ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୨୧୫ ନୂଆ କରୋନା ଆକ୍ରାନ୍ତ; ଖୋର୍ଦ୍ଧା-କଟକରୁ ସର୍ବାଧିକ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ବାକି ୯୪୩ଟି ହେଉଛି ଲୋକାଲ କେସ୍‌। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୮୩ ଜଣ ଥିବା ବେଳେ କଟକରୁ ୩୪୮, ବାଲେଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୪, ମୟୂରଭଞ୍ଜରୁ ୯୯, କେନ୍ଦ୍ରାପଡ଼ାରୁ ୯୫ ଓ ଷ୍ଟେଟ ପୁଲ୍‌ରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୋଳ ଜିଲାରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪, ଭଦ୍ରକରୁ ୭୮, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୧୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫୪, ଗଜପତିରୁ ୧୭, ଗଞ୍ଜାମରୁ ୧୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୪, କେନ୍ଦୁଝରରୁ ୪୨, କୋରାପୁଟରୁ ୧୦, ମାଲକାନଗିରିରୁ ୨୫, ନବରଙ୍ଗପୁରରୁ ୪, ନୟାଗ ୬୯, ନୂଆପଡ଼ାରୁ ୫, ପୁରୀରୁ ୮୪, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୪୧, ସୋନପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି। ୨୨୧୫ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୭ ହଜାର ୯୨୬ ଜଣ ସୁସ୍ଥ ହୋଇସାରିଛନ୍ତି। ୨୧ ହଜାର ୨୮୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?