ବାହାଘରରେ ୨୫, ଅନ୍ତ୍ୟେଷ୍ଟିକ୍ରିୟାରେ ୨୦

ପୁରୀ ଅଫିସ,୨।୮: ଶ୍ରୀମନ୍ଦିର ବ୍ୟତୀତ ଜିଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀକୁ ଖୋଲି ଦିଆଯାଇଛି। କୋଭିଡ୍‌ କଟକଣା ପାଳନ ପୂର୍ବକ ଲୋକେ ସର୍ବସାଧାରଣ ସ୍ଥାନକୁ ଯାଇପାରିବେ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶନିବାର ଓ ରବିବାର ପୁରୀ ସହରରେ ଶଟଡାଉନ୍‌ ବଳବତ୍ତର ରହିବ। ତେଣୁ ଉକ୍ତ ଦୁଇଦିନ ସମ୍ପୃକ୍ତ ଅନୁଷ୍ଠାନ ଗୁଡ଼ିକରେ ସାଧାରଣ ପ୍ରବେଶ ବନ୍ଦ ରହିବ। ଧାର୍ମିକ ଅନୁଷ୍ଠାନରେ ଭୋଗ, ପ୍ରସାଦ ବଣ୍ଟନ ଓ ସେବନ ଉପରେ କଟକଣା ଜାରି ହୋଇଛି। ଧାର୍ମିକ ଅନୁଷ୍ଠାନ ଅବା ପର୍ଯ୍ୟଟନସ୍ଥଳୀରେ ଥିବା ପରିଚାଳନା କମିଟି କୋଭିଡ୍‌ ଗାଇଡଲାଇନ୍‌ ପାଳନ କରାଇବେ ଓ ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବେ। ଅନୁଷ୍ଠାନ ଆଗରେ କୋଭିଡ୍‌ ଗାଇଡଲାଇନ୍‌ ସୂଚନାଫଳକ ଲଗାଇବେ। ୬୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ସମ୍ବେଦନଶୀଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ସର୍ବସାଧାରଣ ସ୍ଥାନକୁ ନ ଆସିବା ପାଇଁ ପ୍ରଶାସନ ନିବେଦନ କରିଛି। କୌଣସି ବ୍ୟକ୍ତି କୋଭିଡ୍‌ ଗାଇଡଲାଇନ୍‌ ଭଙ୍ଗ କରିଥିବା ପ୍ରମାଣ ମିଳିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ ଓ କେବଳ ମାଲବାହୀ ଗାଡ଼ି ଓ ଜରୁରିକାଳୀନ ସେବା ଜାରି ରହିବ। ତେବେ ପୁରୀ ସହରରେ ୫ ଦିନ ଓ ଜିଲାର ଅନ୍ୟ ସମସ୍ତ ସ୍ଥାନରେ ସପ୍ତାହକ ୭ ଦିନ ଧାର୍ମିକ ଅନୁଷ୍ଠାନ ଏବଂ ପର୍ଯ୍ୟଟନସ୍ଥଳୀ ଖୋଲା ରହିବ। ଆସନ୍ତା ମାସ ୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍‌ ବଳବତ୍ତର ରହିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ଟେଷ୍ଟିଂ, ଟ୍ରାକିଂ, ଭାକ୍ସିନେସନ୍‌ ଓ କୋଭିଡ୍‌ଜନିତ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ। କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହେଲେ ସଂପୃକ୍ତ ଅଞ୍ଚଳରେ କଟକଣା ବଢ଼ିବ। ସାରା ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ।
ଅନ୍ୟପକ୍ଷରେ ସାଧାରଣ ଲୋକେ ରାସ୍ତା ଉପରେ ଠିଆ ହୋଇ ଷ୍ଟ୍ରିଟ୍‌ ଫୁଡ୍‌ ଖାଇପାରିବେ। ଜିଲାର ସବୁ ସ୍ଥାନରେ ହାଟ ବସିପାରିବ। ସାମାଜିକ ଅନୁଷ୍ଠାନକୁ ଅନୁମତି ରହିଛି। ବିବାହ ପାଇଁ ୨୫, ବ୍ରତୋପନୟନ ଓ ଅନ୍ତ୍ୟେଷ୍ଟିକ୍ରିୟା ଆଦିରେ ୨୦ ଜଣ ଲୋକଙ୍କୁ ଅନୁମତି ମିଳିବ। ବ୍ୟବସାୟିକ ଉଦ୍ଦେଶ୍ୟରେ ସର୍ବାଧିକ ଶହେ, ଉଦ୍‌ଘାଟନ ଓ ଶିଳାନ୍ୟାସ ଭଳି କାର୍ଯ୍ୟକ୍ରମରେ ସର୍ବାଧିକ ୩୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ମିଳିବ। କୌଣସି କାର୍ଯ୍ୟକ୍ରମରେ ଏକତ୍ରିତ ଭାବେ ଖାଦ୍ୟ ପରଷା ଯାଇପାରିବ ନାହିଁ। ପାର୍ସଲ ନେଇ ବ୍ୟକ୍ତିଗତ ସ୍ଥାନରେ ଖାଇପାରିବେ। ଆମୋଦପ୍ରମୋଦ ଉଦ୍ୟାନ, ପାର୍କ, ୱାଟର ପାର୍କ ଭଳି ଅନୁଷ୍ଠାନ ସମେତ ସୁଇମିଂ ପୁଲ୍‌ ଖୋଲା ରହିବ। ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍‌ କଟକଣା ଓ ପୁରୀ ପାଇଁ ଥିବା ନିର୍ଦ୍ଦେଶନାମା ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଛପଡ଼ି ୨ ଗୁରୁତର

ଖଜୁରିପଡା,୩୦ା୯(ଡି.ଏନ୍‌.ଏ.)-ଖଜୁରିପଡା ବ୍ଲକରେ ରବିବାର ସନ୍ଧ୍ୟାରୁ ବର୍ଷା ପବନ ଜାରି ରହିଛି। ସୁଡ୍ରୁକୁମ୍ପା ଫାଣ୍ଡି ସ୍ବଡ୍ରେଜୁ ପଞ୍ଚାୟତ ଭେଟଖୋଲ ନିକଟ ୧୫୭ନଂ. ଜାତୀୟ ରାଜପଥରେ ଛିଡା ହୋଇଥିବାବେଳେ...

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କ ଜୀବନ ଗଲା

ବଣାଇ,୪ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ପୋଡାଡିହି ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀଙ୍କ ଅମାନୁଷିକ କାଣ୍ଡ ସମଗ୍ର ଅଞ୍ଚଳରେ...

କରୋନା କଟକଣା କଡ଼ାକଡ଼ି: ଚୌଦ୍ୱାର ସହରାଞ୍ଚଳରରେ ଚଢ଼ାଉ ଜୋରଦାର

ଚୌଦ୍ୱାର,୧୯।୯(ଡି.ଏନ୍‌.ଏ.): କଟକ ସହର ଓ ଚୌଦ୍ୱାର ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚୌଦ୍ୱାର ପୋଲିସ ତରଫରୁ ଚୌଦ୍ୱାର ସହରାଞ୍ଚଳରରେ ଚଢ଼ାଉ ଜୋରଦାର କରାଯାଇଛି। ଚୌଦ୍ୱାର...

ଅଗଷ୍ଟ ୧୫ରେ କାରାଗାରରୁ ମୁକୁଳିବେ ୬ କଏଦୀ

ବ୍ରହ୍ମପୁର ଅଫିସ,୧୩ା୮: ରାଜ୍ୟ ଆଇନ ବିଭାଗ ଚିଠି ନମ୍ବର ୮୯୫୧ କ୍ରମେ ବ୍ରହ୍ମପୁର ମଣ୍ଡଳକାରାଗାରରେ ସଜା କାଟୁଥିବା ୬ କଏଦୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଛଡ଼ାଯିବ।...

ନାମଲେଖା ଫି ନେଇ ଅସନ୍ତୋଷ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଖୁଣ୍ଟପାଲିସ୍ଥିତ ବାବା ବାଲୁଙ୍କେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ନାମଲେଖା ପାଇଁ ନିର୍ଦ୍ଧାରଣ କରାଯାଇଥିବା ଫି ନେଇ ଅସନ୍ତୋଷ...

ଏଥର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୨୮।୧: ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଗତବର୍ଷ ଭଳି ମଧ୍ୟ ଶ୍ରଦ୍ଧାଳୁ ବୁଡ଼ ପକାଇ ପାରିବେ ନାହିଁ। ଠାକୁରଙ୍କ ମହାସ୍ନାନ ପରେ କେବଳ...

ଦେଶୀ ବନ୍ଧୁକ ଧରି ଅବାଧରେ ବୁଲୁଥିଲେ; ବାନ୍ଧିଲା ବ୍ରଜରାଜନଗର ଥାନା ପୋଲିସ

ଝାରସୁଗୁଡା ଅଫିସ, ୧୦।୮: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ...

ଲକ୍‌ଡାଉନ୍‌ ପ୍ରଭାବ: ବଜାରରୁ ଆଳୁ, ପିଆଜ ଉଭାନ୍‌

ଖୋର୍ଦ୍ଧା ଅଫିସ,୨୫।୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରୁଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ମଧ୍ୟରାତ୍ରରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା...

Advertisement
Archives

Model This Week