ବାରମ୍ବାର ଛିଙ୍କ ହେଉଥିଲେ

ପରିବେଶ ପ୍ରଦୂଷଣ ଯୋଗୁ ହେଉ ଅଥବା ଥଣ୍ଡା ପାଇଁ ଅନେକଙ୍କର ବାରମ୍ବାର ଛିଙ୍କ ହୋଇଥାଏ। ଫଳରେ କୌଣସି କାମରେ ମନ ଲାଗେନି କି କାହା ସହିତ ଭଲରେ ପଦେ କଥା ହେବାକୁ ବି ଇଚ୍ଛା ହୁଏନି। ମନରେ ଚିଡ଼ିଚିଡ଼ାପଣ ଆସେ। କିନ୍ତୁ ଜାଣନ୍ତି କି ଏମିତି କିଛି ସହଜ ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇ ଏହି ସମସ୍ୟାରୁ ଆରାମରେ ମୁକ୍ତି ପାଇହେବ। ଯେମିତିକି: ଅଧା ଚାମଚ ମହୁରେ ଅଳ୍ପ କିଛି ଅଳେଇଚ ଗୁଣ୍ଡ ଏବଂ କେଇବୁନ୍ଦା ଲେମ୍ବୁ ରସ ମିଶାଇ ଦିନକୁ ୨/୩ ଥର ଖାଇଲେ ଛିଙ୍କ ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଉଷୁମ ପାଣିର ବାମ୍ଫ ନେଲେ ମଧ୍ୟ ଛିଙ୍କ ହେବା ବହୁ ମାତ୍ରାରେ କମିଯାଏ ବୋଲି କୁହାଯାଏ। ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଫଳରେ ସହଜରେ ଥଣ୍ଡା ହୁଏ ନାହିଁ କି ଛିଙ୍କ ମଧ୍ୟ ହୋଇ ନଥାଏ। ଏମିତିକି ଛିଙ୍କ ହେଉଥିବା ସମୟରେ ମଧ୍ୟ ଏହି କ୍ଷୀର ପିଇବା ଅନେକ ଉପକାରରେ ଆସିଥାଏ। ତା’ଛଡ଼ା ଅଦା, ତୁଳସୀ, ଗୋଲମରିଚ ପକା ହୋଇଥିବା କଡ଼ା ଚା’ ପିଇଲେ ବି ଛିଙ୍କ ସମସ୍ୟାରୁ ବହୁ ମାତ୍ରାରେ ମୁକ୍ତି ମିଳିଥାଏ। ଏସବୁବ୍ୟତିତ ଗୁଆ ଘିଅରେ ଗୋଲମରିଚ ଗୁଣ୍ଡ ଏବଂ କିଛି ତୁଳସୀ ପତ୍ର ମିଶାଇ ଖାଇଲେ ବି ଏହି ସମସ୍ୟା ଶୀଘ୍ର ଭଲ ହୋଇଯାଏ ବୋଲି ଅନେକଙ୍କର ମତ ରହିଛି। ଏହାଛଡ଼ା ସବୁଠୁ ବଡ଼ କଥା ହେଉଛି ଛିଙ୍କ ଦ୍ୱାରା ମଧ୍ୟ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଜୀବାଣୁ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। ତେଣୁ ଏ କ୍ଷେତ୍ରରେ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବା ଏକ ଉତ୍ତମ ସମାଧାନ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?