କରୋନା, ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ ଚିନ୍ତା ବଢ଼ାଉଛି ‘ବୋନ୍‌ ଡେଥ୍‌’

ମୁମ୍ବାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଆତଙ୍କ ଖେଳାଇବା ପରେ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଇତିମଧ୍ୟରେ ଆଉ ଏକ ନୂଆ ସଙ୍କଟ ସାମ୍ନାକୁ ଆସିଛି। ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ କରୋନାରୁ ଠିକ୍‌ ହୋଇଥିବା ରୋଗୀଙ୍କ ମଧ୍ୟରେ ଏଭେସ୍କ୍ୟୁଲାର ନେକ୍ରୋସିସ୍‌ ବା ବୋନ୍‌ ଡେଥ୍‌ର ନୂଆ ମାମଲା ଦେଖିବାକୁ ମିଳିଛି। ଏହି ନୂଆ ରୋଗରେ ଲୋକଙ୍କ ଶରୀର ହାଡ଼ ତରଳୁଥିବା ଜଣାପଡ଼ିଛି। ଜଂଘର ହାଡ଼ରେ ଅତ୍ୟଧିକ ଯନ୍ତ୍ରଣା ଏହାର ଲକ୍ଷଣ। ଯାହା ଏବେ ଡାକ୍ତରଙ୍କ ଚିନ୍ତା ବଢ଼ାଇଛି। ଆଗକୁ ଏହି ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ଓ ବ୍ଲାକ୍‌ ଫଙ୍ଗସ୍‌ର ଆତଙ୍କ ପରେ ଏବେ ବୋନ୍‌ ଡେଥ୍‌ର ୩ଟି ମାମଲା ଚିହ୍ନଟ ହୋଇଛି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଏହି ୩ଜଣ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଉକ୍ତ ୩ଜଣ ରୋଗୀ ପେଶାରେ ଡାକ୍ତର ଥିବା ବେଳେ ସେମାନଙ୍କ ବୟସ ୪୦ବର୍ଷରୁ ବି କମ୍‌ ରହିଛି। କରୋନାରୁ ସୁସ୍ଥ ହେବାର ପ୍ରାୟ ୨ମାସ ପରେ ଜଣେ ୩୬ ବର୍ଷୀୟ ରୋଗୀଙ୍କ ନିକଟରେ ଏଭେସ୍କ୍ୟୁଲାର ନେକ୍ରୋସିସ୍‌ ବା ବୋନ୍‌ ଡେଥ୍‌ ଲକ୍ଷଣ ଦେଖାଦେଇଥିଲା। ସେହିପରି ଅନ୍ୟ ୨ଜଣ ରୋଗୀଙ୍କୁ ୫୫ ଓ ୫୭ ଦିନ ପରେ ଜଘଂର ହାଡ଼ରେ ଯନ୍ତ୍ରଣା ହୋଇଥିଲା। ଡାକ୍ତରଙ୍କୁ ପରାମର୍ଶ କରିବା ପରେ ଜଣାପଡ଼ିଥିଲା ଯେ, ଏହା ବୋନ୍‌ ଡେଥ୍‌ ଲକ୍ଷଣ। ଏହାପରେ ତାଙ୍କର ଯାଞ୍ଚ କରାଯାଇ ଚିକିତ୍ସା କରାଯାଇଥିଲା। ସୂଚନାଯୋଗ୍ୟ, କରୋନା ଚିକିତ୍ସାରେ ଆକ୍ରାନ୍ତଙ୍କୁ ଷ୍ଟେରୋଏଡ୍‌ ଦିଆଯାଉଛି। ଯାହାର ପ୍ରଭାବରେ ବ୍ଲାକ୍‌ ଫଙ୍ଗସ୍‌ ଓ ବୋନ୍‌ ଡେଥ୍‌ ଭଳି ରୋଗ ଉତ୍ପନ୍ନ ହେଉଛି ବୋଲି ହିନ୍ଦୁଜା ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକ ଡା. ସଞ୍ଜୟ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?