Advertisement
Posted inଫୁରସତ

ପରିବେଶ ଓ ଗୋସୁରକ୍ଷା ପାଇଁ ସମର୍ପିତ ଗାଁ

ପ୍ରତ୍ୟେକ ଗାଁ ତା’ର ନାଁକୁ ନେଇ ପରିଚିତ। ହେଲେ ବେଳେବେଳେ ଗ୍ରାମବାସୀମାନଙ୍କର ମହତକାର୍ଯ୍ୟ ସେ ଗାଁକୁ ଦେଇଥାଏ ନୂଆ ଏକ ପରିଚୟ। ଯେଉଁଥିପାଇଁ ସେହି ଗାଁଟି ଅନ୍ୟ ଗାଁଠାରୁ ନିଜକୁ ସ୍ବତନ୍ତ୍ର କରେ। ସେମିତି ଏକ ଗାଁ ହରିପୁର। ଯେଉଁଠି ଗ୍ରାମବାସୀଙ୍କ ମଧ୍ୟରେ ରହିଛି ଅଭୁତପୂର୍ବ ଏକତା। ନିଜ ଉଦ୍ୟମରେ ସେମାନେ ଜଙ୍ଗଲ ସୁରକ୍ଷା, ଗୋ ସୁରକ୍ଷା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହାସହିତ ସେମାନେ ପରମ୍ପରାକୁ ସମ୍ମାନ ଦେଇ ଶମ୍ଭୁମେଳଣର ବି ଆୟୋଜନ କରନ୍ତି। ୧୬ ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ୱର- ବାଲୁଗାଁ ଅଭିମୁଖେ ଆସିଲେ ନାଚୁଣୀ ବଜାର ପୂର୍ବରୁ ପଡ଼ିବ ଏକ ଛକ, ଯାହାର ନାମ ବୃଷଭ ଛକ । ଏହା ଖୋର୍ଦ୍ଧା ଜିଲାର ଚିଲିକା ବ୍ଲ୍ଳକ ଅନ୍ତର୍ଗତ, ଯେଉଁଠି କି ହରିପୁର ଗ୍ରାମକୁ ଯିବା ପାଇଁ ସଙ୍କେତ ରହିଛି। ଏଠାରୁ ପ୍ରତାପେଶ୍ୱର ଦେବ ଗ୍ରାମ୍ୟ ଜଙ୍ଗଲ ରାସ୍ତାରେ କିଛିଦୂର ଆସିଲେ ଡାହାଣପଟକୁ ନଜର ପଡ଼ିବ ଗାଁ ମଶାଣି, ନିକଟରେ ରହିଛି ବିଦ୍ୟୁତ୍‌ ଅଫିସ, ଗୋମିତ୍ର କାର୍ଯ୍ୟାଳୟ ଏବଂ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ। ନିକଟରେ ଥିବା ଦକ୍ଷିଣ -ପୂର୍ବରେଳପଥର ଏକ ଗେଟ୍‌ ଅତିକ୍ରମ କରିବା ପରେ ପଡ଼ିବ ଶମ୍ଭୁ ମେଳଣ ପଡ଼ିଆ । ଏହାପରେ ଗାଁ ଭିତରକୁ ପ୍ରବେଶ ମାତ୍ରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପୁରୁଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ଲକ୍ଷ୍ମୀଧର ସରକାରୀ ହାଇସ୍କୁଲ, ଆପଣଙ୍କୁ ସ୍ବାଗତ ଜଣାଉଛି ହରିପୁର ଗ୍ରାମର ନାମଫଳକ ନଜର ପଡ଼ିବ। ତେବେ ଏହି ଗ୍ରାମପଞ୍ଚାୟତଟି ପ୍ରଥମେ ବିରିବାଡ଼ି -ହରିପୁର ପଞ୍ଚାୟତ ଭାବେ ନାମିତ ଥିଲା। ମାତ୍ର ୧୯୬୨ ମସିହାରୁ ଏହା ହରିପୁର ଗ୍ରାମପଞ୍ଚାୟତର ମାନ୍ୟତା ପାଇଛି। ଏବେ ଏହାର ୧୪ଟି ଓ୍ବାର୍ଡ ରହିଛି। ମୌଜା ଭାବେ- ହରିପୁର, ବାଲିଆ, ନିମନା, ଅମରଓଳି, ଅଠରବାଟିଆ, ବେଗୁନିଆ, ପରବଳ, ଛୋଟରାୟପୁର, ଲୋକିପୁର, ସିଂହପୁର ଓ ଗଙ୍ଗାଧରପୁର ଆଦି ରହିଛି। ହରିପୁର ଗାଁର ପୂର୍ବରେ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବ ଓ ବାଲୁଙ୍କେଶ୍ୱର ଦେବଙ୍କ ପୀଠ, ପତିତପାବନ ଦେବଙ୍କ ମନ୍ଦିର, ମାର୍ଥା ପୋଖରୀ, କପାଷି ପୋଖରୀ ରହିଛି। ସେହିପରି ପଶ୍ଚିମରେ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଶମ୍ଭୁ ମେଳଣ ପଡ଼ିଆ, ଖେଳପଡ଼ିଆ। ଉତ୍ତରରେ ଦକ୍ଷିଣପୂର୍ବ ରେଳପଥ, ବାଲିଗାଡ଼ିଆ ପୋଖରୀ, ଗ୍ରାମ୍ୟ ଜଙ୍ଗଲ ଏବଂ ଦକ୍ଷିଣରେ ରାମଚଣ୍ଡୀ ମନ୍ଦିର, କୁମ୍ଭାରଖାତ ପୋଖରୀ, ରାଣିଗାଡ଼ିଆ, କାଳଚୁଆ ଆଦି ଜଳାଶୟ ରହିଥିବାବେଳେ ଗ୍ରାମର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନଇରୀ ଗ୍ରାମରେ ରହିଛି। ଗାଁରେ ସାକ୍ଷର ହାର ପ୍ରାୟ ୯୭ ପ୍ରତିଶତ ହେବ। ଗାଁର ଅଧିତ୍କାଂଶ ବାସିନ୍ଦା ଚାଷ ଉପରେ ନିର୍ଭରଶୀଳ। ଏହି ଗ୍ରାମର ବହୁ ବ୍ୟକ୍ତି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ। ତେବେ ସମସ୍ତଙ୍କ ଭିତରେ ସାମାଜିକ ସଦ୍ଭାବନା ଦେଖିବାକୁ ମିଳେ। ସବୁଠୁ ବଡ଼ କଥା ହେଲା ଏହି ଗାଁର ଲୋକମାନେ ବେଶ୍‌ ପରିବେଶ ସଚେତନ। ଦିନକୁ ଦିନ ଯେଉଁଭଳି ଭାବରେ ଜଙ୍ଗଲକ୍ଷୟ ହୋଇ ଚାଲିଛି ସେହିକଥା ଚିନ୍ତା କରି ସେମାନେ ଜଙ୍ଗଲ ସୃଷ୍ଟି କରିବାର ପଣ କଲେ। ଗଛ ଲଗାଇବା ସହିତ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇ ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ନେଲେ।

ଦିନେ କି ଦୁଇଦିନ ନୁହେଁ ବର୍ଷବର୍ଷ ଧରି ସେମାନେ ଗଛ ଲଗାଇ ଚାଲିଛନ୍ତି। ତା’ର ସୁରକ୍ଷା ପାଇଁ ଶପଥ ନେଇଛନ୍ତି। ଆଉ ଗଠନ କରିଛନ୍ତି ହରିପୁର ଗ୍ରାମ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବ ବନସୁରକ୍ଷା ସମିତି। କଇଥପଲା ଡ଼ିପିଏଫ ଏହାର ଏକ ଅଂଶ । ଅନେକ ସମସ୍ୟା ଏଥିପାଇଁ ବାଟ ଓଗାଳିଛି ହେଲେ ଅଟକି ଯାଇନି ଏମାନଙ୍କ ଉଦ୍ୟମ। ନୂତନ ଜଙ୍ଗଲ ସୃଷ୍ଟି ଗ୍ରାମବାସୀଙ୍କ ମଧ୍ୟରେ କେବଳ ଭାଇଚାରା ସୁଦୃଢ଼ କରିନି ବରଂ ପ୍ରାକୃତିକ ପରିବେଶରେ ଜଙ୍ଗଲ ଯୋଗାଇଛି ଏମାନଙ୍କୁ ଜୀବିକା ନିର୍ବାହର ପନ୍ଥା। ଏହି ଜଙ୍ଗଲ ପ୍ରାୟ ୨ଶହ ହେକ୍ଟର ପରିମିତ ଅଞ୍ଚଳ। ପ୍ରାୟ ୪ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷ ରହିଛି। ଆମ୍ବ, ପଣସ ସମେତ ଅନ୍ୟ ବୃକ୍ଷ ଅପେକ୍ଷା ଅଧିକାଂଶ ଆକାଶିଆ, ପଟାସ ଗଛ ରହିଛି। କିନ୍ତୁ ଜଙ୍ଗଲରେ ପଶୁପକ୍ଷୀ କିପରି ନର୍ଭୟ ଓ ମୁକ୍ତରେ ରହିପାରିବେ ସେ ନେଇ ଗ୍ରାମବାସୀ ଯତ୍ନବାନ୍‌। ଏଥିପାଇଁ ଏହି ଜଙ୍ଗଲରେ ମୟୂର, ବଣକୁକୁଡ଼ା, ଠେକୁଆ, ବିଲୁଆ, କଟାଶ, ବାର୍‌ହା ଦେଖିବାକୁ ମିଳନ୍ତି। ବେଳେ ବେଳେ ହାତୀ, ହେଟାବାଘ ଓ ଚିଲିକା ବିରାଡ଼ି ଆଦି ବନ୍ୟପ୍ରାଣୀ ଦେଖାଯା’ନ୍ତି। ଜୀବଜନ୍ତୁ ଜଳପିଇବା ନିମନ୍ତେ ଏହି ଜଙ୍ଗଲ ମଧ୍ୟରେ ଜଙ୍ଗଲ ବିଭାଗ ଜରିଆରେ ଏକ ପୋଖରୀ ଖୋଳାଯାଇଛି। ଏହି ଜଙ୍ଗଲର ସୁରକ୍ଷା ନିମନ୍ତେ ଗ୍ରାମବାସୀଙ୍କ ସହଯୋଗରେ ଓ ଜଙ୍ଗଲ ବିଭାଗ ଦ୍ୱାରା ଜଙ୍ଗଲ ସୁରକ୍ଷା ଲାଗି ଜଣଙ୍କୁ ଜଗୁଆଳି ଭାବେ ରଖାଯାଇଛି। ଜଙ୍ଗଲ କମିଟି ଏହାର ସୁରକ୍ଷା ଦାୟିତ୍ୱ ନେଇଛି। ବର୍ତ୍ତମାନ ଜଙ୍ଗଲକମିଟିର ସଭାପତି ଭାବେ ଚରଣ ସ୍ବାଇଁ ଏବଂ ସମ୍ପାଦକ ଭାବେ ଜଣେ ଫରେଷ୍ଟର ଦାଇତ୍ୱରେ ରହିଛନ୍ତି। ଏହି ଜଙ୍ଗଲର ସୁରକ୍ଷା ପାଇଁ ଗାଁ କମିଟିକୁ ୨୦୧୧ରେ ପ୍ରକୃତିମିତ୍ର ଏବଂ ୨୦୧୩ରେ ବିଜୁ ପଟ୍ଟନାୟକ ପରିବେଶ ସୁରକ୍ଷା ଓ ଜଙ୍ଗଲ ରକ୍ଷା ପୁରସ୍କାର ମିଳିଛି। ୨୦୧୭ରେ ୨୦ହଜାର ଟଙ୍କା ପୁରସ୍କାର ମିଳିଛି। ସେହିପରି ଗ୍ରାମବାସୀଙ୍କ ଉଦ୍ୟମରେ ଆଧାତ୍ମିକ ଓ ସାଂସ୍କୃତିକ ଜାଗରଣ ପାଇଁ ପଶ୍ଚିମାଭିମୁଖୀ ମହାଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବଙ୍କ ପବିତ୍ର ପୀଠରେ ପ୍ରାୟ ୨୦୦୦ ମସିହାଠାରୁ ପ୍ରତିବର୍ଷ ଜ୍ୟେଷ୍ଠମାସ କୃଷ୍ଣପକ୍ଷ ନବମୀ ତିଥିରେ ଜଗତ ମଙ୍ଗଳ ନିମନ୍ତେ ଯଜ୍ଞ ଓ ଶମ୍ବୁ ମେଳଣ ଉତ୍ସବ ଆୟୋଜନ ହୋଇଥାଏ ଏବଂ ସାବିତ୍ରୀ ଅମାବାସ୍ୟା ପରଦିନ ଶମ୍ଭୁ ମେଳଣ ଉଦ୍‌ଯାପିତ ହୋଇଥାଏ। ଏଥିଯୋଗୁ ଗାଁରେ ଭାଇଚାରା ସୁଦୃଢ଼ ହୋଇଥାଏ।

ଗୋସୁରକ୍ଷା ଚିନ୍ତା: ଭାରତୀୟ ସଂସ୍କୃତି ପୂଜ୍ୟପୂଜାର ସଂସ୍କୃତି। ସ୍ବୟଂ ଭଗବାନ୍‌ ଶ୍ରୀକୃଷ୍ଣ ଗୋସେବା କରି ଗୋପାଳ ନାମରେ ଖ୍ୟାତ। ଅଯୋଧ୍ୟାର ରାଜା ଦିଲୀପ ଓ ସତ୍ୟକାମ ଗୋସେବା କରି ନିଜକୁ ଧନ୍ୟ ମନେକରିଥିଲେ। ବଶିଷ୍ଠଙ୍କ ଆଶ୍ରମରେ କାମଧେନୁ ଗାଈ ସହସ୍ରାଧିକ ଲୋକଙ୍କୁ ଖାଦ୍ୟପେୟ ଯୋଗାଉଥିବାର ପୁରାଣରେ ବର୍ଣ୍ଣିତ। ଏମିତି ବି କୁହାଯାଇପାରେ ଗୋମାତାଙ୍କ ଦେହରେ ତେତିଶକୋଟି ଦେବତା ବାସକରନ୍ତି। ଏ ସବୁ ବିଶ୍ୱାସର କଥା। କିନ୍ତୁ ପ୍ରକୃତ ପକ୍ଷେ ଗୋମାତା

