ଡେଲି ମାର୍କେଟରେ ସାମାଜିକ ଦୂରତ୍ୱକୁ ମାନୁ ନାହାନ୍ତି ଅମାନିଆ: ପୋଲିସ ପ୍ରଶାସନ ଉପସ୍ଥିତ ରହିବାକୁ ସାଧାରଣରେ ଦାବି

ବିଜେପୁର,୧୦।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୁଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ କଟକଣାକୁ ୩୦ଯାଏ ବଢ଼ାଇ ଦେଇଛନ୍ତି। ସାମାଜିକ ଦୂରତ୍ୱ ଓ ମୁହଁରେ ମାକ୍ସ ଲଗାଇବାକୁ ସଚେତନତା ସୃଷ୍ଟି କରାଯାଉଛି। ହେଲେ ବରଗଡ଼ ଜିଲା ବିଜେପୁର ଏନ୍‌ଏସି ସଦର ମହକୁମାସ୍ଥିତ ଡେଲି ମାର୍କେଟରେ ଅମାନିଆ ଏହାକୁ ମାନୁ ନ ଥିବା ଦେଖିବାକୁ ମିଳୁଛି। ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପ୍ରଶାସନପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆକୁ ଡେଲି ମାର୍କେଟକୁ ସ୍ଥାନାନ୍ତର କରାଯାଇଛି। ଏନ୍‌ଏସି ପକ୍ଷରୁ ନିର୍ଦ୍ଧାରିତ ଭାବେ ବେପାରୀମାନଙ୍କ ପାଇଁ ସ୍ଥାନ ଯୋଗାଇ ଦିଆଯାଇଛି। ଶୁକ୍ରବାର ସକାଳୁ ତହସିଲଦାର କୁଳମଣି ରଣବିଡା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର, ପୋଲିସ କର୍ମଚାରୀଙ୍କ ସହ ଡେଲି ମାର୍କେଟ ପରିଦର୍ଶନ କରିଥିଲେ। ପୋଲିସ କର୍ମଚାରୀ ରହଥିବା ଯାଏ ଡେଲି ମାର୍କେଟରେ ସାମାଜିକ ଦୂରତ୍ୱ ରକ୍ଷା ହେଉଥିଲା। ମାତ୍ର ପୋଲିସ କର୍ମଚାରୀ ଯିବାପରେ ସାମାଜିକ ଦୂରତ୍ୱକୁ ଅମାନିଆମାନେ ଆଉ ମାନି ନ ଥିଲେ। ବିଭିନ୍ନ ବେପାରୀଙ୍କୁ ଘେରିଯାଇ ପରିବା କିଣୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ କେତେକ ଆମାନିଆ ମୁହଁରେ ମାସ୍କ ଲଗାଇ ନ ଥିବା ପରିଲକ୍ଷିତ ହୋଇଛି। ତେବେ ଏହି ଡେଲି ମାର୍କେଟ ସପ୍ତାହକୁ ତିନିଦିନ ବସୁଥିବାବେଳେ ଉକ୍ତ ସମୟରେ ପୋଲିସ ପ୍ରଶାସନ ଉପସ୍ଥିତ ରହି ଅମାନିଆଙ୍କ ଉପରେ ନଜର ରଖିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର କୁହନ୍ତି, ଏ ଦିଗରେ ପଦକ୍ଷେପ ନିଆଯିବ। ଲୋକଙ୍କୁ ମାସ୍କ ଲଗାଇବାକୁ ସଚେତନତା ସୁଷ୍ଟି କରାଯାଉଛି। ଶନିବାରଠାରୁ ସର୍ବସାଧାରଣ ସ୍ଥାନରେ ଯିଏ ମାକ୍ସ ନ ଲଗାଇବ ତାଙ୍କୁ ଦୁଇ ଶହ ଟଙ୍କା ଜୋରିମାନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପଜିଲା ହେବ ସୌନ୍ଦର୍ଯ୍ୟମୟ

ଅନୁଗୋଳ ଅଫିସ, ୧୫।୨( ଅମିତ କୁମାର ସାମଲ):  ପ୍ରକୃତିକୁ ଉପଭୋଗ କରିବାକୁ ଅନୁଗୋଳ ଆସୁଥିବା ପର୍ଯ୍ୟଟକ କେବଳ ସାତକୋଶିଆ ବୁଲି ଫେରିବେ ନାହିଁ। ଡେରଜାଙ୍ଗ ଡ୍ୟାମ୍‌ର...

ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାଁ

ମାଧପୁର,୨୧।୨(ଡି.ଏନ୍‌.ଏ) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଫନି ପରେ ପଞ୍ଚାୟତର ପ୍ରତ୍ୟେକ ଗାଁ...

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପାରଳାଖେମୁଣ୍ଡି ବନ ସଂରକ୍ଷକ: ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

ପାରଳାଖେମୁଣ୍ଡି,୧୩।୭(ଡି.ଏନ୍‌.ଏ.): ସୋମବାର ନିଜ ସରକାରୀ ବାସଭବନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଆଖି ବୁଜିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ...

ବୁଲ୍‌ବୁଲ୍‌ ପ୍ରଭାବରେ ବଢୁଛି ପବନର ବେଗ, ୪୦୦ ଲୋକଙ୍କୁ ସ୍ଥାନାନ୍ତର

ଭଦ୍ରକ ଅଫିସ, ୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରୁଛି। ସମୟ ଯେତେ ବଢ଼ୁଛି ଲୋକେ ସେତେ ଆତଙ୍କିତ ହେଉଛନ୍ତି। ଚାନ୍ଦବାଲି ବ୍ଲକର ୪୦୦...

ଲକ୍‌ ଡାଉନ୍‌ ସତ୍ତ୍ୱେ ଚାଲିଛି ଦେଶୀ ମଦ ବ୍ୟବସାୟ: ବଡମାଲ ଥାନାରେ ୧୫ ମାମଲା ରୁଜୁ, ୨୧ ଗିରଫ

ଝାରସୁଗୁଡା ଅଫିସ,୨୭ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ ଡାଉନ କରାଯାଇଛି। ଏହି ଲକଡାଉନ ସମୟରେ ବିଷେଶ କରି ମଦ ଦୋକାନ...

ଏସ୍‌ସିବିରେ ୯ ଇକ୍‌ମୋ ମେଶିନ ଲାଗିବ

ଭୁବନେଶ୍ୱର, ୮।୭(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲ ଓ କଲେଜରେ ୯ଟି ଇକ୍‌ମୋ ମେଶିନ ଲାଗିବ। ଏନେଇ ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...

ବୁଲୁଛି ଦନ୍ତା, ଗ୍ରାମବାସୀ ଭୟଭୀତ

ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ବଡ଼ପାଳ ପଞ୍ଚାୟତ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ବୁଲୁଛି ଝାଡ଼ଖଣ୍ଡ ଦନ୍ତା। ଗାଁକୁ ପଶିଯିବା ଭୟରେ ଅଞ୍ଚଳବାସୀ...

କୋହଳ ହେଲା ଉକ୍‌ଡାଉନ ନିୟମ: ଜବରଦଖଲରେ ଥିବା ଦୋକାନ ବନ୍ଦ ରହିବ

ଜଗତ୍‌ସିଂହପୁର ଅଫିସ, ୨୭ା୪: ନିକଟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ନିୟମରେ କେତେକ କୋହଳ କରିଛନ୍ତି। ବିଶେଷକରି କେତେକ ଦୋକାନ, ବଜାର ଖୋଲା ରଖିବା ସଂକ୍ରାନ୍ତରେ ଘୋଷଣା...

Advertisement
Archives

Model This Week