୨୬ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଛତ୍ରପୁର,୧୧।୮(ଡି.ଏନ.ଏ.): ଛତ୍ରପୁରସ୍ଥିତ ଆଇସିଡିଏସ କାର୍ଯ୍ୟାଳୟ ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ କେତେଜଣ ଅଙ୍ଗନଓ୍ବାଡି କର୍ମୀ ତାଲା ପକାଇ ରଖିଥିଲେ। ଖବରପାଇ ଛତ୍ରପୁର ଥାନା ପୋଲିସ ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଥିଲା। ଆଇସିଡିଏସ କାର୍ଯ୍ୟାଳୟରେ କାର୍ଯ୍ୟରତ ଗୀତାଞ୍ଜଳି ବେହେରା ଛତ୍ରପୁର ଏନଏସିର କିଛି ଅଙ୍ଗନଓ୍ବାଡି କର୍ମୀ ଓ ବିପୁଳିଙ୍ଗି ସେକ୍ଟର ଅଙ୍ଗନଓ୍ବାଡି କର୍ମୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଆଇସିଡିଏସ କାର୍ଯ୍ୟାଳୟରେ ବାହାରୁ ତାଲା ପକାଯିବାରୁ ଭିତରେ ଜଣେ କର୍ମଚାରୀ ଅସୁସ୍ଥ ହୋଇଥିଲେ। ତାଙ୍କୁ ଛତ୍ରପୁର ମେଡିକାଲ ନିଆଯାଇଥିଲା।
ଆଇସିଡିଏସ କାର୍ଯ୍ୟାଳୟ କର୍ମଚାରୀ ଗୀତାଞ୍ଜଳି ବେହେରା ଥାନାରେ ଅଭିଯୋଗ କରିଥିବା ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା ୪୫୨/୨୨ ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ଅଙ୍ଗନଓ୍ବାଡି କର୍ମୀମାନେ କିଛି ଦାବି ନେଇ ଧାରଣାରେ ବସିବା ସହ ଗୁରୁବାର ବାଧ୍ୟ ହୋଇ ଆଇସିଡିସି ଅଫିସ ତାଲା ପକାଇଥିଲେ । ଭତ୍ତା, ଘର ଭଡା ଆଦି ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ୧ ତାରିଖରୁ ଆଇସିଡ଼ିଏସ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଫଳରେ ଗତ ୧୧ ଦିନ ହେଲା ଛତ୍ରପୁର ଏନଏସିର ସମସ୍ତ ୨୬ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିଛି। ଅପରପକ୍ଷରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଜିଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି ଛତ୍ରପୁରର କାଉନସିଲର। ଛତ୍ରପୁର ଏନଏସି ନିର୍ବାଚନ ହେବାର ୪ମାସ ବିତିଯାଇଥିଲେ ସୁଦ୍ଧା କାଉନସିଲମାନେ ନିଜ ନିଜ ଅଞ୍ଚଳରେ ରହିଥିବା କେନ୍ଦ୍ରରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି, କେତେ ସଂଖ୍ୟକ ଗର୍ଭବତୀ ମହିଳା ଓ ପ୍ରସୂତି ରହିଛନ୍ତି ତାର ତଥ୍ୟ ମାଗିଲେ କର୍ମୀମାନେ ଦେବାକୁ କୁଣ୍ଠାବୋଧ କରିବା ସହ ତଥ୍ୟ ଦେବାକୁ ନାରାଜ ହେଉଛନ୍ତି । ଏପରିକି ଠିକରେ କେନ୍ଦ୍ର ଖୋଲାଯାଉନାହିଁ। ଏଭଳି ନାନାପ୍ରକାର ଅଭିଯୋଗ ନେଇ କାଉନସିଲରମାନେ ଅତିରିକ୍ତ ଜିଲାପାଳ ଲିନା କୁମାରୀ ଖେସକୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ, ଅଣ୍ଡା ଓ ଛତୁଆ ଠିକ ଭାବେ ପ୍ରଦାନ କରାଯାଉନାହିଁ। କର୍ମୀମାନଙ୍କୁ ପଚାରିଲେ ଆମକୁ କୈାଣସି ତଥ୍ୟ ଦେବାକୁ ରାଜି ହେଉନାହାନ୍ତି। ତଥ୍ୟ ଦେଲେ କାଳେ କର୍ମୀଙ୍କ ବହୁ ଗୁମର ଫିଟିଯିବ ବୋଲି କାଉନସିଲରମାନେ ଅତିରିକ୍ତ ଜିଲାପାଳଙ୍କୁ କହିଥିଲେ। ଅଙ୍ଗନଓ୍ବାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶେଷରେ ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛୁ ବୋଲି


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?