ବାରମ୍ବାର ଛିଙ୍କ ହେଉଥିଲେ

ପରିବେଶ ପ୍ରଦୂଷଣ ଯୋଗୁ ହେଉ ଅଥବା ଥଣ୍ଡା ପାଇଁ ଅନେକଙ୍କର ବାରମ୍ବାର ଛିଙ୍କ ହୋଇଥାଏ। ଫଳରେ କୌଣସି କାମରେ ମନ ଲାଗେନି କି କାହା ସହିତ ଭଲରେ ପଦେ କଥା ହେବାକୁ ବି ଇଚ୍ଛା ହୁଏନି। ମନରେ ଚିଡ଼ିଚିଡ଼ାପଣ ଆସେ। କିନ୍ତୁ ଜାଣନ୍ତି କି ଏମିତି କିଛି ସହଜ ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇ ଏହି ସମସ୍ୟାରୁ ଆରାମରେ ମୁକ୍ତି ପାଇହେବ। ଯେମିତିକି: ଅଧା ଚାମଚ ମହୁରେ ଅଳ୍ପ କିଛି ଅଳେଇଚ ଗୁଣ୍ଡ ଏବଂ କେଇବୁନ୍ଦା ଲେମ୍ବୁ ରସ ମିଶାଇ ଦିନକୁ ୨/୩ ଥର ଖାଇଲେ ଛିଙ୍କ ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଉଷୁମ ପାଣିର ବାମ୍ଫ ନେଲେ ମଧ୍ୟ ଛିଙ୍କ ହେବା ବହୁ ମାତ୍ରାରେ କମିଯାଏ ବୋଲି କୁହାଯାଏ। ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଫଳରେ ସହଜରେ ଥଣ୍ଡା ହୁଏ ନାହିଁ କି ଛିଙ୍କ ମଧ୍ୟ ହୋଇ ନଥାଏ। ଏମିତିକି ଛିଙ୍କ ହେଉଥିବା ସମୟରେ ମଧ୍ୟ ଏହି କ୍ଷୀର ପିଇବା ଅନେକ ଉପକାରରେ ଆସିଥାଏ। ତା’ଛଡ଼ା ଅଦା, ତୁଳସୀ, ଗୋଲମରିଚ ପକା ହୋଇଥିବା କଡ଼ା ଚା’ ପିଇଲେ ବି ଛିଙ୍କ ସମସ୍ୟାରୁ ବହୁ ମାତ୍ରାରେ ମୁକ୍ତି ମିଳିଥାଏ। ଏସବୁବ୍ୟତିତ ଗୁଆ ଘିଅରେ ଗୋଲମରିଚ ଗୁଣ୍ଡ ଏବଂ କିଛି ତୁଳସୀ ପତ୍ର ମିଶାଇ ଖାଇଲେ ବି ଏହି ସମସ୍ୟା ଶୀଘ୍ର ଭଲ ହୋଇଯାଏ ବୋଲି ଅନେକଙ୍କର ମତ ରହିଛି। ଏହାଛଡ଼ା ସବୁଠୁ ବଡ଼ କଥା ହେଉଛି ଛିଙ୍କ ଦ୍ୱାରା ମଧ୍ୟ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଜୀବାଣୁ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। ତେଣୁ ଏ କ୍ଷେତ୍ରରେ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବା ଏକ ଉତ୍ତମ ସମାଧାନ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri