ଲିଙ୍ଗ ନିରୂପଣ ସୂଚନା ଦେଲେ ୨୫ହଜାର

ନୟାଗଡ଼ ଅଫିସ,୮।୧୨: ଗର୍ଭ ସଞ୍ଚାର ପରେ ଲିଙ୍ଗ ନିରୁପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ପାଇବେ ୨୫ ହଜାର ଟଙ୍କା ପୁରସ୍କାର। ତେବେ ପୁରସ୍କାର ରାଶି ୩ ସୋପାନରେ ମିଳିବ ବୋଲି ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୂତି ନିଦାନ କୌଶଳ(ପିସି ପିଏନଡିଟି) ପରାମର୍ଶ ସମିତି ବୈଠକରେ ଗୁରୁବାର କୁହାଯାଇଛି।  ଜିଲାପାଳଙ୍କ ସଭାଗୃହରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସିଡିଏମ୍‌ଓ ମକରନ୍ଦ ବେଉରା କହିଥିଲେ, ସପ୍ତାହକୁ ୨ ଥର ଅଲଟ୍ରାସାଉଣ୍ଡ ହେଉଛି। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅଲଟ୍ରା ସାଉଣ୍ଡ କରିବାକୁ ନିଯୁକ୍ତି ପାଇଥିବା ଗାଇନିକ୍‌ ସ୍ପେଶାଲିଷ୍ଟ କାର୍ଯ୍ୟରେ ଯୋଗ ନ ଦେବାରୁ ଅବ୍ୟସ୍ଥା ହୋଇଛି। ଯଦି କେହି ଗାଇନିକ୍‌ ସ୍ପେଶାଲିଷ୍ଟ ଅଲଟ୍ରାସାଉଣ୍ଡ କରୁଥିବେ ସେନେଇ ଆବଶ୍ୟକ ପ୍ରମାଣପତ୍ର ଦେଲେ ଆମେ ପୋଷ୍ଟିଂ କରି ପାରିବୁ। ଅନ୍ୟପକ୍ଷେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ କାର୍ଯ୍ୟକ୍ଷମ ହୋଇଛି। ଏଠାରେ ରୋଗୀ ଉପକୃତ ହେଉଛି ବୋଲି କହିଥିଲେ। ଅନ୍ୟପକ୍ଷେ ଲିଙ୍ଗ ନିରୁପଣ ନେଇ ସୂଚନା ଦେଇଥିବା ବ୍ୟକ୍ତିର ରିପୋର୍ଟ ସତ୍ୟତା ଜଣାପଡିଲେ ପ୍ରଥମେ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ମାମଲା କୋର୍ଟକୁ ଗଲେ ପୁଣି ୧୦ ହଜାର ଓ ଦଣ୍ଡ ହେଲେ ପୁଣି ୫ ହଜାର ଟଙ୍କା ପୁରସ୍କାର ରାଶି ଯୋଗାଇ ଦିଆଯିବବୋଲି କହିଥିଲେ। ପୁରସ୍କାର ରାଶି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବହନ କରୁଛି ବୋଲି କୁହାଯାଇଛି। ଏଣୁ ଜନସାଧାରଣ ଏହାର ଫାଇଦା ନେଇ ଲିଙ୍ଗ ନିରୁପଣ କରୁଥିବା ବ୍ୟକ୍ତିଙ୍କୁ ଧରାଇବାକୁ ଜିଲାପାଳ ପରମର୍ଶ ଦେଇଛନ୍ତି। ଅପରପକ୍ଷେ ସହାୟକ ପ୍ରଜନନ ପ୍ରଯୁକ୍ତି ବିଦ୍ୟା ଅଧିନିୟମ ଓ ସରୋଗେସି ନିୟମାବଳିର ସଠିକ ଅନୁପାଳନ ପୂର୍ବକ ଟେକ୍ନୋଲୋଜିର ଅପବ୍ୟବହାରକୁ ରୋକି ଗର୍ଭସ୍ଥ ଶିଶୁର ଜୀବନ ଅଧିକାର ରକ୍ଷା କରାଯାଇ ପାରିବ ବୋଲି ମଧ୍ୟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ତ୍ରୀ ରୋଗ ବିଶେଷଜ୍ଞ ସୁଧାଂଶୁ ଶେଖର ଷଡ଼ଙ୍ଗୀ, ଶିଶୁ ରୋଗ ବିଶେଷଜ୍ଞ ତିଳୋତ୍ତମା ଷଡ଼ଙ୍ଗୀ, ଜିଲା ସହ ପରିଚାଳକ (ଆଇନ) ଅଜିତ କୁମାର ପାଣିଗ୍ରାହୀ, କିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri