କୃଷି ଯନ୍ତ୍ରପାତି ବିକ୍ରି ଆଳରେ ୩.୫କୋଟି ରିହାତି ହଡ଼ପ

ବରଗଡ଼ ଅଫିସ୍‌,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି। ଜାଲିଆତି କରି ସାଢ଼େ ୩ କୋଟି ଟଙ୍କାର ସରକାରୀ ରିହାତି ତୋଷରପାତ କରିଥିବା ଅଭିଯୋଗରେ ମଙ୍ଗଳବାର ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ର କମଳଜିତ ସିଂ। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୦୬, ୪୬୭, ୪୬୮, ୪୭୧, ୨୦(ବି) ଆଇପିସି ଏବଂ ଆଇଟି ଆକ୍ଟର ଧାରା ୬୬କ୍ରମେ ଏକ ମାମଲା(ନଂ. ୭/୨୧) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ବରଗଡ଼ ଏସ୍‌ଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପ୍ରକାଶ ଯେ, ଗିରଫ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସମ୍ପର୍କୀୟ ହରପାଲ ସିଂ କେରଳରେ ରହିଥିବା ରେଡ୍‌ଲାଣ୍ଡସ୍‌ ଆସଲିନ୍‌ ମୋଟର୍ସ ନାମକ କୃଷି ଯନ୍ତ୍ରପାତି ନିର୍ମାଣକାରୀ କମ୍ପାନୀ ନାମରେ ଜାଲ୍‌ କାଗଜ ପତ୍ର ଓଡ଼ିଶା ରାଜ୍ୟ କୃଷି ବିଭାଗ ନିକଟରେ ଦାଖଲ କରିଥିଲେ। ପରେ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି)ରେ କୃଷି ଯନ୍ତ୍ରପାତି ବିକ୍ରିର ରିହାତି ଫାଇଦା ଉଠାଇଥିଲେ। ଏପରିକି ଉପରୋକ୍ତ କମ୍ପାନୀ ଆଦୌ ରାଇସ୍‌ ଟ୍ରାନ୍ସପ୍ଲାଣ୍ଟର ମେଶିନ (କୃଷି ଯନ୍ତ୍ରପାତି) ବିକ୍ରି କରି ନ ଥିଲା। ଅଭିଯୁକ୍ତମାନେ ରାଜ୍ୟ କୃଷି ବିଭାଗକୁ ଜାଲିଆତି ତଥ୍ୟ ଦେଇ ୨୮୧ଟି କୃଷି ଯନ୍ତ୍ରପାତି ବିକ୍ରି କରିଥିବା ଦର୍ଶାଇ ଡିବିଟି ମାଧ୍ୟମରେ ସାଢ଼େ ୩ କୋଟି ଟଙ୍କାର ସରକାରୀ ରିହାତି ଉଠାଇ ନେଇ ଠକେଇ କରିଥିଲେ।
ସେଭଳି ଠକେଇ ତଥା ଜାଲିଆତି ନେଇ ଉପରୋକ୍ତ କମ୍ପାନୀ ସୂଚନା ପାଇବା ପରେ କମ୍ପାନୀର ମ୍ୟାନେଜର(ଜନସମ୍ପର୍କ) ରିଗିନ ବେନେଟ୍‌ କ୍ରାଇମବ୍ରାଞ୍ଚ ଅପରାଧ ଶାଖା, ଭୁବନେଶ୍ୱରରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ପ୍ରତିଷ୍ଠାନ, ବ୍ୟାଙ୍କ କର୍ମଚାରୀଙ୍କ ସହ ପୋଲିସର ବୈଠକ: ସିସିଟିଭି ଲଗାଅ, ସନ୍ଦିଗ୍ଧଙ୍କ ସୂଚନା ଦିଅ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳରେ ଡକାୟତି, ଲୁଟ୍‌ପାଟ ବୃଦ୍ଧି ଏବେ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜିଲା ଏପରିକି ରାଜ୍ୟ ବାହାରର ଲୁଟେରା ଏଠାକୁ...

ହସ୍ପିଟାଲ ଛକରୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଲୋଇସିଂହା,୧।୫(ଡିି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହାରେ ଶନିବାର ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ...

ମୌଳିକ ସୁବିଧାରୁ ବଞ୍ଚିତ ବସ୍ତିବାସୀ

ରାଉରକେଲା ଅଫିସ,୧୭।୨: ରାଉରକେଲା ସ୍ମାର୍ଟ ସିଟି ଯେପରି ଦିନକୁ ଦିନ ଉନ୍ନତି ପଥରେ ଗତି କରୁଛି ସେହି ପରିମାଣରେ ସହରରେ ଥିବା ବସ୍ତି ଅଞ୍ଚଳର ସମସ୍ୟା ସମାଧାନ...

ହୋ ଯୁବ ପ୍ରତିଭା ଗାମାୟ

କପ୍ତିପଦା,୨୨ା୯(ଡି଼.ଏନ୍‌.ଏ,)- ନିଜ ରାଜ୍ୟ ଓ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ବିକାଶ ଓ ସାମାଜିକ ପରିବତ୍ତର୍ର୍ନ ପାଇଁ କାମ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତିି, ଗାମାୟ ରିମିଲ...

ଟାୱାର ଉପରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ

କୁଆଁରମୁଣ୍ଡା,୧୩।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ରିଉଁ ଗ୍ରାମ ନିକଟସ୍ଥ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଟାୱାର ଉପରେ ଚଢ଼ି ଶନିବାର ଜଣେ ଯୁବକ...

ବାପ୍‌ କିଡ଼୍‌ନୀ ରୁଗୀ, ଝି’ ହୁରୁଦ୍‌ରୋଗ୍‌ରେ ପୀଡ଼ିତ: ଚିକିସତ୍ା ସାହାଯ୍‌ ଲାଗି ଜିଲାପାଲକୁଁ ଗୁହାରି

ବରଗଡ଼ ଅଫିସ୍‌,୨୮।୫-ବରଗଡ଼ ଜିଲା ବରଡୋଲ ପଁଚେତ ଅଧୀନ ପିପିଲିପାଲି ବନ୍ଧପାଲି ଗଁ।ର ରାଜେଶ ରାଓ। ସେ ଝନେ ନିହାତି ଗରିବ୍‌, କୁଲି ମଜୁରି କରି ନିଜର...

ହାତୀ ଶିକାର: ୮ରେ ହାଇକୋର୍ଟରେ ହାଜର ହେବେ ପିସିସିଏଫ୍‌

ଭୁବନେଶ୍ବର, ୨୬ା୭(ବ୍ୟୁରୋ):ରାଜ୍ୟରେ ହାତୀ ଶୀକାର ଏବଂ ବନ ବିଭାଗ ଦ୍‌ାରା ହାତୀ ମୃତ୍ୟକୁ ଲୁଚାଇବା ଘଟଣାରେ ସୋମବାର ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଗୀତା...

ଅସହାୟଙ୍କ ବନ୍ଧୁ

ସୁନ୍ଦରଗଡ଼,୧ା୪(ଡି.ଏନ.ଏ.): ଗୁରୁବାର ଥିଲା ପବିତ୍ର ରାମନବମୀ । ଏହି ଉପଲକ୍ଷେ ସହର ଠାରୁ ଗ୍ରାମାଞ୍ଚଳ ହୋଇ ଉଠିଥିଲା ଉତ୍ସବମୁଖର । ବିଭିନ୍ନ ରାମମନ୍ଦିର, ହନୁମାନ ମନ୍ଦିର...

Advertisement
Archives

Model This Week