ଏମାନେ କୁହନ୍ତି…

ପୂର୍ବରୁ ଚିଲିକା ହରିପୁର ଗ୍ରାମକୁ ଆସିଥିବାବେଳେ ଜାଣିବାକୁ ପାଇଥିଲୁ ଏହି ଅଞ୍ଚଳରୁ ଦିନକୁଦିନ ଗୋସମ୍ପଦ କମିଯାଉଛି। ଗୋ ବଂଶ ବୃଦ୍ଧି ଓ ସୁରକ୍ଷାପାଇଁ ଚିନ୍ତା କଲୁ ଏବେ ହରିପୁର ଗ୍ରାମବାସୀଙ୍କ ଉଦ୍ୟମ ଓ ସହଯୋଗରେ ଗୋ-ଅଭୟାରଣ୍ୟର ପ୍ରୟାସହୋଇଛି। ଏହା ଯୁଗଯୁଗକୁ ଖ୍ୟାତି ରହିବା ସହିତ ଅନ୍ୟମାନଙ୍କୁ ପ୍ରେରଣାଦେବ।-ବିଷ୍ଣୁଚରଣ ପଣ୍ଡା ମହାରାଜ, ଶ୍ରୀରାମ ସୁନ୍ଦରାକାଣ୍ଡ ଗୋ ବଂଶ ସୁରକ୍ଷା ଟ୍ରଷ୍ଟ, ପୁରୀ।ଧୀରେଧୀରେ ଗୋ ସମ୍ପଦ କମୁଥିବାବେଳେ ଏହି ସମୟରେ ହରିପୁର ଗ୍ରାମବାସୀଙ୍କ ଏକତା ଓ ସହଯୋଗରେ ଗୋ ମାତାର ସୁରକ୍ଷା ଗୋବଂଶ ବୃଦ୍ଧିରେ ସହାୟକହେବ। ଗୋଚର ଭୂମିର ମହତ୍ତ୍ୱ ରହିବ ଏବଂ ଗ୍ରାମ୍ୟ ଜଙ୍ଗଲର ଶ୍ରୀବୃଦ୍ଧି ହେବ।
– ବଳଭଦ୍ର ବଳବନ୍ତରାୟ, ପୂର୍ବତନ ସରପଞ୍ଚ,ହରିପୁର ।

ଗ୍ରାମବାସୀଙ୍କ ଜଙ୍ଗଲ ସୁରକ୍ଷାରେ ସୁନାମ ରହିଛି । ଆମ ଗାଁ ପାଇଁ ଗୋ-ଅଭୟାରଣ୍ୟ ଆଉ ଏକ ଗୌରବ ଯୋଡ଼ିହେବ। ଜଙ୍ଗଲର ସୁରକ୍ଷା ହେବ। ଗୋସମ୍ପଦ ସୁରକ୍ଷିତ ରହିବ । ଏଥିରେ ଗ୍ରାବାସୀଙ୍କ ଉଦ୍ୟମ ରହିବ। ଗୋ ସମ୍ପଦ ଗ୍ରାମ୍ୟ ସଂସ୍କୃତିର ସ୍ବତନ୍ତ୍ର ଅଙ୍ଗ। ଏହା ଗାଁର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରବାରେ ସହାୟକ ହେବ। -ଲଳିତ ମୋହନ ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ, ଚିଲିକା ପଞ୍ଚାୟତ ସମିତ । ଗୋ ସେବା କେବଳ ପରମ୍ପରା ନୁହେ ଗ୍ରାମ୍ୟ ଅର୍ଥନୀତିର ଏକ ମୁଖ୍ୟ ଅଂଶ ମଧ୍ୟ। ବଞ୍ଚିଥିବା ଯାଏ ଗୋମାତା ଓ ଗୋବଂଶର ସୁରକ୍ଷା କରିବୁ। ଏଥିପାଇଁ ଆମେ ସଙ୍କଳ୍ପବଦ୍ଧ।-କେଳୁଚରଣ ପରିଡ଼ା, ପୂର୍ବତନ ସଭାପତି, ଗ୍ରାମ୍ୟ ଜଙ୍ଗଲ କମିଟି ଆମ ଗ୍ରାମବାସୀଙ୍କ ଉଦ୍ୟମ ଓ ସହଯୋଗରେ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା, ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବଙ୍କ ଶମ୍ଭୁ ମେଳଣ ଏବଂ ଗୋମାତା ସୁରକ୍ଷା ଆଦି କରାଯାଉଛି। ଏହା ଦ୍ୱାରା ଜଗତର ମଙ୍ଗଳ ହେବ।
-ନାରାୟଣ ପରିଡ଼ା, ସଦସ୍ୟ ଗୋ ଅଭୟାରଣ୍ୟ, ହରିପୁର ।

ସରକାରୀସ୍ତରରେ ହରିପୁର ପଞ୍ଚାୟତ ପାଇଁ ଗାଁରେ ଗୋ-ସମ୍ପଦର ବିକାଶ ଓ ସୁରକ୍ଷା ପାଇଁ ଯେଉଁ ଯୋଜନା ହେବ ତାହାକୁ ନିଷ୍ଠାର ସହିତ କାର୍ଯ୍ୟକରିବୁ।
– ଗୀତାଞ୍ଜଳି ବେହେରା, ସରପଞ୍ଚ, ହରିପୁର

ପରମ୍ପରାରେ ଗୋସେବା-ଭାରତୀୟ ସଂସ୍କୃତି ପୂଜ୍ୟପୂଜାର ସଂସ୍କୃତି। ସ୍ବୟଂ ଭଗବାନ୍‌ ଶ୍ରୀକୃଷ୍ଣ ଗୋସେବା କରି ଗୋପାଳ ନାମରେ ଖ୍ୟାତ। ଅଯୋଧ୍ୟାର ରାଜା ଦିଲୀପ ଓ ସତ୍ୟକାମ ଗୋସେବା କରି ନିଜକୁ ଧନ୍ୟ ମନେକରିଥିଲେ। ବଶିଷ୍ଠଙ୍କ ଆଶ୍ରମରେ କାମଧେନୁ ଗାଈ ସହସ୍ରାଧିକ ଲୋକଙ୍କୁ ଖାଦ୍ୟପେୟ ଯୋଗାଉଥିବାର ପୁରାଣରେ ବର୍ଣ୍ଣିତ । ଏମିତି ବି କୁହାଯାଇପାରେ ଗୋମାତାଙ୍କ ଦେହରେ ତେତିଶକୋଟି ଦେବତା ବାସକରନ୍ତି। ଏ ସବୁ ବିଶ୍ୱାସର କଥା। କିନ୍ତୁ ପ୍ରକୃତ ପକ୍ଷେ ଗୋମାତା ଆମର ଯେତିକି ଉପକାର କରନ୍ତି ସେତିକି ଆମେ ଅନ୍ୟକାହାଠାରୁ ପାଇବା ନାହିଁ। ଗୋଦୁଗ୍ଧ ଆଧ୍ୟାତ୍ମିକ ସାଧନା ପାଇଁ ଅତି ମହତ୍ତ୍ୱପୂର୍ଣ୍ଣ ବୋଲି ସ୍ବାମୀ ଶିବାନନ୍ଦ ସରସ୍ବତୀ କହିଛନ୍ତି। ଆୟୁର୍ବେଦ ଅନୁସାରେ ଗୋଦୁଗ୍ଧ- ଗୋମୂତ୍ରର ଉପକାର ଅବର୍ଣ୍ଣନୀୟ। ପ୍ରାଚୀନ ଭାରତରେ ଗୋହତ୍ୟା ନରହତ୍ୟା ସହ ସମାନ ଥିଲା। ଅଥବା ତା’ ଠାରୁ ଅଧିକ ଜଘନ୍ୟ ଅପରାଧ ବୋଲି ପରିଗଣିତ ହେଉଥିଲା । ଗୋପୂଜା ପରମ୍ପରା ଭାରତରେ ବହୁ ପ୍ରାଚୀନ। ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ଗୋମାତାଙ୍କ ରକ୍ଷଣାବେକ୍ଷଣ କଲେ ଧନ, ସମ୍ପଦ ବୃଦ୍ଧି ସହିତ ପରିବାରରେ ମଙ୍ଗଳ ହୋଇଥାଏ। ଗୋସେବା ଓ ପୂଜା କଲେ କୋଟି ପୁଣ୍ୟର ଫଳ ମିଳେ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍‌ଭେଜ ପିଜ୍ଜା ଆସିବାରୁ କୋଟିଏ ମାଗିଲେ

ଭେଜ୍‌ (ଶାକାହାରୀ) ପିଜ୍ଜା ବଦଳରେ ନନ୍‌ଭେଜ୍‌(ଆମିଷ) ପିଜ୍ଜା ଡେଲିଭରି ଦେବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଏକ କମ୍ପାନୀକୁ ମହଙ୍ଗା ପଡ଼ିଛି। ପିଜ୍ଜା ପାଇଥିବା ମହିଳା ଜଣକ କମ୍ପାନୀ...

ଏହି ବୃଦ୍ଧଙ୍କ କେଶ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବ

ଲମ୍ବା କେଶ ରଖିବା ସବୁ ନାରୀଙ୍କ ପସନ୍ଦ ହୋଇଥାଏ। ବେଳେ ବେଳେ ଏହି ପସନ୍ଦ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଦେଇଥାଏ। ପୁରୁଷମାନେ ଲମ୍ବା ଲମ୍ବା କେଶ...

ବିସ୍ମୟ ସ୍ତମ୍ଭ : ୧୬୦୦ ବର୍ଷ ପରେ ବି ଏଥିରେ ଲାଗିନାହିଁ କଳଙ୍କି

ବିଶ୍ୱରେ ଏମିତି କିଛି ଜିନିଷ ଅଛି, ଯାହା ସମ୍ପର୍କରେ ଜାଣିଲେ ବିସ୍ମୟ ସୃଷ୍ଟି ହେବ। ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଆଶ୍ଚର୍ଯ୍ୟ...

ନୋଟ୍‌ ଉଡ଼ାଇବା ସମୟରେ ବରକନ୍ୟାଙ୍କ ଉପରେ ପଡ଼ିଗଲେ ବନ୍ଧୁ, ଆଉ ତା’ ପରେ…

ଏମିତି ବିବାହ ନାହିଁ ଯେଉଁଠି ବରକନ୍ୟାଙ୍କ ସାଙ୍ଗସାଥୀ ଉପସ୍ଥିତ ନ ଥିବେ। ବିବାହରେ ସାଙ୍ଗମାନେ ଥଟ୍ଟାମଜା କରି ବେଶ୍‌ ଆନନ୍ଦିତ ହୋଇଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ...

ପ୍ରାକୃତିକ ପରିବେଶ ମୋତେ ବିଭୋର କରେ

ବରଗଡ଼ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ। ୨୦୧୪ରୁ ସେ ଏହି ପଦବୀରେ ଅବସ୍ଥାପିତ। ୨୦୧୫ରୁ ତତ୍କାଳୀନ ଜିଲାପାଳ ଅଞ୍ଜନ କୁମାର...

ହୋଟେଲରେ ଖାଇବା ବିଲ୍‌ ୧୫ହଜାର, କିନ୍ତୁ ଓ୍ବେଟରଙ୍କୁ ଟିପ୍ସ‌ ଦେଲେ ୩ ଲକ୍ଷ

ସାଧାରଣତଃ ଆମେ ଖାଇବାକୁ ବାହାର କୌଣସି ହୋଟେଲକୁ ଗଲେ ଭଲ ସେବା ପାଇଁ ଓ୍ବେଟରଙ୍କୁ ଟିପ୍‌ ଦେଇଥାଉ। ହେଲେ ଆମେରିକାରେ କିଛି ସାଙ୍ଗ ହୋଟେଲକୁ ଖାଇବାକୁ...

ବର୍ଷା, ଇଲିଶି ଓ ବାଲିଛତୁ…

ଶ୍ରାବଣର ଆକାଶରେ କଳାହାଣ୍ଡିଆ ମେଘ। ଅବିଳମ୍ବେ ମେଘ ବରଷିବାର ସମ୍ଭାବନା । ଏ ବେଳରେ କଳାମେଘ ଦେଖି ନାଚେ ମୟୂର । ସାରୁଗଛ ମୂଳେ ବେଙ୍ଗବେଙ୍ଗୁଲୀଙ୍କ...

୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର

ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍‌...

Advertisement
Archives

Model This Week