଜନାର ସଫଳତା ଯୋଗୁ ମହିଳାମାନେ ଆଜି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସେମାନଙ୍କ ଆର୍ଥତ୍କ କ୍ଷେତ୍ରରେ ଆହୁରି ଉନ୍ନତି ଆଣିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ଗଞ୍ଜାମ ଜିଲାରେ ୪୦ ହଜାର ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମ ଶନିବାର ଭଞ୍ଜନଗର ବ୍ଲକରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍‌ଲାଇନ ମାଧ୍ୟମରେ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, ଜିଲାର ବର୍ତ୍ତମାନ ୧୬ ହଜାର ଗ୍ରୁପ୍‌କୁ ୪୨୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଆସନ୍ତା ୪ମାସ ମଧ୍ୟରେ ଜିଲାର ସମସ୍ତ ୪୦ ହଜାରରୁ ଊର୍ଦ୍ଧ୍ୱ ଗ୍ରୁପ୍‌କୁ ଋଣ ପ୍ରଦାନ କରାଯିବ। ପର୍ଯ୍ୟାୟକ୍ରମେ ସମସ୍ତ ଗ୍ରୁପ୍‌କୁ ଋଣ ମିଳିବ। ୪ ହଜାର ମିଶନ ଶକ୍ତିର ସ୍ବତନ୍ତ୍ର ବିକାଶ ପାଇଁ ଚିହ୍ନଟ କରାଯାଇଛି। ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଋଣ ପ୍ରଦାନ କରାଯିବ। ଗଞ୍ଜାମର ମିଶନ ଶକ୍ତି ମା’ମାନେ ଭଲ କାମ କରୁଛନ୍ତି। ମିଶନ ଶକ୍ତି ଆମର ମା’ ମାନଙ୍କୁ ନୂଆ ପରିଚୟ ଦେଇଛି। ବିକାଶର ଏକ ନୂଆ ଦିଗ ଆରମ୍ଭ କରିଛି । ଏହି ଆନ୍ଦୋଳନ ଆଗକୁ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶନିବାର ଭଞ୍ଜନଗର ବ୍ଲକର ୫୩୭ ଗ୍ରୁପ୍‌କୁ ୧୪ କୋଟି ୧୩ଲକ୍ଷ ୯୫ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି। ଏଥିସହ ନୂତନ ଭାବେ ଗଠିତ ହୋଇଥିବା ୩୭ ସ୍ବୟଂ ସହାୟକ ଗୋଷ୍ଠୀକୁ ଗ୍ରୁପ୍‌ ପିଛା ୧୫ ହଜାର ଟଙ୍କା ହିସାବରେ ୫ଲକ୍ଷ ୯୫ ହଜାର ଟଙ୍କା ସହାୟତା ରାଶି ଆବର୍ତ୍ତନ ପାଣ୍ଠି ଅନୁଦାନ ପ୍ରଦାନ କରାଯାଇଛି । ଉକ୍ତ ୫ଲକ୍ଷ ସମ୍ପୂର୍ଣ୍ଣ ଛାଡ଼ । ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ ଅନୁଷ୍ଠିତ ଋଣ ପ୍ରଦାନ ମେଳାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରୁପଗୁଡ଼ିକୁ ଚେକ୍‌ ପ୍ରଦାନ କରିଥିଲେ। ଏଥିସହ ୬୬୯ଜଣଙ୍କୁ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ବାଚସ୍ପତି ଆରୁଖ କହିଥିଲେ ମହିଳାମାନେ ସ୍ବାବଲମ୍ବୀ ହେଲେ ରାଜ୍ୟର ବିକାଶ ସମ୍ଭବପର । ତେଣୁ ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ରାଜ୍ୟର ବିକାଶରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଧାନ ମଣ୍ଡି ପରିଚାଳନା ଏବଂ ପଞ୍ଚାୟତ ପୋଖରୀ ମାଛ ଚାଷ ଲିଜ୍‌ ପାଇଁ ଏସ୍‌ଏଚ୍‌ଜି ଗ୍ରୁପକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ବାଚସ୍ପତି ଆରୁଖ କହିଥିଲେ । ଆୟୋଜିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ ଅଧ୍ୟକ୍ଷତା କରିଥିଲେ। ବିଡିଓ ଶଶିଭୂଷଣ ମହାପାତ୍ର ସଭାକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଜ୍ୟୋତି ଶଙ୍କର ରାୟ, ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଏନ୍‌ଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଏମ୍‌ପି ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ ପ୍ରମୁଖ ମଞ୍ଚାସୀନ ଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ। ଏହି ଅବସରରେ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷର ବିକ୍ରି ପାଇଁ ବିଭିନ୍ନ ଷ୍ଟଲ ଖୋଲିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri