Posted inଜାତୀୟ

ଶ୍ରେଷ୍ଠ ୨୦୦ ମଧ୍ୟରେ ୩ ଭାରତୀୟ ଶିକ୍ଷାନୁଷ୍ଠାନ, ଜାଣନ୍ତୁ ଶୀର୍ଷରେ କିଏ…

ନୂଆଦିଲ୍ଲୀ: ୧୯ା୬: ପ୍ରତିଷ୍ଠିତ ‘କ୍ୟୁଏସ୍‌ ୱାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ ୨୦୨୭’ର ତାଲିକା ଗୁରୁବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୩ଟି ଭାରତୀୟ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ଚଳିତ ବର୍ଷ ଆଇଆଇଟି ଦିଲ୍ଲୀ ଦେଶର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗ୍‌ ବିଶ୍ୱବିଦ୍ୟାଳୟ ଭାବେ ଉଭାହୋଇଛି। ବିଶ୍ୱସ୍ତରରେ ଏହା ୫ଟି ସ୍ଥାନ ଉପରକୁ ଉଠି ୧୧୮ତମ ମାନ୍ୟତା ହାସଲ କରିଛି। ଏହା ପଛକୁ ଆଇଆଇଟି ବମ୍ବେ ୧୩୪ତମ ଏବଂ ଆଇଆଇଟି ମାଡ୍ରାସ ୧୭୦ତମ ସ୍ଥାନରେ ରହିଛନ୍ତି। ସାମଗ୍ରିକ ଭାବେ ଚଳିତ ବର୍ଷ ତାଲିକାରେ ଭାରତରୁ ରେକର୍ଡ ସଂଖ୍ୟକ ୫୨ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ତେବେ ଗବେଷଣା, ଭିତ୍ତିଭୂମି ଏବଂ ଅନ୍ତର୍ଜାତୀୟ ଶିକ୍ଷାବିତ୍‌ଙ୍କ ସଂଖ୍ୟା ମାପଦଣ୍ଡରେ ପଛରେ ରହିବାରୁ ଚଳିତ ଥର ମଧ୍ୟ ବିଶ୍ୱର ଶ୍ରେଷ୍ଠ ୧୦୦ ମଧ୍ୟରେ କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶ କରିପାରି ନାହାନ୍ତି। ରିପୋର୍ଟ ଅନୁଯାୟୀ, ଗବେଷଣା ପ୍ରଭାବ କ୍ଷେତ୍ରରେ ଆଇଆଇଟି ଦିଲ୍ଲୀ ଓ ମାଡ୍ରାସ ଏବଂ ନିଯୁକ୍ତି କ୍ଷେତ୍ରରେ ଆଇଆଇଟି ବମ୍ବେ ବିଶ୍ୱସ୍ତରୀୟ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷେ ଆମେରିକାର ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) କ୍ରମାଗତ ଭାବେ ୧୫ତମ ବର୍ଷ ପାଇଁ ବିଶ୍ୱରେ ପ୍ରଥମ ସ୍ଥାନ ବଜାୟ ରଖିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଅଲେଖ ଧର୍ମାବଲମ୍ବୀ ବାବାଙ୍କୁ ବୀଭତ୍ସ ହତ୍ୟା, ଶୌଚ ହେବାକୁ ଯାଇଥିବାବେଳେ ଦୁର୍ବୃତ୍ତ…

କେନ୍ଦୁଝର,୧୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଉପରରାଇଗୋଡ଼ା ପଞ୍ଚାୟତ ରଆମୁଣି ଗ୍ରାମର ଭରାଳି ସାହିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

କାନ୍ଥ ଉପରେ ମୋବାଇଲ ରଖି ମହିଳାଙ୍କ ଗାଧୁଆ ସମୟର ଭିଡିଓ ଶୁଟିଂ କରୁଥିଲେ ଯୁବକ , ତା’ପରେ…

ଜଳେଶ୍ୱର, ୧୯ା୬ (ନବୀନ ସାହୁ): ମହିଳାଙ୍କ ଗୋପନୀୟତାକୁ ନେଇ ଅତି ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…

ଶ୍ୱଶୁରଙ୍କ ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା, ରାତିରେ ସମସ୍ତେ ଶୋଇଥିବାବେଳେ…

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ବେତେଇଝରଣ ଗ୍ରାମସ୍ଥିତ ଶ୍ୱଶୁରଙ୍କ ଘରେ ଫାଶୀ ଲଗାଇ ଜ୍ୱାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲା…

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri