ବର୍ଷା: ପିଲା ରହିବେ ଫିଟ୍‌

ଆରମ୍ଭ ହୋଇସାରିଛି ବର୍ଷାଦିନ। ଏସମୟରେ ଖରାରୁ ବର୍ଷା ପାଇଁ ହଠାତ୍‌ ପାଣିପାଗର ପରିବର୍ତ୍ତନ ଅନେକଙ୍କଠାରେ ସାଜିଥାଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ । ବିଶେଷକରି ପିଲାଙ୍କ ପାଇଁ ଏହି ସମୟ ହୋଇଥାଏ ଅପେକ୍ଷାକୃତ ଜଟିଳ। ହେଲେ ଏଦିନେ ଅଧିକ ଯତ୍ନଶୀଳ ହୋଇ କେତେକ ଦିଗ ପ୍ରତି ସଜାଗ ଏବଂ ସତର୍କ ରହିବା ଦ୍ୱାରା ପିଲା ବି ରହିପାରିବେ ଫିଟ୍‌…

ବର୍ଷାଦିନ ଆସିବା ମାତ୍ରେ ପାଣିପାଗରେ ଯେଉଁ ପରିବର୍ତ୍ତନ ଆସେ ତା’ ପ୍ରଭାବରେ ପିଲାମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ପିଲାଙ୍କର ଠିକ୍‌ ସମୟରେ ଚିକିତ୍ସା କରିବାକୁ ହୁଏ। ହେଲେ ସବୁଠୁ ବଡ଼ କଥା ହେଉଛି ସଚେତନତା। ତେବେ ଏଦିନେ ପିଲାଙ୍କୁ ସୁସ୍ଥ ରଖିବା ଲାଗି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉପଯୁକ୍ତ ଯତ୍ନ ନେବା ମା’ମାନଙ୍କର ଏକ ବଡ଼ ଦାୟିତ୍ୱ।
ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ
– ଡା. ସୂର୍ଯ୍ୟକାନ୍ତ ବରାହ, ଶିଶୁ ରୋଗ
ବିଶେଷଜ୍ଞ,ଶ୍ରୀ ହସ୍‌ପିଟାଲ୍‌, ଭୁବନେଶ୍ୱର
ବର୍ଷାଦିନେ ହ୍ୟୁମିଡିଟି ଅଧିକ ରହିଥାଏ। ଏହା ବ୍ୟତୀତ ଘର ଚାରିପାଖରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ରହିଥାଏ। ସେଥିପାଇଁ ମଶା, ମାଛି ଆଦି ଅଧିକ ସୃଷ୍ଟି ହୁଅନ୍ତି। ତେଣୁ ଏ ସିଜନରେ ପିଲାଙ୍କର ଡେଙ୍ଗ୍‌ୁ, ଚିକୁନଗୁନିଆ ଭଳି ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ଏହାଛଡ଼ା ବର୍ଷାଦିନେ ଭାଇରାଲ୍‌ ଇନ୍‌ଫେକ୍‌ସନ୍‌ ହେବାର ଆଶଙ୍କା ଯଥେଷ୍ଚ ଅଧିକ। ପିଲାମାନଙ୍କୁ ଏସବୁ ସମସ୍ୟାରୁ ଦୂରେଇ ରଖିବାକୁ ହେଲେ ଘରେ ପ୍ରଥମେ ମାଆମାନଙ୍କୁ ଅଧିକ ସଚେତନ ହେବା ସହ ପିଲାମାନଙ୍କର ଯତ୍ନ ନେବାକୁ ହେବ। ବିଶେଷକରି ସେମାନଙ୍କ ଖାଦ୍ୟ, ପୋଷାକ ପ୍ରତି ଯତ୍ନବାନ୍‌ ହେବା ସହ ପରିବେଶକୁ ଦୃଷ୍ଟିରେ ରଖି ଚିକିତ୍ସା କରିବା ନେଇ ଗୃହିଣୀମାନେ ସଚେତନ ହେଲେ ଏସବୁ ସମସ୍ୟା ସହଜରେ ଦୂର ହୋଇପାରିବ।
ପୋଷାକପତ୍ର ଓ ପରିବେଶ: ପ୍ରଥମ କଥା ହେଉଛି ଏହି ଋତୁରେ ପିଲାମାନଙ୍କୁ ସବୁବେଳେ ସୁଖିଲା କପଡ଼ା ପିନ୍ଧାଇବେ। ତେଣୁ ଏ ଦୃଷ୍ଟିରୁ ସୂତା କପଡ଼ା ସବୁଠୁ ଭଲ। ଏହା ବ୍ୟତୀତ ସେମି ଉଲେନ୍‌ କପଡ଼ା ବି ପିଲାଙ୍କୁ ପିନ୍ଧାଇ ପାରିବେ। ବାହାରକୁ ଖେଳିବାକୁ ଯିବାବେଳେ କିମ୍ବା ଅନ୍ୟ କୌଣସି କାମରେ ଯିବାବେଳେ ସେମାନଙ୍କୁ ଜୋତା ନିଶ୍ଚିତ ପିନ୍ଧାନ୍ତୁ। କାରଣ ବର୍ଷାରେ ପିଲାର ଗୋଡ଼ ସୁଖିଲା ରହିବ ଓ କୌଣସି ପ୍ରକାରର ଫଙ୍ଗାଲ୍‌ ଇନଫେକସନ୍‌ ହେବନି। ରାତିରେ ଶୋଇବାବେଳେ ମସ୍କ୍ୟୁଟୋ ରେପିଆଣ୍ଟ ବଦଳରେ ମଶାରି ବ୍ୟବହାର କରନ୍ତୁ। ଏହା ସହିତ ସା ସମୟରେ ପିଲାଙ୍କୁ ଫୁଲ୍‌ ପ୍ୟାଣ୍ଟ ଓ ଫୁଲ ଶାର୍ଟ ପିନ୍ଧାଇଲେ ମଶା କାମୁଡ଼ାରୁ ଅନେକାଂଶରେ ରକ୍ଷା ପାଇହେବ। ଏହି ସିଜନରେ ସାଧାରଣତଃ ମାଆମାନେ ଭାବିଥାନ୍ତି କି ପିଲାଙ୍କୁ କମ୍‌ ଗାଧୋଇବା ଭଲ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ସବୁଦିନ ପିଲାଙ୍କୁ ଭଲଭାବରେ ଅଳ୍ପ ଉଷୁମ ପାଣିରେ ଗାଧୋଇ ଦେଲେ ଭଲ।
ପରିବେଶକୁ ବି ପରିଷ୍କାର ରଖିବା ନିହାତି ଆବଶ୍ୟକ। ଯଥାସମ୍ଭବ ଘରକୁ ସୁଖିଲା ରଖିବାକୁ ଚେଷ୍ଟା କରିବେ। ରୋଷେଇ ଘରେ ଥିବା ଡଷ୍ଟବିନ୍‌କୁ ସବୁଦିନ ସଫା କରିଦେବେ। ନଚେତ୍‌ ସେଥିରୁ ବିଭିନ୍ନ ରୋଗଜୀବାଣୁ ସୃଷ୍ଟି ହେବେ। ଏହା ସହିତ ଘର ଚାରିପାଖକୁ ବି ସଫା ରଖନ୍ତୁ। କୌଣସି ସ୍ଥାନରେ ଯେପରି ପାଣି ଜମା ହୋଇ ନ ରୁହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
ସନ୍ତୁଳିତ ଖାଦ୍ୟ ଓ ଶୁଦ୍ଧ ପାଣି : ବର୍ଷାଦିନେ ଖାଦ୍ୟରୁ ହିଁ ବହୁ ପ୍ରକାରର ଇନ୍‌ଫେକସନ୍‌ ସୃଷ୍ଟି ହୁଏ। ତେଣୁ ଏ ସମୟରେ ପିଲାଙ୍କୁ ବାହାର ଖାଦ୍ୟ ଆଦୌ ଦିଅନ୍ତୁ ନାହିଁ। ଏହା ସହିତ ଘରେ ସବୁବେଳେ ସନ୍ତୁଳିତ ତଥା ଫ୍ରେଶ୍‌ ଖାଦ୍ୟ ଦିଅନ୍ତୁ। ପିଲାଙ୍କ ଡାଏଟ୍‌ରେ ଅଧିକ ପରିବାପତ୍ର ଓ ସୁପ୍‌ ସାମିଲ୍‌ କରନ୍ତୁ। ଏହା ବ୍ୟତୀତ ଏବେ କରୋନା ସଂକ୍ରମଣ ବଢୁଥିବାରୁ ପିଲାଙ୍କ ଇମ୍ୟୁନିଟି ବଢାଉଥିବା ଖାଦ୍ୟ ବେଶି ଦେବାକୁ ଚେଷ୍ଟା କରନ୍ତୁ। ଭିଟାମିନ୍‌-ସି ପ୍ରଚୁର ଦେଲେ ପିଲାଙ୍କର ଇମ୍ୟୁନିଟି ବଢ଼ିଥାଏ। ତେଣୁ ଲେମ୍ବୁ, ଅଁଳା, ଶାଗ ଆଦି ଖାଦ୍ୟ ସହିତ ସପ୍ଲିମେଣ୍ଟ ବି ଦେଇପାରିବେ। ଏହା ସହ ସବୁ ପ୍ରକାରର ଖାଦ୍ୟକୁ ଘୋଡ଼ାଇ ରଖିବେ। ମୋଟାମୋଟି କହିବାକୁ ଗଲେ ପିଲାଙ୍କୁ ହେଲଦି, ଫ୍ରେଶ ଆଉ ଉଷୁମ ଖାଦ୍ୟ ଦେବା ଉଚିତ।
ବର୍ଷାଦିନେ ପାଣି ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ପାଣିରୁ ହିଁ ବହୁ ପ୍ରକାରର ଇନ୍‌ଫେକସନ୍‌ ହୋଇଥାଏ। ତେଣୁ ପାଣିକୁ ସବୁବେଳେ ସିଝାଇ ଥଣ୍ଡା କରି ପିଇବାକୁ ଦିଅନ୍ତୁ। ତେବେ ଆରଓ ଫିଲଟର ପାଣି ମଧ୍ୟ ପିଇପାରିବେ।
ଟିକାକରଣ: ବର୍ଷାଦିନେ ପିଲାଙ୍କୁ ଫ୍ଲୁ ହେବାର ଆଶଙ୍କା ବେଶି। ତେଣୁ ଏ ସମୟରେ ଟିକା ନେବା ଆବଶ୍ୟକ। ପିଲାଙ୍କର ରୁଟିନ୍‌ ଭ୍ୟାକ୍ସିନେସନ୍‌ ସହିତ ଫ୍ଲୁ ପାଇଁ ୮ବର୍ଷ ହେବା ପର୍ଯ୍ୟନ୍ତ ଭ୍ୟାକ୍ସିନେସନ୍‌ ଦିଅନ୍ତୁ। ଏହା ବ୍ୟତୀତ ଜ୍ୱର, ଝାଡ଼ା, ପେଟ କାମୁଡ଼ିବା ଭଳି ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କରି ଶୀଘ୍ର ଔଷଧ ଦିଅନ୍ତୁ୍‌। ପିଲାଙ୍କୁ ଝାଡ଼ା ହେବା ମାତ୍ରେ ଡିହାଇଡ୍ରେଶନ୍‌ ନ ହେବା ଲାଗି ତୁରନ୍ତ ଓଆରଏସ୍‌ କିମ୍ବା ପଇଡ଼ ପାଣି, ଲେମ୍ବୁ ପାଣି ଆଦି ଦିଅନ୍ତୁ। ଏହା ସହିତ ଜରୁରିକାଳୀନ ପରିସ୍ଥିତି ଲାଗି ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ବିଭିନ୍ନ ଔଷଧ ରଖି ଥାଆନ୍ତୁ। ପିଲାଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପାଖକୁ ନେଇ ପାରୁ ନ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଦିଅନ୍ତୁ।
ଧ୍ୟାନ ଦିଅନ୍ତୁ: ଏହି ସମୟରେ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପ୍ରତି ବେଶି ସଚେତନ ରହିବା ଉଚିତ। ୬ମାସରୁ କମ୍‌ ବୟସର ପିଲାଙ୍କ ପାଇଁ ମାଆମାନଙ୍କୁ ବେଶି ସଚେତନ ହେବାକୁ ପଡ଼ିବ। ମାଆମାନେ ଥଣ୍ଡାରୁ ଦୂରେଇ ରହିବା ପାଇଁ ଠିକ୍‌ ସମୟରେ ଖିଆପିଆ କରନ୍ତୁ। ମାଆମାନେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଫଳରେ ପିଲାଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ। ଏହା ବ୍ୟତୀତ ୬ମାସ ପରେ ପିଲାଙ୍କୁ ବାହାର ଖାଦ୍ୟ ଦେବାବେଳେ ପରିଷ୍କାର ପରିଚ୍ଛନ୍ନତା ନେଇ ସତର୍କ ରହନ୍ତୁ। ସେମାନଙ୍କର ବାସନକୁ ନିୟମିତ ଫୁଟାନ୍ତୁ। ଠିକ୍‌ ସମୟରେ ଡାଏପର ବଦଳାନ୍ତୁ। ଏସବୁ ଦିଗରେ ସଚେତନ ହେଲେ ପିଲାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବନି। ଏସବୁ ପରେ ବି ଯଦି ପିଲାଙ୍କର ସ୍ବାସ୍ଥ୍ୟ ଖରାପ ହୁଏ ତେବେ ଡାକ୍ତରଙ୍କ ପାଖକୁ ନିଅନ୍ତୁ।
୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ନେଇ ମାଆମାନେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ। ମାଆମାନେ ଏମାନଙ୍କୁ ସନ୍ତୁଳିତ ଖାଦ୍ୟ ଖୁଆଇବା ସହିତ ବାହାରକୁ ଯିବା ସମୟରେ ଯେପରି ବର୍ଷାରେ ଓଦା ନ ହୁଅନ୍ତି ସେଥିଲାଗି ଠିକ୍‌ଭାବେ ପ୍ରସ୍ତୁତ କରି ପଠାଇବା ଦରକାର।
ପିଲାଙ୍କୁ ଗାଈ ଘିଅ ଖାଇବାକୁ ଦେଲେ ସେମାନଙ୍କର ଇମ୍ୟୁନିଟି ବଢ଼ିଥାଏ। ଏହା ସହ ଗୁଡ଼, ସୁପ୍‌ ଆଦି ଖାଦ୍ୟ ଦିଅନ୍ତୁ। ପିଲାମାନଙ୍କୁ ଘରେ ନିୟମିତ ଯୋଗ କରିବାକୁ ଶିକ୍ଷା ଦିଅନ୍ତୁ। କାରଣ ନିୟମିତ ଯୋଗ କରିବା ଫଳରେ ପିଲାଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ। ଏସବୁ ଦିଗକୁ ଦୃଷ୍ଟି ଦେଇ ଚଳିଲେ ବର୍ଷାଦିନେ ବି ପିଲାଙ୍କର ସ୍ବାସ୍ଥ୍ୟ ସମସ୍ୟା ରହିବ ନାହିଁ।

 

କ’ଣ କୁହନ୍ତି ଏମାନେ…
ସତର୍କ ରହିବାକୁ ପଡୁଛି
ଏଠି ତ ସବୁବେଳେ ପ୍ରାୟ ଥଣ୍ଡା ଥାଏ। ତେଣୁ ବର୍ଷାଦିନ ଆସିଲେ ବେଶି ସତର୍କ ହେବାକୁ ପଡ଼େ। ପୁଅ ସ୍କୁଲରେ ପଢ଼ିଲାଣି। ହେଲେ ଝିଅ ଛୋଟ ଅଛି, ତେଣୁ ତା’ ପାଇଁ ବେଶି କାମ କରିବାକୁ ପଡୁଛି। ସବୁଦିନ ଘର ପୋଛା ହେଉଛି। ପିଲାଙ୍କର ଡ୍ରେସ ସଫା କରି ଡେଟଲରେ ଧୋଉଛି। ପାଣି ଫୁଟାଇ ଛୁଆଙ୍କୁ ପିଇବାକୁ ଦେଉଛି। ଏଦିନେ ସାଧାରଣତଃ ପିଲାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ହଠାତ୍‌ ଆବଶ୍ୟକ ସମୟରେ କାମରେ ଆସିବା ଲାଗି ସବୁ ପ୍ରକାରର ଔଷଧ ବି ଘରେ ରଖିଛି। ତଥାପି ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲେନି।
– ରାନୁସ୍ମିତା ସ୍ବାଇଁ
ସାର୍ଜପୁର, ବାଙ୍ଗାଲୋର
ଏଦିନେ ବିଶେଷ ଯତ୍ନ ଆବଶ୍ୟକ ହୁଏ: ମୋ ସ୍ବାମୀ ଜଣେ ଡାକ୍ତର ହୋଇଥିବାରୁ ତାଙ୍କ କହିବା ଅନୁସାରେ ପିଲାର ଠିକ୍‌ଭାବେ ଯତ୍ନ ନିଏ। ବର୍ଷାଦିନେ ଫିଲଟର ପାଣିକୁ ବି ସିଝାଇ ପୁଅକୁ ଦିଏ। ପୁଅ ବର୍ଷା ହେବା ମାତ୍ରେ ବାହାରକୁ ଯାଇ ଓଦା ହେବାକୁ ବହୁତ ଭଲପାଏ। ଏଥିପାଇଁ ତାକୁ ବହୁତ ଜଗିବାକୁ ପଡ଼େ। ତଥାପି ଓଦା ହୋଇଗଲେ ସଙ୍ଗେ ସଙ୍ଗେ ଡ୍ରେସ ବଦଳାଇଥାଏ। ଏ ସମୟରେ ବାହାର ଜଳଖିଆ ଆଦୌ ଦିଏନି। ଘର ତିଆରି ଉଷୁମ ଖାଦ୍ୟ ହିଁ ସବୁବେଳେ ଖାଇବାକୁ ଦିଏ। ଏହା ବ୍ୟତୀତ ଥଣ୍ଡା, ଜ୍ୱର ଓ ଝାଡ଼ା ପାଇଁ ଔଷଧ ଘରେ ଆଣି ରଖିଥାଏ। ପିଲାର ଏସବୁ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ ନେଇ ସଙ୍ଗେ ସଙ୍ଗେ ଔଷଧ ଦିଏ।
– ଗାୟତ୍ରୀ ନାୟକ
( ବିଲିପଡ଼ା, ପିପିଲି, ପୁରୀ)
ସବୁବେଳେ ଜଗିବାକୁ ପଡ଼େ: ମୋ ପିଲାମାନେ ଏବେ ବଡ଼ ହେଲେଣି ସତ ହେଲେ ଏବେ ବି ତାଙ୍କୁ ସବୁଥିରେ ଜଗିବାକୁ ପଡୁଛି। କାରଣ ପାଠପଢ଼ା ପରେ ସେମାନଙ୍କର ସମୟ ନ ଥାଏ। ସେଥିପାଇଁ ମୁଁ ହିଁ ସେମାନଙ୍କ ପାଇଁ ସବୁ କାମ କରିଥାଏ। ବର୍ଷାଦିନେ କେଉଁ ଡ୍ରେସ ପିନ୍ଧି ବାହାରକୁ ଯିବେ, କ’ଣ ଖାଇବେ ବିଶେଷକରି ବାହାର ଖାଦ୍ୟ ଯେପରି ନ ଖାଆନ୍ତି ସେନେଇ ତାଗିଦ କରିବାକୁ ହୁଏ। ଏବେ ଅବଶ୍ୟ କରୋନା ପାଇଁ ସେମାନେ ଟିକେ ସତର୍କ ହୋଇଛନ୍ତି। ତେବେ ସମସ୍ତଙ୍କ ପାଇଁ ସବୁଦିନେ ତୁଳସୀ, ଅଦା, ଗୋଲମରିଚ ଆଦି ମିଶାଇ କାଢା ତିଆରି କରି ଦେଉଛି। ଏହା ବ୍ୟତୀତ ହେଲ୍‌ଦି ଖାଦ୍ୟ ତିଆରି କରି ସେମାନଙ୍କୁ ଖାଇବାକୁ ଦେଉଛି।
-ସ୍ମିତା ପଟ୍ଟନାୟକ
ନୟାପଲ୍ଲୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଗାମୁଛା ବାନ୍ଧି ଘରେ ଝୁଲିପଡ଼ିଲେ ଯୁବକ, ପୁଅକୁ ହରାଇ ମା-ବାପା…

ଝରିଗାଁ,୨୮ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାର ରବିନ ମଣ୍ଡଳଙ୍କ ପୁଅ ଶୁଭେନ୍ଧୁ (୨୭) ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା…

ମଝି ନଦୀରେ ବୁଡ଼ିଗଲା ଡଙ୍ଗା: ୧୪ ରୁ ୧୫ ଜଣ କରୁଥିଲେ ଯାତ୍ରା

ପାଟନା,୨୮।୫: ପାଟନା ଜିଲାର ଉମାନାଥ ଗଙ୍ଗା ଘାଟରେ ଏକ ମର୍ମନ୍ତୁଦ ଡଙ୍ଗା ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଚାଷୀମାନେ ଦିଆରା ଅଞ୍ଚଳକୁ ଜୀବିକା ନିର୍ବାହ ପାଇଁ…

୧,୪୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଡି.କେ. ଶିବକୁମାର, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନେଟଓ଼୍ବର୍ଥ

ବେଙ୍ଗାଲୁରୁ,୨୮।୫: କର୍ନାଟକ କଂଗ୍ରେସର ପ୍ରମୁଖ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର (D.K. Shivakumar) ନିଜର ନିର୍ୱାଚନୀ ସପଥପତ୍ର (Affidavit) ଦାଖଲ କରିଛନ୍ତି । ଏହି…

ବଦଳିଲା ପାଗ, IMD ଦେଲା ଚେତାବନୀ, ଆଗାମୀ ୩ ଦିନରେ ଭୟଙ୍କର…

ନୂଆଦିଲ୍ଲୀ, ୨୮।୫: ଆଇଏମଡି ଅନୁଯାୟୀ, କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ପ୍ରଦେଶରୁ…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri