କଟକରେ ୨ ନର୍ସ କରୋନା ପଜିଟିଭ ଚିହ୍ନଟ: ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଲା

କଟକ ଅଫିସ,୨୯।୬: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୩୭ରେ ପହଞ୍ଚିଛି। ରବିବାର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନର ୨ ଜଣ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟା ମହିଳା ନର୍ସ ଏବଂ ଅନ୍ୟ ଜଣେ ୨୮ ବର୍ଷୀୟ ପୁରୁଷ ନର୍ସ ରହିଛନ୍ତି। ପୁରୁଷ ନର୍ସଙ୍କ ଘର ରାଣୀହାଟ ସଗାଡ଼ିଆ ସାହିରେ ହୋଇଥିବା ବେଳେ ମହିଳା ନର୍ସଙ୍କ ଘର ମଙ୍ଗଳାବାଗ ବୋଲି କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ଆକ୍ରାନ୍ତ ପୂର୍ବରୁ ଗଞ୍ଜାମ ଜିଲାର ଜଣେ ବ୍ୟକ୍ତିଙ୍କ ଚିକିତ୍ସା କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ସେଥିରୁ ଉପରୋକ୍ତ ୨ ନର୍ସଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି। ସେଥିରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣ ଚିକିତ୍ସିତ ହେଉଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ହସ୍ପିଟାଲରେ ନାଚିଲେ ବୃଦ୍ଧା

ମଧ୍ୟପ୍ରଦେଶ,୨୧।୯-ମଧ୍ୟପ୍ରଦେଶ ସେହୋର ଜିଲା ହସ୍ପିଟାଲ କ୍ୟାମ୍ପସରେ ଥିବା କୋଭିଡ-୧୯ କେନ୍ଦ୍ରରେ ଜଣେ ୮୪ ବର୍ଷୀୟ ବୃଦ୍ଧା ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଆର୍‌ଡି ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ, ୧୮।୧୧: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଳଚେର କଣିହା ଗ୍ରାମ୍ୟ ନିର୍ମାଣ ବିଭାଗ (ଆର୍‌ଡି) ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଢେଙ୍କାନାଳସ୍ଥିତ...

୫୦ ଫୁଟ ଉପରୁ ଖସି ଶ୍ରମିକ ମୃତ

ପରଜଙ୍ଗ, ୧୪।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇସ୍ଥିତ ଜିଏମ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀରେ ଗୁରୁବାର ଦୁର୍ଘଟଣା ଘଟି...

ମୁରତୁ ସଂଗେ ଯୁଝୁଛନ୍‌ ଅସାହା ବୁରୁଧ୍‌

କର୍ଲାମୁଣ୍ଡା, ୨ା ୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଭାଲୁପିଆ ଗାଁର ଝନେ ୭୦ ବଛ୍‌ରିଆ ବୁରୁଧ୍‌ ରୋଗ୍‌ରେ ପୀଡ଼ିତ ହେଇ ମୁରତୁ...

‘ସରକାର ମାଗଣାରେ ଟିକା ଦିଅନ୍ତୁ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ ସରକାର ମାଗଣାରେ କୋଭିଡ୍‌ ଟିକା ଦିଅନ୍ତୁ ବୋଲି ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିରୋଧୀଙ୍କ ଏଭଳି ଦାବିକୁ ଶାସକ...

ଘରେ ପଶି ଲୁଟିନେଲେ ନଗଦ ଟଙ୍କା ସହ ସୁନା ଅଳଙ୍କାର

ଆନନ୍ଦପୁର,୩୦ା୧୦(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଘସିପୁରା ଥାନା ଅଧୀନ ୧୨ ନଂ ଓ୍ବାର୍ଡ ଶାଳପଡ଼ା କୈବଲ୍ୟ କଲୋନୀରୁ ଶନିବାର ବିଳମ୍ବିତ ରାତିରେ ଘରେ କେହି ନ ଥିବା...

ଶନିବାର ଜାତୀୟ ଶୋକ ପାଳନ କରିବ ଚାଇନା

ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୫କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା...

Advertisement
Archives

Model This Week