୬ ଦିନ ଶଟ୍‌ଡାଉନ୍‌ ଛତ୍ରପୁର ଏନ୍‌ଏସି

ଛତ୍ରପୁର,୨୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପଜିଟିଭ୍‌ମାନଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଜଣାପଡ଼ିଛି। ଏନେଇ ପ୍ରଶାସନର ଚିନ୍ତାବଢ଼ିଛି। ଏହାକୁ ପ୍ରତିରୋଧ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏନ୍‌ଏସିରେ ମଙ୍ଗଳବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ୬ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଉକ୍ତ ଶଟ୍‌ଡାଉନ୍‌ ବେଳେ କେଳ ଔଷଧ ଦୋକାନ ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିବ। ସମସ୍ତେ ଘରେ ରହିବେ। ବାହାରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସମ୍ପର୍କରେ ଏନ୍‌ଏସି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ଅବଗତ କରଯାଇଥିଲା। ଏହା ଶୁଣିବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଯୋଗୁ ଛତ୍ରପୁରରେ ଟ୍ରାଫିକ ଜାମ୍‌ ରହୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଶନିବାର ଓ ରବିବାର ଶଟ୍‌ଡାଉନ୍‌ ପରେ ସୋମବାର ଛତ୍ରପୁରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିଥିଲା। ୬ ଦିନ ଶଟ୍‌ଡାଉନ୍‌ ଯୋଗୁ ଆଜି ମଧ୍ୟାହ୍ନ ୧୨ଟା ପରିବର୍ତ୍ତେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବୋଲ ମାନୁନି କରୋନା: ଆଜି ୧୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହୋଇ ପଡ଼ିଲାଣି। ଶୁକ୍ରବାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ମୋଟ...

ବେଆଇନ କରତକଳରେ ଚଢ଼ାଉ: ୮ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା, ୩।୧୦(ଡି.ଏନ.ଏ.)-ବାଲେଶ୍ୱର ବନବିଭାଗ ଏବେ ବେଆଇନ ଭାବେ ଚାଲିଥିବା କରତକଳଗୁଡିକରେ ଲଗାମ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି। ୫ଦିନ ମଧ୍ୟରେ ଜିଲାର ବିଭିନ୍ନ ବ୍ଲକର ୭ଟି...

ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା...

ଓଡ଼ିଶାରେ ପ୍ରଥମ: ଚିଲିକାରେ ମାଛ ସଂଗ୍ରହାଳୟ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଚିଲିକା ସହ ଯୋଡ଼ିହୋଇଛି ଆଉଏକ ସଫଳତା। ଦୀର୍ଘଦିନର ପ୍ରତୀକ୍ଷା ପରେ ଚିଲିକା ହ୍ରଦ କୂଳରେ ନିର୍ମାଣ ହୋଇଛି ଓଡ଼ିଶାର ପ୍ରଥମ ଫିଶ୍‌ ମ୍ୟୁଜିୟମ୍‌ ବା...

ଭୁଜାଲି ମାଡ଼ରେ ଜଣେ ଗୁରୁତର

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗଣ୍ଡାଧର ପଞ୍ଚାୟତର ବିରୂପାକ୍ଷ ନାୟକଙ୍କୁ ଶୁକ୍ରବାର ଭୁଜାଲିରେ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥପ୍ରସାଦ ଓ ପରେ...

ସକାଳ ୭ରୁ ୨ଟା ଯାଏ ବ୍ୟବସାୟ

ଅନୁଗୋଳ ଅଫିସ୍‌, ୩।୮: ସଂକ୍ରମଣ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ସରକାରୀ...

ବାଇକ୍‌ ବାହାର କରୁଥିବାବେଳେ ବ୍ୟକ୍ତିଙ୍କ ଜୀବନଗଲା

ବରଗଡ଼ ଅଫିସ୍‌,୫।୭: ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଗ୍ରାମର ଜଣେ ବ୍ୟକ୍ତି ବାହାରକୁ ଯିବା ପାଇଁ ଘରୁ ବାଇକ୍‌ ବାହାର କରୁଥିବାବେଳେ ଆକସ୍ମିକ ଭାବେ...

ବିଧବା ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ ବସିଲେ ବ୍ଲକ ବାରଣ୍ଡାରେ

କାଲିମେଳା,୧୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ କୋଇମେଟଲା ଗ୍ରାମରେ କେତେଜଣ ବିଧବା ଓ ବୁଢ଼ାବୁଢ଼ୀ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *